Double Decker Bus: ରାଜ୍ୟର ଏହିସବୁ ସ୍ଥାନରେ ଗଡ଼ିବ ଦି ମହଲା ବା ଡବଲ ଡେକର ବସ୍

Double Decker Bus: ଖୁବଶୀଘ୍ର ପୁରୀକୁ ଆରମ୍ଭ ହେବ ଆରାମ ଦାୟକ ଯାତ୍ରା ସେବା। ଚଳାଚଳ କରିବ ଡବଲ ଡେକର ବସ ବା ଦି-ମହଲା ବସ୍। ଶିତତାପ ନିୟନ୍ତ୍ରିତ ଡବଲ ଡେକର ଲକଜରୀ ବସ ଆଜି କଟକରୁ ପୁରୀ ଟ୍ରାଏଲ ରନ କରିସାରିଛି। ପୁରୀରେ ପହଞ୍ଚିଛି ଡବଲ ଡେକର ବସ। କଟକରୁ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଡବଲ ଡେକର ବସ ଆଜି ପରୀକ୍ଷା ମୂଳକ ଭାବେ ତା ରୁଟରେ ଆସି ପୁରୀରେ ପହଞ୍ଚିଥିଲା।

Rashmita Sahoo Jan 05, 2025, 19:55 PM IST
1/5

ମାଳତୀ ପାଟପୁରରେ ପହଞ୍ଚିବା ପରେ ପୁରୀ ଆରଟିଓଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ମାଳତୀପାଟପୁରରୁ ସମଙ୍ଗ ପାର୍କିଂ ଓ ସେଠାରୁ ଜଗନ୍ନାଥ ବଲ୍ଲଭ ପାର୍କିଂ ହୋଇ ବଳିଆପଣ୍ଡା ଷ୍ଟଲିଂ ହୋଟେଲ ଛକରେ ପହଞ୍ଚିଥିଲା। 

Also Read: Money Lines on Palm: ହାତରେ ଅଛି କି ଏମିତି ରେଖା, ତା ହେଲେ ଜାଣନ୍ତୁ ଆପଣ କେତେ ଧନବାନ

Also Read: Weekly Love Horoscope: ପ୍ରେମ ସମ୍ପର୍କରୁ କେମିତି କଟିବ ନୂଆବର୍ଷର ଦ୍ୱିତୀୟ ସପ୍ତାହ, ଜାଣନ୍ତୁ ରାଶିଫଳ

2/5

ତେବେ ସମଙ୍ଗ ପାର୍କିଂରୁ ବାହାରି ଶ୍ରୀସେତୁ ଦେଇ ଦିନ ୧୨ଟା ୫୮ମିନିଟରେ ଜେବିପିସି ବା ଜଗନ୍ନାଥ ବଲ୍ଲଭ ପହଞ୍ଚିଥିଲା। ଶ୍ରୀସେତୁ ଅଥବା ଟ୍ରମ୍ପେଟ ବ୍ରୀଜ ଉପରେ ଆସୁଥିବା ସମୟରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା ଏହି ଡବଲ ଡେକର ଶିତତାପ ନିୟନ୍ତ୍ରୀତ ବସ। 

 

3/5

ଯଦିଓ ଏହି ଲକଜୁରୀ ବସଟି ଜେବିପିସିରେ ଅଟକିନଥିଲା। କେବଳ ପରୀକ୍ଷା ମୂଳକ ଭାବେ ସେ ମୁଭମେଣ୍ଟ କରିଥିଲା। ତେବେ ଏହି ପରୀକ୍ଷା ମୂଳକ ଯାତ୍ରା ବେଶ୍ ସଫଳ ହୋଇଛି। 

4/5

ଏହି ରୁଟରେ ଚଳାଚଳ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ସହର ମଧ୍ୟରେ ପଶିବାରେ ଏହି ଡବଲ ଡେକର ବସର ସମସ୍ୟା ହୋଇପାରେ ମାତ୍ର ଭୁବନେଶ୍ୱରରୁ ମାଳତୀପାଟପୁର, ସମଙ୍ଗ ପାର୍କିଂ ଓ ସେଠାରୁ ମଙ୍ଗଳାଘାଟ ହୋଇ ଷ୍ଟଲିଂ ପର୍ଯ୍ୟନ୍ତ ଯାଇପାରିବ। ଏବଂ ସେହି ରୁଟରେ ଫେରିପାରିବ।

 

5/5

ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ ୨ଟି ବସ୍ ଓଡ଼ିଶା ଆସିଛି । ଜଗନ୍ନାଥ ଦର୍ଶନାଭିଳାଷୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବ। ଏନେଇ ଖୁବ୍‌ଶୀଘ୍ର ଏକ ଡିପୋ ନିର୍ମାଣ ହେବ । ଆସନ୍ତା ୬ ତାରିଖରେ ବସକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବସରେ ମୋଟ୍ ୬୭ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link