Egg Side Effects: ଅଣ୍ତା ଖାଉଥିଲେ ସାବଧାନ୍! ହୋଇପାରେ ଏହି ଘାତକ ରୋଗ

Egg Side Effects: ଅନେକ ଲୋକ ଅଛନ୍ତି ଯିଏ କି ଅଣ୍ଡା (Egg) ଖାଇବାକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ଆପଣ କଣ ଜାଣନ୍ତି କି,ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିଛି ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ ଆମ ଖାଦ୍ୟ ନ ଖାଇଥାଉ ତେବେ ଅନେକ ରୋଗର ଶିକାର ହେବାକୁ ପଡ଼େ ।

Sat, 25 Mar 2023-3:50 pm,
1/5

ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା (Eating Too Many Eggs) ମଧ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ( diabetes) ହେବାର ସମ୍ଭାବନା ଅଧିକ । 

2/5

ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍( diabetes) ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଏହା ବ୍ରିଟିଶ୍ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି ।

3/5

ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇ​‌ଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ । 

4/5

ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । WHOର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

5/5

ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଡାଇବେଟିସ୍‌ରୁ ଆଶଙ୍କାରୁ ବର୍ତ୍ତିବା ପାଇଁ ସବୁଜ ପନିପରିବା ଖାଇବା ଆବଶ୍ୟକ । ଯେପରିକି ଶାଗ, ବ୍ରୋକଲୀ, ଗାଜର, ମେଥୀ, ବନ୍ଧା କୋବି, ଟମାଟର, ସବୁଜ ବିନ୍ସ୍ ଆଦି ଖାଇବା ଆବଶ୍ୟକ ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link