Pushpa 2 Star Cast fees: ଜାଣିଛନ୍ତି `ପୁଷ୍ପା ୨` ପାଇଁ କେତେ କୋଟି ନେଉଛନ୍ତି ଅଲ୍ଲୁ ଅର୍ଜୁନ୍?

Pushpa 2 Star Cast fees: ବଲିଉଡ୍ ଅପେକ୍ଷା ଆଜିକାଲି ଦର୍ଶକ ସାଉଥ ଫିଲ୍ମକୁ ଅଧିକ ଭଲ ପାଇବା ଦେଉଛନ୍ତି। ଖାସ୍ କରି ବାହୁବଳୀ,କାନ୍ତାର ଭଳି ଫିଲ୍ମ ବଡ ସ୍କ୍ରିନରେ ଧମାକା ମଚାଇଥିବା ବେଳେ ଆଗକୁ ଆସୁଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ `ପୁଷ୍ପା ୨`(Pushpa 2) । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ସବୁଠାରୁ ଅଧିକ ଅପେକ୍ଷାରତ ଚଳଚ୍ଚିତ୍ର ତାଲିକାରେ ପ୍ରଥମ ସ୍ଥାନ ଦିଆଯାଇଛି। ତେବେ, `ପୁଷ୍ପା ୧` ବକ୍ସ ଅଫିସରେ ଧମାକା ମଚାଇଥିଲା ବେଳେ ପାର୍ଟ-ଟୁ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

Mon, 24 Jul 2023-11:20 am,
1/8

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମ 'ପୁଷ୍ପା ୧ 'ରେ ହିଟ୍ ହେବା ପରେ ଅଲ୍ଲୁ ତାଙ୍କ ପାରିଶ୍ରମିକ ବଢାଇଛନ୍ତି । ଅଲ୍ଲୁ 'ପୁଷ୍ପା ୨' ପାଇଁ ୧୫୦ କୋଟି ଦାବି କରିଥିଲେ। କିନ୍ତୁ ନିର୍ମାତା ତାଙ୍କୁ ୧୨୫ କୋଟିରେ ରାଜି କରାଇଛନ୍ତି । 'ପୁଷ୍ପା ୧ ' ଅଲ୍ଲୁଙ୍କ ପାରିଶ୍ରମିକ ଥିଲା ୮୫ କୋଟି। 

2/8

ସେହିପରି ଫିଲ୍ମର ଲିଡ୍ ରୋଲରେ ନଜର ଆସିବାକୁ ଥିବା ରଶ୍ମିକା ମନ୍ଦନା ଫିଲ୍ମ ପାଇଁ ୬ କୋଟି ନେଉଛନ୍ତି। ଯେଉଁଥିରେ ତାଙ୍କ ନାଁ ଶ୍ରୀବଲି ରହିଛି ।

 

3/8

ସେହିପରି (Fahadh Faasil) ଫାହାଦା ଫାସିଲ ଏସପି ବାଘେଶ୍ବର ସିଂ ଭୂମିକାରେ ନଜର ଆସିବେ । ତେବେ, ଏଥିପାଇଁ ସେ ୧୦ କୋଟି ନେଉଛନ୍ତି। 

 

4/8

ଧନଞ୍ଜୟ , ଜୋଲି ରେଡ୍ଜୀ ଭୂମିକାରେ ନଜର ଆସିବେ । ତାଙ୍କୁ ନିର୍ମାତା  ୫ କୋଟି ଦେଉଛନ୍ତି ।

 

5/8

ଅନୁସୟା ଭରଦ୍ବାଜ୍ ଏହି ଫିଲ୍ମରେ ବି ଅଭିନୟ କରିଛନ୍ତି । ଯେଉଁଥି ପାଇଁ ସେ ୨ କୋଟି ନେଉଛନ୍ତି। 

 

 

6/8

ସେହିପରି (Comedic actor Sunil) କମିକ୍ ଅଭିନେତା ସୁନୀଲ ମଙ୍ଗଳମ୍ ଶ୍ରୀନୁ ଭୂମିକାରେ ନଜର ଆସିବେ।  ଯେଉଁଥିପାଇଁ ସେ ପାଖାପାଖି ୪୦ ଲକ୍ଷ ଟଙ୍କା ନେଉଛନ୍ତି।

 

7/8

ସେହିପରି (Rao Ramesh)  ରାଓ ରମେଶଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ତାଙ୍କୁ ଏହି ଫିଲ୍ମରେ ଅଭିନୟ ପାଇଁ ୨ କୋଟି ମିଳୁଛି। ତେବେ,  'ପୁଷ୍ପା ୨' ଫିଲ୍ମର ବଜେଟ୍ ୫୦୦ କୋଟି ରହିଛି। 

8/8

ସୁକୁମାର ନିର୍ଦ୍ଦେଶିତ 'ପୁଷ୍ପା: ଦି ରାଇଜ୍' ୧୭ ଡିସେମ୍ବର ୨୦୨୧ରେ ମୁକ୍ତିଲାଭ କରିଥିଲା। ଦର୍ଶକ ଏହି ଚଳଚ୍ଚିତ୍ରକୁ ଏତେ ଭଲ ପାଇଥିଲେ ଯେ ନିର୍ମାତାଙ୍କୁ ଏହାର ଦ୍ୱିତୀୟ ଭାଗ ଘୋଷଣା କରିବାକୁ ପଡିଲା। 'ପୁଷ୍ପା ୧' ୩୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ​​ଏବଂ ଫିଲ୍ମର ଗୀତଗୁଡିକ ମଧ୍ୟ ବହୁତ ହିଟ୍ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ଦେଖାଦେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link