Vastu Tips for Relationship: ବୈବାହିକ ଜୀବନରେ ମଧୁରତା ଆଣିଥାଏ ଏହି ବୃକ୍ଷ, ଆଜି ହିଁ ଘରେ ଲଗାନ୍ତୁ

Vastu Tips for Relationship: ବୈବାହିକ ଜୀବନକୁ ସୁଖଦ ଓ ମଜବୁତ କରିବା ଜରୁରୀ । ସ୍ତ୍ରୀ-ସ୍ବାମୀ ସମ୍ପର୍କ ରଥର ଦୁଇଟି ଚକ ପରି ହୋଇଥାଏ । ପରିବାର ଚଳାଇବାବେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ ପ୍ରକାର ବୃକ୍ଷ-ଲତା ବାତାବରଣକୁ ଶୁଦ୍ଧ କରିଥାଏ। ମାତ୍ର ପରିବେଶକୁ ଶୁଦ୍ଧ କରିବା ସହ ଏହା ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ। ବାସ୍ତୁରେ ଏଭଳି ଅନେକ ସୁଗନ୍ଧିତ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ବାସ୍ତୁ ଦୋଷ ଦୂର ସହ ଘରେ ସୁଖ-ସମୃଦ୍ଧି ଓ ସମ୍ପର୍କରେ ମଧୁରତା ଭରିଥାଏ। ସେଭଳି କିଛି ଗଛ ମଧ୍ୟରୁ ଗୋଟିଏ ହେଉଛି ରଜନୀଗନ୍ଧା।

Sat, 25 Feb 2023-4:44 pm,
1/5

ରଜନୀଗନ୍ଧା ଫୁଲ ଓ ଗଛ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ । ଏବଂ ଖାସ୍ କରି ରଜନୀଗନ୍ଧା ଫୁଲକୁ ଚଉଚି ରାତିରେ ନବ ବିବାହିତ ଦମ୍ପତିଙ୍କ ବେଡରେ ସଜାଯାଇଥାଏ । ଏହା ଦ୍ବାର ପ୍ରେମ ସମ୍ପର୍କ ଚିର ସ୍ଥାୟୀ ହୁଏ ବୋଲି ବିଶ୍ବାସ ରହିଛି। 

 

2/5

ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଫୁଲ ଓ ଗଛ ଦାମ୍ପତ୍ୟ ଜୀବନରେ ଖୁସି ଭରିଥାଏ। ମାତ୍ର ଏହି ଗଛକୁ ଲଗାଇବା ପାଇଁ ସଠିକ ଦିଗ ଚୟନ କରନ୍ତୁ। ସଠିକ ଶୈଳୀ ଓ ଦିଗରେ ଲଗାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।

 

3/5

ଗଜନୀଗନ୍ଧା ଗଛକୁ ଘରେ ଲଗାନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଲାଗି ରହୁଥିବା କଳହ ଦୂର ହୋଇ ସୁଖମୟ ହୋଇଥାଏ। ଜୀବନରେ ମଧୁରତା ଭରିଯାଏ। 

 

4/5

ପତିପତ୍ନୀ ନିଜ କକ୍ଷରେ ଏହି ଗଛ ଲଗାଇବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଉଭୟଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବୃଦ୍ଧି ହୋଇଥାଏ।

 

5/5

ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଗଛକୁ ସଠିକ ଦିଗରେ ଲଗାଇବା ଉଚିତ। ଏହି ଗଛକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ବୃଦ୍ଧି କରିଥାଏ। ଦାମ୍ପତ୍ୟ ଜୀବନରେ ଖୁସି ସର୍ବଦା ରହିବା ସହ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link