Christiano Ronaldo: ରୋନାଲ୍ଡୋଙ୍କ ପାଖେ ରହିଛି ସବୁଠାରୁ ଲଗଜରିୟସ କାର୍, ଦାମ ଶୁଣିଲେ ଉଡ଼ିଯିବ ହୋସ

Christiano Ronaldo Car Collection: ଗତ କିଛିଦିନ ତଳେ ଫେମସ ଫୁଟବଲର ରୋନାଲ୍ଡୋ ୩୮ ବର୍ଷରେ ପାଦ ଦେଇଛନ୍ତି । ଅର୍ଥାତ୍ ୫ ଫେବୃଆରୀରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ନିଜ ଖେଳକୁ ନେଇ ଯେତେ ଚର୍ଚ୍ଚାରେ ଥାଆନ୍ତି ରୋନାଲ୍ଡୋ ଠିକ୍ ସେମିତି ନିଜର ଲଗଜରିୟସ କାର୍ କୁ ନେଇ ସର୍ବଦା ଖବରର ଶୀର୍ଷରେ ରୁହନ୍ତି। କୋଟି କୋଟି ଟଙ୍କାର କାର୍ କଲେକସନ ରହିଛି ରୋନାଲ୍ଡୋଙ୍କ ପାଖରେ । ତେବେ ଆସନ୍ତୁ ଜାଣିବା କ୍ରିଷ୍ଟିଆନୋଙ୍କ ପାଖେ କେଉଁ କେଉଁ କାର କଲେକ୍ସନ ରହିଛି।

Thu, 09 Feb 2023-2:13 pm,
1/5

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପ୍ରଶଂସକମାନେ ସ୍ନେହରେ  CR7 ବୋଲି ଡାକନ୍ତି। ବାସ୍ତବରେ, କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ପଡ଼ିଆରେ ଜର୍ସି ନମ୍ବର ୭ ପିନ୍ଧନ୍ତି । ଏହି କାରଣରୁ, ପ୍ରଶଂସକମାନେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ CR7 ଭାବରେ ନାମିତ କରିଛନ୍ତି । କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରିମିୟମ୍ ବୁଗାଟୀ କାରଗୁଡିକର ଏକ ଆକର୍ଷଣୀୟ କଲେକସନ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି Veyron କାର୍ । ଯାହାର ମୂଲ୍ୟ ପ୍ରାୟ ୧.୭ ମିଲିୟନ ଆମେରିକୀୟ ଡଲାର। 

2/5

ଏହି ଫେମସ ଫୁଟବଲରଙ୍କ ପାଖେ Bugattis ବ୍ୟତୀତ  Rolls-Royce  ର ଅନେକ ମଡେଲ୍ କାର୍ ରହିଛି। ନିକଟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ଅବସରରେ ସେ ଏକ ଟେଷ୍ଟ ବ୍ରାଣ୍ଡେଡ୍ Rolls-Royce Dawn କାର୍ ଉପହାର ଦେଇଥିଲେ।

3/5

ଏହା ବ୍ୟତୀତ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ୫ ଟି Ferrari କାର ଅଛି। ଏହି ପ୍ଲେୟାରଙ୍କ ପାଖେ Ferrari Monza SP1 କାର ଅଛି । ଯାହାର ମୂଲ୍ୟ ପ୍ରାୟ ୧.୬ ମିଲିୟନ ୟୁରୋ ।

4/5

ସେହିପରି ଏହି ଖେଳାଳିଙ୍କ ପାଖେ  Lamborghini Aventador LP 700-4 ମଧ୍ୟ ରହିଛି। ଏହା ବ୍ୟତୀତ ସେ ଅତୀତରେ ଏକ ଆକର୍ଷଣୀୟ ଦେଖାଯାଉଥିବା  McLaren Senna  ମଧ୍ୟ କିଣିଛନ୍ତି । 

5/5

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ କଲେକସନରେ   Mercedes-AMG GLE 63, Porsche 911 Turbo S, Audi RS7, BMW M6, Porsche Cayenne, Maserati GranCabrio ସହିତ ଅନେକ ବିଳାସପୂର୍ଣ୍ଣ କାର ରହିଛି। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଜନ୍ମଦିନରେ, ଗର୍ଲଫ୍ରେଣ୍ଡ ମର୍ସିଡିଜ୍-ଏମ୍ଜି G63 ଉପହାର ଦେଇଥିଲେ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link