Gadar 2: ‘ଗଦ୍ଦର-୨’ ନିର୍ମାଣ ପାଇଁ କାହିଁକି ଲାଗିଲା ୨୨ ବର୍ଷ, କାରଣ କହିଲେ ନିର୍ଦ୍ଦେଶକ..

Gadar 2: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅମୀଶା ପଟେଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର `ଗଦ୍ଦର ୨` ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଦ୍ୱିତୀୟ ଭାଗ ନିର୍ମାଣ ଲାଗି ୨୨ ବର୍ଷ ସମୟ ଲାଗିଥିଲେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ।

Jun 25, 2023, 08:28 AM IST
1/5

'ଗଦ୍ଦର' ରିଲିଜ୍ ହେବାର ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୨୨ ବର୍ଷ ପରେ ରିଲିଜ ହେବାକୁ ଯାଉଛି 'ଗଦ୍ଦର ୨' । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ବାରମ୍ବାର ଆସୁଥିବା ନିଶ୍ଚୟ ଯେ, ଏହାର ଦ୍ବିତୀୟ ଭାଗ ନିର୍ମାଣ ଲାଗି ଏତେ ସମୟ କାହିଁକି ଲାଗିଲା ।

2/5

ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅନିଲ ଶର୍ମା ଏହା ଉପରୁ ପରଦା ହଟାଇନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନିଲ କହିଛନ୍ତି, ଗତ ୨୨ ବର୍ଷ ମଧ୍ୟରେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ନିକଟକୁ ଅନେକ କାହାଣୀ ଆସିଥିଲା ​​।

3/5

କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି କାହାଣୀ ତାଙ୍କୁ ପସନ୍ଦ ଆସିନଥିଲା । ଏହି କାରଣରୁ ସେ ଫିଲ୍ମ ଲାଗି ପ୍ରାୟ ୫୦ଟି କାହାଣୀକୁ ରିଜେକ୍ଟ ମଧ୍ଯ କରିଥିଲେ । ଶେଷରେ ନିଜ ପାଖରେ ଥିବା କାହାଣୀ ତାଙ୍କୁ ପସନ୍ଦ ଆସିଥିଲା । ଏହି କାରଣ ଯୋଗୁଁ ଚଳଚ୍ଚିତ୍ର ନିର୍ମାଣ ପାଇଁ ୨୨ ବର୍ଷ ସମୟ ଲାଗିଛି ।

4/5

ପ୍ରକାଶ ଥାଉ କି, ଫିଲ୍ମର ପ୍ରଥମ ପାର୍ଟ ୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ​​। ଏଥିରେ ସନି ଦେଓଲ, ତାରା ସିଂ ଓ ଅମୀଷା ପଟେଲ ନଜର ଆସିଥିଲେ। ସନି ଓ ଅମୀଷାଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।

5/5

ନିକଟରେ ରିଲିଜ ହୋଇଥିବା 'ଗଦ୍ଦର ୨'ର ଟ୍ରେଲରକୁ ମଧ୍ଯ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ତେବେ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଅନେକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link