General Knowledge: କାହିଁକି ଗୋଲାକାର ହୋଇଥାଏ କୂଅ? ଜାଣନ୍ତୁ ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ

why are wells always round: ଆପଣ ନିଶ୍ଚିତ ଭାବରେ ଅନେକ କୂଅ ଦେଖିଥିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୂଅ ମଧ୍ୟରେ ଗୋଟିଏ ପ୍ରକାରର ସମନତା ଥାଏ। ତାହା ହେଉଛି ସେମାନଙ୍କ ଆକୃତି। ପୂର୍ବ କାଳରୁ ଗୋଲାକାର ଆକୃତିର କୂଅ ନିର୍ମିତ ହେଉଥିଲା। ଆପଣ ଗୋଲକାର କୂଅ ଦେଖିଥିବେ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଯେ କାହିଁକି କୂଅ ବର୍ଗାକାର କିମ୍ବା ତ୍ରିଭୁଜାକାର ହୁଏ ନାହିଁ? ଏହା ପଛରେ କେଉଁ ବୈଜ୍ଞାନିକ କାରଣ ରହିଛି ସେ ସମ୍ପର୍କରେ ଜାଣନ୍ତୁ।

Mon, 11 Mar 2024-1:18 am,
1/6

ପୂର୍ବ କାଳରେ କୂଅ ଖୋଳି ଜଳ ସଂଗ୍ରହ କରାଯାଉଥିଲା। ଏହା ବ୍ୟତୀତ ଗାଁ ଗଣ୍ଡା ତଥା ସହରରେ ବହୁ ପୁରୁଣା ଘରେ କୂଅ ରହିଥିବାର ଦେଖିବାକୁ ମିଳିଥାଏ। ହେଲେ ଆପଣ ଦେଖିଥିବେ ଯେ ଅଧିକାଂଶ କୂଅ ଗୋଲକାର ହୋଇଥାଏ।

2/6

କେବେ ଆପଣ ଚିନ୍ତା କରିଛନ୍ତି ଯେ କାହିଁକି କୂଅ ବର୍ଗାକାର କିମ୍ବା ତ୍ରିଭୁଜାକାର ବଦଳରେ ଗୋଲକାରା ହୋଇଥାଏ? କୂଅ ଗୋଲାକାର ହେବା ପଛରେ ଏକ ଆଶ୍ଚର୍ଯ୍ୟଜନକ କାରଣ ଅଛି। ଏପରିକି ଏହା ପଛରେ ଏକ ବଡ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କୂଅ କାହିଁକି ଗୋଲାକାର ହୋଇଥାଏ ତାହାର କାରଣ ସମ୍ପର୍କରେ ଜାଣନ୍ତୁ।

3/6

କୂଅ ଗୋଲାକାର ହେବା ପଛରେ ରହିଥିବା ସବୁଠାରୁ ବଡ କାରଣ ହେଉଛି ଏହାର ମୂଳଦୁଆ ବହୁତ ମଜବୁତ ହୋଇଥାଏ। ଗୋଲାକାର କୂଅରେ କୌଣସି କୋଣ ନ ଥିବାରୁ ଜଳର ଚାପ କୂଅ ଚାରିପାଖରେ ସମାନ ରହିଥାଏ। ଯାହା ଦ୍ୱାରା କୂଆ ଭୁଶୁଡ଼ି ଯିବାର ଆଶଙ୍କା ହ୍ରାସ ପାଇଥାଏ।

4/6

ଯଦି କୂଅ ଗୋଲକାର ନହୋଇ ବର୍ଗାକାର ହେବ, ତାହେଲେ ଏହାର ୪ କୋଣରେ ଜଳର ଚାପ ରହିବ। ୪ କୋଣ ରହିଥିବା କୂଅ ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଏହା ବ୍ୟତୀତ ଏପରି କୂଅ ଭୁଶୁଡ଼ି ଯିବାର ଆଶଙ୍କା ଅଧିକ ରହିଥାଏ। ସେଥିପାଇଁ ସମଗ୍ର ବିଶ୍ୱରେ କୂଅ ଗୋଲକାର ଆକାରରେ ନିର୍ମିତ ହୋଇଥାଏ। 

5/6

କୂଅ ପିଢି ପିଢି ଧରି ରହିବାର କାରଣ ହେଉଛି ସେମାନଙ୍କର ଗୋଲାକାର ଆକୃତି।  ଯାହାର ଅର୍ଥ ହେଉଛି ଗୋଲାକାର କୂଅରେ ସମାନ ଚାପ ପଡ଼ିଥାଏ। କୂଆ ଗୋଲାକାର ହେବା କାରଣରୁ ଏହାର ଚାରି ପାଖରେ ରହିଥିବା ଧସି ଯିବାର ସମ୍ଭାବନା ବହୁତ କମ୍ ରହିଥାଏ।

6/6

କୂଅ ଗୋଲାକାର ହେବା ପଛରେ ଅନ୍ୟ ଏକ କାରଣ ହେଉଛି ଏପରି କୂଅକୁ ଡିଜାଇନ୍ କରିବା ଅଧିକ ସହଜ ହୋଇଥାଏ। କାରଣ  ସାଧାରଣତଃ ମାଟି ଖୋଳି କୂଅ ନିର୍ମାଣ କରାଯାଇଥାଏ। ଅନ୍ୟପକ୍ଷରେ ବୃତ୍ତାକାର ଆକାରରେ ଖୋଳିବା ଦ୍ୱାରା କୂଅ ନିର୍ମାଣ କରିବା ଅଧିକ ସହଜ ହୋଇଥାଏ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link