Health Tips: ବଜାୟ ରହିବ ଯୁବାବସ୍ଥା, ତ୍ବଚାରେ ଚମକ ଆଣେ ଏହି ସବୁ ଫଳ ଓ ପନିପରିବା ଜୁସ୍

Health Tips: ସୁନ୍ଦର ତ୍ବଚା ପାଇବାକୁ (Get Better Skin )ଆମେ ସବୁ ପ୍ରକାର ଉପାୟ ଆପଣାଇଥାଉ। ସୁନ୍ଦର ତ୍ବଚା(Beauty Foods) ପାଇବା ପାଇଁ ବହୁ ପ୍ରକାର କସମେଟିକ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ବ୍ୟୟସାପେକ୍ଷ ସ୍କିନ ଚିକିତ୍ସା ମଧ୍ୟ କରିଥାନ୍ତି। କିନ୍ତୁ ଏଥିରେ ସ୍କିନ ଖରାପ ହୋଇଯାଇଥାଏ। ସ୍କିନରେ ରିଙ୍କଲସ ମଧ୍ୟ ଆସିଯାଇଥାଏ। ଏସବୁରୁ ବଞ୍ଚିବାପାଇଁ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯେଉଁଥିରେ ଆପଣ ନିହାତି ଲାଭବାନ ହେବେ। ଏବଂ ଏକ ସୁନ୍ଦର ତ୍ବଚା ପାଇପାରିବା ସହ ଆପଣଙ୍କ ଯୁବାବସ୍ଥା ବଜାୟ ରହିଥାଏ ।

Sun, 19 Feb 2023-5:16 pm,
1/5

ଗାଜର ଓ ବିଟ ଜୁସ –ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଗାଜର ଓ ବିଟ ଜୁସରେ ଜିଙ୍କ, ଆଇରନ, ଭିଟାମିସ ସି , ମାଗ୍ନେସିୟମ ଆଦି ମୁହଁର ସୁନ୍ଦରତାକୁ ଖୁବ ବଢାଇଥାଏ।

2/5

ଟମାଟୋର ଜୁସ –ଟମାଟୋର ଜୁସ ରକ୍ତକୁ ସ୍ୱଚ୍ଛ ରଖେ ଏବଂ ମୁହଁକୁ ଆବଶ୍ୟକ ପରିମାଣରେ ପୋଷକ ଯୋଗାଇଥାଏ।

 

3/5

ପାଳଙ୍ଗପତ୍ରର ଜୁସ –ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ। ଏହା ମୁହଁକୁ ପ୍ରାକୃତିକ ରୂପରେ ସୁନ୍ଦର କରେ।

 

4/5

କାକୁଡ଼ିର ଜୁସ –କାକୁଡ଼ିରେ ୯୦ ଭାଗ ପାଣି ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।

5/5

ସେଓ ଜୁସ – ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବହୁ ରୋଗ ଶରୀରରୁ ଦୂର ହୋଇଥାଏ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link