Gold Price: ଭାରତରେ ଦିନକୁ ଦିନ ଶସ୍ତା ହେଉଛି ସୁନା ଦର, ଜାଣନ୍ତୁ କିଛି ପଏଣ୍ଟରେ ସବୁକିଛି...
Gold Price: ଆପଣ ବି ଜାଣନ୍ତି ଏବେ ଚାଲିଛି ବିବାହ ସିଜିନ୍। ତେଣୁ କରି ସମସ୍ତେ ବିବାହରେ ସୁନା କିଣିବାକୁ ପସନ୍ଦ କରନ୍ତି । ଏହା ପସନ୍ଦ ନୁହେଁ ବରଂ ହିନ୍ଦୁ ଧର୍ମର ଏକ ପରମ୍ପରା। ତେବେ ବିବାହ ଋତୁରେ ସୁନା ଶସ୍ତା ହେଉଛି ବୋଲି ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୁନା ଅଳଙ୍କାର ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଛି । ଉପସାଗରୀୟ ଦେଶ ତୁଳନାରେ ଭାରତରେ ଏହି ସମୟରେ ସୁନା ଦର ହ୍ରାସ ପାଇଛି। ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫,୦୦୦ ଟଙ୍କାର ହ୍ରାସ ଘଟିଛି । ଆସନ୍ତୁ ଜାଣିବା ଏହା ପଛର ମୁଖ୍ୟ କାରଣ କ`ଣ?
![](https://hindi.cdn.zeenews.com/hindi/sites/default/files/2024/11/17/3419457-g-hl.png?im=FitAndFill=(1200,900))
ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସୁନା ଦରରେ ଦ୍ରୁତ ହ୍ରାସ ଘଟିଛି । ଏହି କାରଣରୁ ଭାରତରେ ସୁନା ଦର ହ୍ରାସ ପାଇଥିବା ବେଳେ ଉପସାଗରୀୟ ଦେଶମାନଙ୍କରେ ସୁନା ଦର ବୃଦ୍ଧି ପାଇଛି । ସେହିପରି ଆମେରିକାରେ ସୁନା ମୂଲ୍ୟରେ ମଧ୍ୟ ୪.୫ ପ୍ରତିଶତ ହ୍ରାସ ଘଟିଛି ।
Also Read: Shani Sadesati: ୨୦୩୬ ଯାଏଁ କେଉଁ ରାଶି ଉପରେ ରହିବ ଶନି ସାଢେସତୀର ପ୍ରଭାବ ଜାଣନ୍ତୁ...
![](https://hindi.cdn.zeenews.com/hindi/sites/default/files/2024/11/17/3419456-g2.png?im=FitAndFill=(1200,900))
ଆମେରିକା ଅର୍ଥନୀତିରେ ଚ୍ୟାଲେଞ୍ଜ ସୁନା ଉପରେ ଚାପ ବଢ଼ାଉଛି ବର୍ତ୍ତମାନ ଆମେରିକାର ଅର୍ଥନୀତି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, ଯେଉଁକାରଣରୁ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ସୁଧ ହାର ଅଧିକ ରହିଛି । ଫଳରେ ସୁନା ଦର ଉପରେ ଚାପ ବଢ଼ିବା ସହ ଦର ହ୍ରାସ ପାଇଥିଲା।
ଆମେରିକୀୟ ଡଲାରର ପ୍ରଭାବ ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ଡଲାର ମଜଭୁତ ହୋଇଛି । ଡଲାର ମଜଭୁତ ହେଲେ ନିବେଶକଙ୍କ ପାଇଁ ସୁନା ଓ ରୂପା ଭଳି ମୂଲ୍ୟବାନ ଜିନିଷ କମ୍ ଆକର୍ଷଣୀୟ ହୋଇଯାଏ। ଚାହିଦା କମ୍ ଥିଲେ ମଧ୍ୟ ଦର ହ୍ରାସ ପାଇଥାଏ।
ବ୍ୟବସାୟରେ ମଧ୍ୟ ପ୍ରଭାବ ପଡ଼ିଛି ଅନ୍ତର୍ଜାତୀୟ ବାଣିଜ୍ୟରେ ମଧ୍ୟ ସୁନା ପ୍ରଭାବିତ ହୋଇଛି । ସେହିପରି ଏଥର ଷ୍ଟକ ବଜାର ସହ ସୁନା ଦର ହ୍ରାସ ପାଉଥିବାରୁ ନିବେଶକମାନେ ଅସନ୍ତୁଷ୍ଟ ଅଛନ୍ତି। ପୂର୍ବରୁ ଯେତେବେଳେ ଷ୍ଟକ ବଜାର ରେ ହ୍ରାସ ପାଉଥିଲା ସେତେବେଳେ ସୁନା ଦର ବୃଦ୍ଧି ପାଉଥିଲା ।
ଇସ୍ରାଏଲ-ଗାଜା ଯୁଦ୍ଧ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଚାହିଦା ବଢ଼ାଇଛି ଇସ୍ରାଏଲ ଓ ଗାଜାରେ ଉତ୍ତେଜନା ବଢ଼ୁଥିବାରୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ସୁନାର ଚାହିଦା ବୃଦ୍ଧି ପାଇବା ସହ ଉପସାଗରୀୟ ଦେଶଗୁଡ଼ିକରେ ସୁନା ଦର ବୃଦ୍ଧି ପାଇଛି। ସେହିପରି କାତାର ଓ ଓମାନ ଭଳି ଦେଶରେ ଖୁଚୁରା ଚାହିଦା ବୃଦ୍ଧି ଯୋଗୁଁ ସୁନା ଦରରେ ବୃଦ୍ଧି ଘଟିଛି।