Health Tips: ଏହିସବୁ ଖାଦ୍ୟ ଖାଉଥିଲେ ସାବଧାନ, ନଷ୍ଟ ହୋଇପାରେ ଆପଣଙ୍କ ଅନ୍ତନଳୀ!

Health Tips: ଗାଡି଼ ଚାଲିବା ପାଇଁ ଯେପରି ଇନ୍ଧନ ଦରକାର ପଡ଼ିଥାଏ । ଠିକ୍ ସେହିପରି ଶାରୀରିକ ଶକ୍ତି ଲାଗି ମଣିଷକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ଆମେ ବିଭିନ୍ନ ସମୟରେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ। ଆମେ ଖାଉଥିବା ଖାଦ୍ୟ ଅନ୍ତଃନଳୀକୁ ଯାଇ ସେଠାରେ ପାଚନ ପ୍ରକ୍ରିୟା ଦ୍ୱାରା ହଜମ ହୋଇଥାଏ। ଅନ୍ତଃନଳୀକୁ ସୁସ୍ଥ ରଖିବା ପାଇଁ ଆମକୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡ଼ିବ ନହେଲେ ଏହା ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ପାରେ।

Mon, 19 Jun 2023-4:46 pm,
1/5

ଅଧିକ ତୈଳଯୁକ୍ତ ଖାଦ୍ୟ- ଅଧିକ ତେଲଯୁକ୍ତ ଖାଦ୍ୟ ଶରୀର ପାଇଁ ଠିକ୍ ହୋଇନଥାଏ । ତେଲରେ ଛଣା ଯାଇଥିବା ଖାଦ୍ୟ କମ୍ ଖାଇବା ଉଚିତ୍। ଅଧିକ ପରିମାଣର ଏହି ଖାଦ୍ୟ ଖାଇବା ଦ୍ବାରା ଚର୍ବି ଓ କାର୍ବୋହାଡଡ୍ରେଟ ପରିମାଣ ବଢିଥାଏ । ଆମ ଅନ୍ତଃନଳୀ ଉପରେ ମଧ୍ଯ ଏହାର ପ୍ରଭାବ ପଡି଼ଥାଏ।

2/5

ରେଡିମେଡ଼ ଖାଦ୍ୟ- ପ୍ରକ୍ରିୟାକୃତ ଖାଦ୍ୟ ଗୁଡିକରେ ବିଭିନ୍ନ ପ୍ରକାରର ରସାୟନ ବ୍ୟବହାର କରାଯାଇଥାଏ। ଏଥିରେ ସୋଡି଼ୟମ୍, ଫ୍ୟାଟ ଓ ଅନ୍ୟାନ୍ୟ କ୍ଷତିକାରକ କେମିକାଲ୍ସ ମିଶିଥାଏ। ଏହାକୁ ଖାଇବା ଦ୍ବାରା ଅନ୍ତଃନଳୀର କାର୍ଯ୍ୟ କ୍ଷମତା ହ୍ରାସ ହୋଇଥାଏ।

3/5

ଶର୍କରାଯୁକ୍ତ ଖାଦ୍ୟ- ଚିପ୍ସ, ପାସ୍ତା, କେକ୍‌ ଓ କର୍ଣ୍ଣଫ୍ଲେକ ଆଦି ଶର୍କରା ଜାତୀୟ ଖାଦ୍ୟ ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇଥାଏ। ଅତ୍ୟଧିକ ମାତ୍ରାରେ ଏହି ସବୁ ଖାଦ୍ୟ ଖାଇବା ଦ୍ବାରା ଗ୍ୟାଷ୍ଟିକ୍ ସମସ୍ୟା ଦେଖାଦେଇଥାଏ । ଏହା ସହ ଅନ୍ତଃନଳୀରେ ଜଳାପୋଡା ସମସ୍ୟା ଦେଖାଦେଇଥାଏ । ଏଥିରୁ ଯଥା ସମ୍ଭବ ଦୁରେଇ ରହିବା ଉଚିତ୍ ।

4/5

ଫାଷ୍ଟଫୁଡ଼- ବଜାରରେ ମିଳୁଥିବା ସୁସ୍ୱାଦୁ ଫାଷ୍ଟଫୁଡ଼ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ପିଜା, ବର୍ଗର, କେକ୍, ବ୍ରେଡ଼ ଭଳି ପ୍ରୋସେସ୍ଡ  ଖାଦ୍ୟ ଏସିଡ଼ ଉତ୍ପାଦନ କରିଥାଏ। ଏହା ଶରୀରରେ ଫ୍ୟାଟ୍ ବଢାଇବା ସହ ପେଟକୁ କ୍ଷତି ପହଞ୍ଚାଇଥାଏ। ଏହି ଖାଦ୍ୟ ଅନ୍ତଃନଳୀ ଉପରେ ପ୍ରଭାବ ପକାଇଥାଏ । ଫଳରେ ଖାଦ୍ୟ ଭଲରେ ହଜମ ହୋଇନଥାଏ ।

5/5

ମୃଦୁ ପାନୀୟ- ବଜାରରେ ସୁଲଭ ଦରରେ ମିଳୁଥିବା ମୃଦୁ ପାନୀୟ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ଅଟେ। ସୋଡିଯୁକ୍ତ ପାନୀୟ, ପ୍ୟାକେଜ୍ଡ ଜୁସ ଆଦିରେ ପ୍ରଚୁର ପରିମାଣରେ ଶର୍କରା ରହିଥାଏ। ଏହା ଆନ୍ତଃନଳୀରେ ଅମ୍ଳତ୍ତ୍ୱ ବୃଦ୍ଧି କରିଥାଏ। ଏହା ଦ୍ୱାରା ପେଟ ଖରାପ ହେବା ସହ ଏସିଡି଼ଟି ଲାଗି ରହିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link