Hockey World Cup 2023: ବିଶ୍ରାମ ନେଲା ବିର୍ସାମୁଣ୍ଡା ଷ୍ଟାଡିୟମ, ଆଜି କଳିଙ୍ଗରେ ଦୁଇଟି ଲଢେଇ

Hockey World Cup 2023: ଆଜି ହେଉଛି ହକି ବିଶ୍ୱକପ୍ ର ପଞ୍ଚମ ଦିନ । ଆଜି ଖେଳାଯିବ ୨ଟି ମ୍ୟାଚ୍ ହେବାକୁ ଥିବା ବେଳେ କେବଳ କଳିଙ୍ଗରେ ହେବ ମୁକାବିଲା । ହକି ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା ।

Tue, 17 Jan 2023-1:41 pm,
1/7

ହକି ବିଶ୍ବକପର ଆଜି ପଞ୍ଚମ ଦିନ  । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା  । 

2/7

ସେହିପରି ସନ୍ଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ  ।

3/7

ସେପଟେ ଗତକାଲି ଚତୁର୍ଥ ଦିନରେ ମାଲେସିଆ, ନେଦରଲ୍ୟାଣ୍ଡସ, ଫ୍ରାନ୍ସ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଅମିମାଂସିତ ରହିଛି ।

4/7

ଚତୁର୍ଥ ଦିନରେ ୪ଟି ମ୍ୟାଚ ଖେଳାଯାଇଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଲ-ସିରେ ମାଲେସିଆ-ଚିଲି ଓ ନ୍ୟୁଜିଲାଣ୍ଡ- ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିଲା ମୁକାବିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ହରାଇଥିବାବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୦-୪ ଗୋଲରେ ହରାଇଥିଲା ୩ ଥରର ବିଶ୍ବ ଚାମ୍ପିଅନ ନେଦରଲ୍ୟାଣ୍ଡସ । 

 

5/7

ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଲ-ଏ ରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ- ଦକ୍ଷିଣ ଆଫ୍ରିକା ଓ ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୧ ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ । ସଂଧ୍ୟା ୭ଟାରେ  ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । 

6/7

ତୃତୀୟ କ୍ବାର୍ଟର ସୁଦ୍ଧା ଆର୍ଜେଣ୍ଟିନା ୩ଟି ଗୋଲ ଦେଇଥିବାବେଳେ ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇ ପଛରେ ରହିଥିଲା । ଖେଳ ଆଉ ମାତ୍ର ୬ ମିନିଟ୍ ବାକି ଥିବାବେଳେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ଶେଷ ସୁଦ୍ଧା ଆଉ ଗୋଲ ହୋଇପାରି ନଥିବାରୁ ମ୍ୟାଚ ଟାଇରେ ଶେଷ ହୋଇଥିଲା ।

7/7

ସେପଟେ ଲଗାତାର ଚର୍ଚ୍ଚାରେ ରହିଥିବା ବିର୍ସାମୁଣ୍ଡା ଷ୍ଟାଡିୟମ ବିଷୟରେ କହିଛନ୍ତି FIH ଅଧ୍ୟକ୍ଷ ତୟାବ ଇକ୍ରମ । ଗତକାଲି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି FIH ଅଧ୍ୟକ୍ଷ ତୟାବ ଇକ୍ରମ । ବିର୍ସା ମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ  ବୋଲି ସେ କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link