Horoscope Today 15 July 2023: ମାଲେମାଲ ହେବେ ଏହି ସବୁ ରାଶି, ଏହି ରାଶି ଲାଗି ରହିଛି ବିପଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 15 July 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୫ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

Sat, 15 Jul 2023-6:35 am,
1/12

Horoscope Today 15 July 2023: ମେଷ ରାଶି: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚ ପଦ ମିଳିପାରେ। ଶତ୍ରୁ ମାନେ ପରାସ୍ତ କରିବାକୁ ଚେଷ୍ଟା କରି ବିଫଳ ହେବେ । ସ୍ବାସ୍ଥ୍ୟକୁ ସତର୍କ ରହନ୍ତୁ । ପରିବାର ଲୋକଙ୍କ ସହଯୋଗ ମିଳିବ ।

2/12

ବୃଷ ରାଶି: ଭାଗ୍ୟର ସହଯୋଗ ମିଳିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନ ଲାଭ ନେଇ ସମ୍ଭାବନା ରହିଛି । ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ ।

3/12

ମିଥୁନ ରାଶି: ଦିନଟି ଠିକ୍‌ଠାକ୍‌ କଟିବ । ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜୀବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ। ଅଜଥା ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ ।

4/12

କର୍କଟ ରାଶି: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦମ୍ପତ୍ତି ମାନଙ୍କ ଲାଗି ଦିନଟି ଶୁଭ ରହିବ । ଦୂର ସ୍ଥାନ ଯାତ୍ରା କରିପାରନ୍ତି ।

5/12

ସି˚ହ ରାଶି: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କୋଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗ ପାଇଁ ଖୁସି ହେବେ ।  

6/12

କନ୍ୟା ରାଶି: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ସନ୍ତାନ ସନ୍ତତି ମାନଙ୍କ ଠାରୁ ଶୁଭ ସମାଚର ମିଳିବ ।

 

7/12

ତୁଳା ରାଶି: ପ୍ରଭୁଙ୍କ ସ୍ମରଣ କରି ମନକୁ ଶାନ୍ତି ମିଳିବ। କାମକୁ ମନ ଦେଇ କରିବା ଦ୍ବାରା ସଫଳତା ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥହାନୀ ନେଇ ଯୋଗ ରହିଛି ।

8/12

ବିଛା ରାଶି: ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ନିଜର ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

9/12

ଧନୁ ରାଶି: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ, ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡର ନୂଆ ଡ଼ିଲ ଦ୍ବାରା ଲାଭବାନ ହେବେ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।

10/12

ମକର ରାଶି: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କିଛି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଚିନ୍ତା କରିପାରନ୍ତି । ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ହସ ଖୁସିରେ ପରିବାର ଲୋକଙ୍କ ସହ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବ୍ରିଭାଟ ଦେଖାଦେବ ।

11/12

କୁମ୍ଭ ରାଶି: ଶୁଭ ସମାଚାର ମିଳିବା ନେଇ ଯୋଗ ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ଅସୁବିଧା ଦେଖାଦେଇପାରେ । ପାଖ ସ୍ଥାନକୁ ଭ୍ରମଣ କରି ହାଲୁକା ଅନୁଭବ କରିବେ ।

12/12

ମୀନ ରାଶି: ପାରିବାରିକ କାମରେ ଆଜି ଅଧିକ ସମୟ ବିତାଇବେ । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ପଦୋନ୍ନତି ହେବା ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ଅଜଥା ଅର୍ଥ ବ୍ୟୟ ଯୋଗୁଁ ମନ ଭଲ ରହିବ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link