Odisha Weather: କମିବ ପାରଦ ବଢିବ ଶୀତ, ଛାଇଯିବ ଘନ କୁହୁଡ଼ି

Odisha Weather Update: ରାଜ୍ୟରେ ଜାରି ରହିବ ଶୀତଲହରୀ । ପ୍ରବଳଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାଜ୍ୟର ଜିଲ୍ଲାର ଅନେକ ସ୍ଥାନରେ ଧୀରେ ଧୀରେ ତିନିରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Dec 13, 2022, 18:32 PM IST
1/5

କୋଷ୍ଟାଲ ଓଡି଼ଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ନେଇ ଆଶଙ୍କା ରହିଛି । ଆସନ୍ତାକାଲି କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡା, କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ କୁହୁଡି ହେବାର ସମ୍ଭାବନା ରହିଛି।

2/5

ସେହିପରି ଆସନ୍ତାକାଲି ଏବଂ ୧୫ ତାରିଖ ବେଳକୁ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ ଓ ଢେଙ୍କାନାଳରେ କିଛି ଅଂଶରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। 

3/5

ଅନ୍ୟପଟେ ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନକୁହୁଡି ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଗଜପତି, ଗଞ୍ଜାମ, ରାୟଗଡା ଓ କୋରାପୁଟରେ ୧୫ ତାରିଖ ଓ ୧୬ ତାରିଖ ବେଳକୁ କୁହୁଡି ସ୍ଥିତି ଜାରି ରହିବ। 

4/5

ଅନ୍ୟପଟେ ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା। ଘନ କୁହୁଡି ଯୋଗୁ ୫୦ ମିଟର ଦୂରରୁ କିଛି ଦୃଶ୍ୟମାନ ହେଉନଥିଲା। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

5/5

ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି।  ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link