Indian Air Force Day 2023: ଆଜି ଭାରତୀୟ ବାୟୁସେନା ପାଳିବ ୯୧ତମ ବାୟୁସେନା ଦିବସ, ଜାଣନ୍ତୁ କ’ଣ ରହିଛି ଥିମ୍

Indian Air Force Day 2023: ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ଆମ ଦେଶରେ ଭାରତୀୟ ବାୟୁସେନା ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଭାରତ ୯୧ତମ ବାୟୁସେନା ଦିବସ ପାଳନ କରିବ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ବାୟୁସେନା ଦିବସ ପାଳନ ନେଇ କ’ଣ ରହିଛି ଥିମ୍ ।

Sun, 08 Oct 2023-8:00 am,
1/5

୧୯୩୨ ମସିହା ଅକ୍ଟୋବର ମାସ ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଯାହାପରେ ପ୍ରତିବର୍ଷ ଏହି ଦିନକୁ ବାୟୁସେନା ଦିବସ ଭାବେ ପାଳନ କରାଯାଏ।

2/5

ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଓ ଅବଦାନକୁ ପ୍ରଶଂସା କରାଯାଇଥାଏ । ଏହି ଖାସ୍ ଦିନରେ ଭାରତୀୟ ବାୟୁସେନା ପକ୍ଷରୁ ଲଢୁଆ ବିମାନ ସାହାଯ୍ୟରେ ଶକ୍ତି ପ୍ରଦର୍ଶନ କରାଯାଇଥାଏ। ଏହି ଦିନକୁ ଭାରତୀୟ ବାୟୁସେନାର ଫାଉଣ୍ଡେସନ ଡ଼େ ଭାବେ ମଧ୍ୟ ପାଳନ କରାଯାଏ ।

3/5

ସ୍ବାଧୀନତା ପରେ, ୧୯୫୪ ମସିହା ଏପ୍ରିଲ ୧ ତାରିଖରେ ସୁବ୍ରୋତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ।

4/5

ଯେକୌଣସି ଦିନକୁ ପାଳନ କରିବା ନେଇ, ପୂର୍ବରୁ ଏନେଇ ଥିମ୍ ସ୍ଥିର କରାଯାଇଥାଏ । ପରେ ସ୍ଥିର କରାଯାଇଥିବା ଥିମକୁ ଧ୍ୟାନରେ ରଖି ଏହି ଦିନ ପାଳନ କରାଯାଏ  ।

5/5

ଚଳିତ ବର୍ଷ ଭାରତ ୯୧ତମ ବାୟୁସେନା ଦିବସ ପାଳନ କରିବାକୁ ଯାଉଛି । ଯାହାର ଥିମ୍ ରହିଛି  “IAF - ସୀମା ବାହାରେ ବାୟୁ ଶକ୍ତି” ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link