Passenger Halt: ରେଳ ଷ୍ଟେସନ ଠାରେ ହଳଦିଆ ବୋର୍ଡ ଉପରେ କାହିଁକି ଲେଖା ହୋଇଥାଏ PH? ଆପଣ ଜାଣିଛନ୍ତି ଏହାର କାରଣ

Indian Railways Facts: ଦେଶର ଏପରି ଅନେକ ରେଳ ଷ୍ଟେସନ ରହିଛି, ଯାହାର ନାମ ଫଳକରେ PH ଶବ୍ଦ ଲେଖା ଯାଇଥିବାର ଦେଖିବାକୁ ମିଳିଥାଏ। ହେଲେ ଏହା ପଛରେ କେଉଁ କାରଣ ରହିଛି ତାହା ଆପଣ ଜାଣିଛନ୍ତି?

Wed, 17 May 2023-11:11 pm,
1/5

ରେଳ ଷ୍ଟେସନ ସହିତ ଏପରି କିଛି ଜିନିଷ ଜଡ଼ିତ ରହିଛି ଯାହା ବିଷୟରେ ଅଧିକାଂଶ ଲୋକ କିଛି ଜାଣନ୍ତି ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବ ଋଷିଆ ପରେ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟୱାର୍କ ହେଉଛି ଭାରତୀୟ ରେଳ। ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କୋଟି କୋଟି ଯାତ୍ରୀଙ୍କ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସେମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନେଇଛି।

2/5

ଆପଣ ଜାଣଛନ୍ତି P.H ଶବ୍ଦର ଅର୍ଥ? ଆପଣ କେବେ ରେଳ ଷ୍ଟେସନ ଠାରେ ରହିଥିବା ହଳଦିଆ ବୋର୍ଡ ଉପରେ P.H ଶବ୍ଦ ଲେଖା ଯାଇଥିବାର ଦେଖିଛନ୍ତି? ଯଦି ହଁ, ତାହେଲେ ଆପଣଙ୍କୁ କହିରଖୁଛୁ ଯେ P.H ଶବ୍ଦର ଅର୍ଥ ହେଉଛି "ପାସେଞ୍ଜର ହଲଟ୍" (Passenger Halt)। ରେଳ ଯାତ୍ରା କରିବା ସମୟରେ ଆପଣ ପାସେଞ୍ଜର ହଲଟ୍ ରେଳ ଷ୍ଟେସନ ସାମ୍ନା କରିଥାନ୍ତି। ଏହି ଷ୍ଟେସନ କ୍ଲାସ୍ 'ଡି' ଷ୍ଟେସନ୍ ଅଧୀନରେ ଆସିଥାଏ। ଲୁପ୍ ଲାଇନ୍ ଏବଂ ସିଗନାଲ୍ ଅଭାବ ହେତୁ ଏପରି ରେଳ ଷ୍ଟେସନ ଠାରେ କୌଣସି କର୍ମଚାରୀ ନିୟୋଜିତ ହୋଇନଥାନ୍ତି। 

 

3/5

ରେଳଯାତ୍ରୀଙ୍କ ପାଇଁ ଟ୍ରେନ୍ ଅଟକାଇଥାନ୍ତ ଲୋକ ପାଇଲଟ୍: "ପାସେଞ୍ଜର ହଲଟ୍"  ନାମ ସୂଚାଇ ଦେଉଛି ଯେ, ଏଭଳି ରେଳ ଷ୍ଟେସନ ଠାରେ କେବଳ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଥାଏ। ହେଲେ ଏକ ଯାତ୍ରୀବାହୀ ଟ୍ରେନ ଲୋକୋ ପାଇଲଟ୍ ଅଟକି ଯାଇ ନିଜେ ଏଠାରୁ ଯାତ୍ରା ଆରମ୍ଭ କରିଥାନ୍ତି। ଲୋକୋ ପାଇଲଟ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଏଠାରେ କେବଳ ୨ ମିନିଟ୍ ପାଇଁ ଅଟକି ରହିଥାଏ।

4/5

ପାସେଞ୍ଜର ହଲଟ୍ ରେଳ ଷ୍ଟେସନ ଠାରେ ନଥାନ୍ତି କୌଣସି କର୍ମଚାରୀ: ଏହି ରେଳ ଷ୍ଟେସନ ଠାରେ କୌଣସି କର୍ମଚାରୀ ନିୟୋଜିତ ହୋଇନଥାନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ କିଏ ପାସେଞ୍ଜର ହଲଟ୍ ରେଳ ଷ୍ଟେସନ ଠାରେ ଟ୍ରେନ ଟିକେଟ୍ ବିକ୍ରି କରିଥାନ୍ତି? ରେଳ ବିଭାଗ ଟିକେଟ୍ ବିକ୍ରୟ ପାଇଁ ଠିକା ଏବଂ କମିଶନ ଆଧାରରେ ସ୍ଥାନୀୟ ବ୍ୟକ୍ତିଙ୍କୁ ନିଯୁକ୍ତ କରିଥାଏ।

5/5

ଟ୍ରେନ ଟିକେଟ୍ ବିକ୍ରି ଅଧିକ ହେଲେ ମିଳିଥାଏ ଅନ୍ୟାନ୍ୟ ସୁବିଧା ସୁଯୋଗ: ଯଦି ରେଳ ବିଭାଗ ପାସେଞ୍ଜର ହଲଟ୍ ରେଳ ଷ୍ଟେସନ ଠାରେ ଅଧିକ ଟିକେଟ ବିକ୍ରି ହେଉଥିବାର ଜାଣିବାକୁ ପାଏ, ତାହେଲେ ଏହି ରେଳ ଷ୍ଟେସନ ଠାରେ ଟିକେଟ୍ କାଉଣ୍ଟର, ପ୍ଲାଟଫର୍ମ ଏବଂ ଫୁଟ୍ ଓଭର ବ୍ରିଜ୍ ଭଳି କିଛି ସୁବିଧା ପ୍ରଦାନ କରିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link