Medical College: ଡାକ୍ତରୀ ପଢ଼ିବାକୁ ଆଗ୍ରହୀ କି? ଜାଣିରଖନ୍ତୁ ଓଡ଼ିଶାର କେଉଁ କଲେଜରେ ସବୁଠୁ ଶସ୍ତା କୋର୍ସ ଫି...

Medical College: ଜାତୀୟ ମେଡିକାଲ୍‍ କାଉନସିଲ୍‍ର ଅନୁମତି କ୍ରମେ ରାଜ୍ୟରେ ଏବେ ୧୭ଟି ମେଡିକାଲ୍‍ କଲେଜ ରହିଛି ଯେଉଁଠାରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପଢ଼ାଯାଉଛି। ପ୍ରତିବର୍ଷ ୨୫୨୫ ଜଣ ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠ ପଢ଼ାଇବାର ଅନୁମତି ରହିଛି। ଏହି କଲେଜ ଗୁଡ଼ିକ ଭିତରୁ ଗୋଟିଏ ଭାରତ ସରକାରଙ୍କ ପ୍ରାୟୋଜିତ ମେଡିକାଲ୍‍ କଲେଜ ହୋଇଥିବା ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ ସରକାରୀ କଲେଜ ଓ ୮ଟି ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଜିଲ୍ଲା ମେଡିକାଲ୍‍ କଲେଜ ଅନ୍ତର୍ଭୁକ୍ତ।

Rashmita Sahoo Fri, 23 Aug 2024-12:47 pm,
1/8

ଏଠାରେ ସମୁଦାୟ ଘରୋଇ ମେଡିକାଲ୍‍ କଲେଜ ସଂଖ୍ୟା ହେଉଛି ୫। ଏହି ଘରୋଇ ମେଡିକାଲ୍‍ କଲେଜରେ ପ୍ରତିବର୍ଷ ୧୦୦୦ ଛାତ୍ରଛାତ୍ରୀଙ୍କୁ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପଢ଼ାଇବା ଲାଗି ଅନୁମତି ଦେଇଛନ୍ତି ଜାତୀୟ ମେଡିକାଲ୍‍ କାଉନ୍ସିଲ୍‍। ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢ଼ିବା ଲାଗି ବର୍ଷକୁ ୫୦ ହଜାର ଟଙ୍କାରୁ କମ୍‍ ଦେବାକୁ ପଡ଼ିଥାଏ। କିନ୍ତୁ ଘରୋଇ ମେଡିକାଲ୍‍ କଲେଜରେ କେତେ ଦେୟ ଦେବାକୁ ପଡ଼ିଥାଏ ଜାଣନ୍ତି? ଜାଣିଲେ ମୁଣ୍ଡରେ ହାତ ଦେବେ। ଏହି ମେଡିକାଲ୍‍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷିତ ଦେୟ ବ୍ୟବସ୍ଥାକୁ ଏଠାରେ ଉପସ୍ଥାପନ କରୁଛୁ। ଜାଣି ରଖନ୍ତୁ। 

2/8

ଆଇଏମ୍‍ଏସ୍‍ ସମ୍‍ ହସ୍‍ପିଟାଲ୍‍ ଓ ମେଡିକାଲ୍‍ କଲେଜ:- ଭୁବନେଶ୍ୱର ସ୍ଥିତ ଏହି ମେଡିକାଲ୍‍ କଲେଜ୍‍ ଏକ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ। ଏଠାରେ ପ୍ରତିବର୍ଷ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏମ୍‍ବିବିଏସ୍‍ ପାଠ ପଢ଼ାଇବା ଲାଗି ଅନୁମତି ମିଳିଛି। ଜାତୀୟ ଭେଷଜ ପରିଷଦଙ୍କ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଗୋଟିଏ ମେଡିକାଲ୍‍ କଲେଜ ରହିଛି। କିନ୍ତୁ ବିଶ୍ୱବିଦ୍ୟାଳୟ ପୋର୍ଟାଲରେ ଦୁଇଟି କଲେଜ କଥା ଉଲ୍ଲେଖ କରାଯାଇଛି। ଏପରିକି ଦୁଇଟି ଯାକ ମେଡିକାଲ କଲେଜରେ ଭିନ୍ନ ଭିନ୍ନ ଫି’ ବ୍ୟବସ୍ଥା ମଧ୍ୟ ଉଲ୍ଲେଖ ରହିଛି। 

3/8

ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଦେୟ ହେଉଛି ବର୍ଷକୁ ୧୯ଲକ୍ଷ ୯୫ ହଜାର ଟଙ୍କା। ଅର୍ଥାତ୍‍ ସାଢ଼େ ୪ ବର୍ଷ ପାଠ୍ୟକ୍ରମ ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ।  ଏହା ବାଦ ୫ ହଜାର ଟଙ୍କାର କଲେଜ ପାଣ୍ଠିରେ ଜମା କରିବାକୁ ପଡ଼ିବ। ଯାହାକୁ ପିଲାମାନେ ପରେ ଫେରାଇ ନେଇପାରିବେ। ହଷ୍ଟେଲ୍‍ ପାଇଁ ବର୍ଷକୁ ୫୦ ହଜାର ଟଙ୍କାରୁ ୧ଲକ୍ଷ ୧୦ ହଜାର ଟଙ୍କା ଦେବାକୁ ହେବ। ପୁଣି ଖାଇବା ତଥା ମେସ୍‍ ଖର୍ଚ୍ଚ ଅଲଗା ରହିଛି। 

4/8

ଆଇଏମ୍‍ଏସ୍‍ ସମ୍‍ ହସ୍‍ପିଟାଲ୍‍ ଓ ମେଡିକାଲ୍‍ କଲେଜ, ଫୁଲନଖରା: ଏହି ହସ୍‍ପିଟାଲ୍‍ର ଫୁଲନଖରା କ୍ୟାମ୍ପସରେ ପାଠ ପଢ଼ିବାକୁ ହେଲେ ବପେକ୍ଷାକୃତ କମ୍‍ ଦେୟ ଦେବାକୁ ହେବ। ଏଠାରେ ଏମବିବିଏସ ପାଠ୍ୟକ୍ରମ ପାଇଁ ଗୋଟିଏ ବର୍ଷର ଫି’ ରହିଛି ୧୪ ଲକ୍ଷ ୯୫ ହଜାର ଟଙ୍କା। 

5/8

କିମ୍ସ ମେଡିକାଲ୍‍ କଲେଜ: କିଟ୍‍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କିମ୍ସ ମେଡିକାଲ୍‍ କଲେଜରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପାଇଁ ବର୍ଷକୁ ୧୮ ଲକ୍ଷ ୫୦ ହଜାର ଟଙ୍କାର ଧାର୍ଯ୍ୟ ଦେୟ ଦେବାକୁ ହେବ। ଏଡଠାରେ ପାଠ୍ୟକ୍ରମ ସମୟ ହାଉସ ସର୍ଜନକୁ ମିଶାଇ ସାଢ଼େ ୫ ବର୍ଷ। ଅର୍ଥାତ୍‍ ହାରାହାରି ଜଣେ ଛାତ୍ରଙ୍କୁ ପାଠ୍ୟକ୍ରମ ଦାୟ ବାବଦରେ ୯୨ ଲକ୍ଷ ଟଙ୍କା ଦେବାକୁ ହେବ। ହାବାଦ୍‍ ହଷ୍ଟେଲ୍‍ ଖର୍ଚ୍ଚ ବାବଦକୁ ବର୍ଷକୁ ୧ ଲକ୍ଷ ୪୦ ହଜାର ଟଙ୍କା ଏବଂ ମେସ୍‍ ଖର୍ଚ୍ଚ ଅଲଗା ରହିଛି। 

6/8

ହାଇଟେକ୍‍, ଭୁବନେଶ୍ୱର: ହାଇଟେକ୍‍ ମେଡିକାଲ୍‍ କଲେଜ ଓ ହସ୍‍ପିଟାଲ୍‍ର ୨ଟି କଲେକ୍‍ ଓଡ଼ିଶାରେ ରହିଛି। ଭୁବନେଶ୍ୱର କ୍ୟାମ୍ପସ ପାଇଁ ଗୋଟିଏ ଛାତ୍ରଙ୍କୁ ବର୍ଷକୁ ୮ ଲକ୍ଷ ୨୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ଅର୍ଥାତ୍‍ ପାଠ୍ୟକ୍ରମ ଶେଷ ହେବାବେଳକୁ ସମ୍ପୃକ୍ତ ଛାତ୍ର ବା ଛାତ୍ରୀଙ୍କୁ ପ୍ରାୟ ୪୧ ଲକ୍ଷ ଟଙ୍କା ଦେବାକୁ ହେବ। ଏହା ଅନ୍ୟ ଘରୋଇ ମେଡିକାଲ୍‍ କଲେଜର ଦେୟଠାରୁ ଯଥେଷ୍ଟ କମ୍‍। ଏହାବାଦ୍‍ ହଷ୍ଟେଲ ଦେୟ ବାବଦକୁ ପ୍ରାୟ ୧ ଲକ୍ଷ ଟଙ୍କା ଦେବାକୁ ହେବ। 

7/8

ହାଇଟେକ୍‍, ରାଉରକେଲା: ହାଇଟେକ୍‍ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ର ରାଉରକେଲା କ୍ୟାମ୍ପସ ଲାଗି ଆହୁରି କମ୍‍ ଖର୍ଚ୍ଚ ହେବ। ଏଠାରେ ସାଢ଼େ ୪ ବର୍ଷର ପାଠ୍ୟକ୍ରମ ଲାଗି ବର୍ଷକୁ ୫ ଲକ୍ଷ ୫୦ ହଜାର ଟଙ୍କା ଦେୟ ସ୍ଥିର କରାଯାଇଛି। ଅର୍ଥାତ୍‍ ୨୭ ଲକ୍ଷ ଟଙ୍କା ଭିତରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଲାଗି ଦେୟ ଦେବାକୁ ହେବ। ଏଠାରେ ହଷ୍ଟେଲ ଏବଂ ଅନ୍ୟନ୍ୟ ଦେୟ ଅଲଗା ରହିଛି। 

8/8

ଡ୍ରିମ୍ସ ମେଡିକାଲ୍‍ କଲେଜ: ନୂଆକରି ମେଡିକାଲ୍‍ ପାଠ୍ୟକ୍ରମ ଆରମ୍ଭ କରିଥିବା ଡ୍ରିମ୍ସ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ରହିଛି। ଏଠାରେ ବର୍ଷକୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଦେୟ ବାବଦକୁ ସ୍ଥିର କରାଯାଇଛି। ଅର୍ଥାତ୍‍ ସାଢ଼େ ୪ ବର୍ଷ  ଏମ୍‍ବିବିଏସ୍‍ ପାଠ୍ୟକ୍ରମ ବାବଦକୁ ପ୍ରାୟ ୮୪ ଲକ୍ଷ ଟଙ୍କା ଖର୍ଚ୍ଚହେବ। ଏହାବାଦ୍‍ ହଷ୍ଟେଲ୍‍ ଏବଂ ମେସ୍‍ ଖର୍ଚ୍ଚ ଅଲଗା ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link