Kakanmath Temple Mystery: ୧୦୦୦ ବର୍ଷର ପୁରୁଣା ହେଉଛି ଏହି ମନ୍ଦିର; ଯାହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଭୂତ

Kakanmath Mandir Facts: ୧୦୦୦ ବର୍ଷର ପୁରୁଣା କକନମଠ ମନ୍ଦିର ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ଏହି ମନ୍ଦିର ଗୋଟିଏ ରାତିରେ ଭୂତଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି କୁହାଯାଏ।

Tue, 18 Jul 2023-12:23 am,
1/5

ଏବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ କହୁଛୁ ତାହାର ନାମ ହେଉଛି କକନମଠ ମନ୍ଦିର। ଏହି ମନ୍ଦିର ୧୦୦୦ ବର୍ଷର ପୁରୁଣା ବୋଲି କୁହାଯାଏ। ପ୍ରାୟ ୧୦୦୦ ବର୍ଷର ପୁରୁଣା କକନମଠ ମନ୍ଦିର ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ସିହୋନିଆ ଅଞ୍ଚଳରେ ଅବସ୍ଥିତ। ଏଠାରୁ ପ୍ରାୟ ୨ କିଲୋମିଟର ଦୂରରୁ ଆପଣ ଏହି ମନ୍ଦିର ଦେଖିପାରିବେ। ଏହା ବ୍ୟତୀତ ଏହି ମନ୍ଦିର ଭୂମି ଠାରୁ ପ୍ରାୟ ୧୧୫ ଫୁଟ ଉଚ୍ଚରେ ଅବସ୍ଥିତ। କକନମଠ ମନ୍ଦିର ସାମାନ୍ୟ ରୂପରେ ନଷ୍ଟ ହୋଇଯାଇଛି। ହେଲେ ଆପଣ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଏହାର ଭଗ୍ନାବଶେଷ ଦେଖିବାକୁ ପାଇବେ।

2/5

ପ୍ରାୟ ୧୦୦୦ ବର୍ଷର ପୁରୁଣା କକନମଠ ମନ୍ଦିର ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ଭଗବାନ ଶିବଙ୍କ ଏହି ମନ୍ଦିର ବହୁତ ଉଚ୍ଚତାରେ ଅବସ୍ଥିତ। ମନ୍ଦିରକୁ ଯିବା ପାଇଁ ଆପଣଙ୍କୁ କିଛି ପାହାଚ ଚଢିବାକୁ ପଡିଥାଏ। ପାହାଚ ଚଢିବା ପରେ ଯାଇ କକନମଠ ମନ୍ଦିରରେ ଅବସ୍ଥାପିତ ଶିବଲିଙ୍ଗ ଦେଖିପାରିବେ। ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଉଭୟ ପାର୍ଶ୍ୱରେ ଅନେକ ସ୍ତମ୍ଭ ଦେଖାଯିବ। କକନ ମଠ ମନ୍ଦିରକୁ ଆସୁଥିବା ଲୋକ କେବଳ ଆଉ କେବଳ ଭଗବାନ ଶିବଙ୍କୁ ଦର୍ଶନ ପାଇଁ ଆସିଥାନ୍ତି।

3/5

ହଜାର ବର୍ଷର ପୁରୁଣା ଏହି ମନ୍ଦିରରେ ଆପଣ ସବୁ ସ୍ଥାନରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଦେଖିବାକୁ ପାଇବେ। ହେଲେ ଏହି ମନ୍ଦିରର ଅନେକ ମୂର୍ତ୍ତି ଭଙ୍ଗାରୁଜା ଅବସ୍ଥାରେ ଉପସ୍ଥିତ ରହିଛି। ବିଶ୍ୱାସ କରାଯାଏ ଯେ ଏହି ପ୍ରତିମାକୁ ଯୁଦ୍ଧ କରିବା ପାଇଁ ଆସିଥିବା ଅନେକ ଶାସକ ଭାଙ୍ଗି ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ମନ୍ଦିରର ଅନେକ ଅବଶେଷାଂଶ ଗ୍ୱାଲିୟର ସ୍ଥିତ ଏକ ସଂଗ୍ରହାଳୟରେ ରଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କକନମଠ ମନ୍ଦିର ଭଗ୍ନ ଅବସ୍ଥାରେ ରହିଥିଲେ ମଧ୍ୟ ଲୋକେ ଭଗବାନ ଶିବଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି।

4/5

ଏକାଦଶ ଶତାବ୍ଦୀରେ କଛୱାହା ରାଜବଂଶର ରାଜା କୀର୍ତ୍ତି ରାଜ କକନମଠ ମନ୍ଦିର ନିର୍ମାଣ କରିଥିଲେ। ବିଶ୍ୱାସ କରାଯାଏ ଯେ ରାଣୀ କକନାବତୀ ମହାଦେବଙ୍କ ଜଣେ ମହାନ ଭକ୍ତ ଥିଲେ। ଏହି କାରଣରୁ ଏହି ମନ୍ଦିରର ନାମ ରାଣୀ କକନାବତୀଙ୍କ ନାମରେ ନାମିତ ହୋଇଥିଲା। ଯାହା ଏବେ କକନମଠ ମନ୍ଦିର ନାମରେ ଜଣାଶୁଣା। କୁହାଯାଏ ଯେ ପାଣିପାଗ କାରଣରୁ ଏଠାରେ ଅବସ୍ଥିତ ଅନେକ ଛୋଟ ବଡ଼ ମନ୍ଦିର ନଷ୍ଟ ହୋଇଯାଇଛି।

5/5

କକନମଠ ମନ୍ଦିର ସହ ଏକ କୌତୂହଳ ପୂର୍ଣ୍ଣ ତଥ୍ୟ ଜଡ଼ିତ ରହିଛି। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିର ଗୋଟିଏ ରାତିରେ ଭୂତଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ହେଲେ ମନ୍ଦିର ନିର୍ମାଣ ବେଳେ ରାତି ପାହି ସକାଳ ହୋଇ ଯାଇଥିଲା। ଯାହା ଫଳରେ ମନ୍ଦିରକୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା। ଏହି ମନ୍ଦିରକୁ ଭୂତଙ୍କ ମନ୍ଦିର ବୋଲି ମଧ୍ୟ କୁହାଯାଏ। ଯଦି ଆପଣ ଏହି ମନ୍ଦିରକୁ ଦେଖନ୍ତି, ତାହେଲେ ଆପଣ ଅନୁଭବ ହେବ ଯେ ଏହି ଅସମ୍ପୂର୍ଣ୍ଣ ହୋଇ ରହିଛି। ହେଲେ ଏକଥା କେତେ ସତ କେତେ ମିଛ ତାହାର କୌଣସି ସଠିକ୍ ପ୍ରମାଣ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link