Yamaha RX100: ପୁଣି ମାର୍କେଟରେ ରାଜ୍ କରିବାକୁ ଆସୁଛି ଏହି ବାଇକ୍, ଦେଖନ୍ତୁ ନୂଆ ଲୁକ୍

Yamaha RX100 Bike: Yamaha RX100 ସିଧାସଳଖ ଭାରତୀୟ ବଜାରରେ ହିରୋ ସ୍ପ୍ଲେଣ୍ଡର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ । ଭାରତରେ Yamaha RX100 ର ଆଗମନ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ସୁନ୍ଦର ସ୍ୱପ୍ନର ପୂରଣ ଭାବରେ ବିବେଚନା କରାଯାଏ କାରଣ ପୂର୍ବରୁ ଏହି ବାଇକକୁ ଅଶି ଦଶକରେ ଯୁବପୀଢି ଏହାକୁ ଖୁବ ପସନ୍ଦ କରିଥିଲେ।

Dec 15, 2022, 20:11 PM IST
1/5

RX100 ହେବ ରେଟ୍ରୋ ଡିଜାଇନ୍

ଯଦି ଗାଡ଼ିର ଡିଜାଇନ କଥା କହିବା ତେବେ ଆଗାମୀ Yamaha RX100 ଏକ ରେଟ୍ରୋ ଡିଜାଇନ୍ ପାଇବ । ଏହା କମ୍ପାନୀର ଆଧୁନିକ ପ୍ଲାଟଫର୍ମରେ ନିର୍ମିତ ହେବ । ଏହି ବାଇକ୍ ମୁଖ୍ୟତଃ ପୁରୁଣା ମଡେଲ୍ ସହିତ ସମାନ ହେବ ।

2/5

ଅତ୍ୟାଧୁନିକ ଫିଚର

ଏହି ବାଇକ୍ ରେ  ଟିୟର ଡ୍ରପ ଆକୃତିର ଇନ୍ଧନ-ଟ୍ୟାଙ୍କ, ଫ୍ଲାଟ-ଟାଇପ୍ ସିଟ୍, ବଡ଼ ହ୍ୟାଣ୍ଡେଲବାର୍, ରାଉଣ୍ଡ ହେଡଲ୍ୟାମ୍ପ ୟୁନିଟ୍, କ୍ରୋମଡ୍ ଫେଣ୍ଡର, ଉନ୍ନତ ଏକ୍ସଜଷ୍ଟ ସିଷ୍ଟମ, କ୍ଲାସିକ୍ ଲୁକ୍ ଟାଇଲମ୍ପ ଏବଂ ଏକ ଆଧୁନିକ ସେମି-ଡିଜିଟାଲ୍ ଯନ୍ତ୍ର କ୍ଲଷ୍ଟର ମଧ୍ୟ ରହିବ । 

3/5

ପ୍ରତି ଘଣ୍ଟାରେ ଗଡ଼ିବ ୧୧୦ କିଲୋମିଟର

ଏଠାରେ କହିରଖୁଛୁ ଯେ, ତେବେ ଏହା ଭାରତରେ ଉପଲବ୍ଧ FZ କିମ୍ବା R ରେଞ୍ଜର ଏକ ଆଧୁନିକ 150cc ଇଞ୍ଜିନ୍ ସହିତ ଆସିବ ବୋଲି ଆଶା କରାଯାଉଛି । ସୂଚନା ଅନୁଯାୟୀ, ଏହି ବାଇକ୍ ପ୍ରତି ଘଣ୍ଟାରେ ୧୧୦ କିଲୋମିଟର ବେଗରେ ଚାଲିପାରିବ । ଏଥି ସହିତ, ଏହା ଏକ ଲିଟର ପେଟ୍ରୋଲରେ ୪୫ କିଲୋମିଟର ଦୂରତା ଅତିକ୍ରମ କରିବ। 

4/5

RX 100ରେ ରହିବ ଉନ୍ନତ ବ୍ରେକିଂ କାର୍ଯ୍ୟଦକ୍ଷତା

ବାଇକ ଚାଳକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଉନ୍ନତ ବ୍ରେକିଂ କାର୍ଯ୍ୟଦକ୍ଷତା ପାଇଁ ଅପଡେଟ୍ ହୋଇଥିବା Yamaha RX 100 ଉଭୟ ଆଗ ଏବଂ ପଛ ଚକ ଉପରେ ଡିସ୍କ ବ୍ରେକ୍ ସହିତ ମାର୍କେଟକୁ ଆସିବ । 

5/5

RX 100 ନାଁରେ ଫିଲ୍ମ

ଏହି ବାଇକ୍ ନାଁ ଆଧାରରେ ପ୍ରଥମେ ତେଲୁଗୁ ଫିଲ୍ମ RX 100 ନିର୍ମିତ କରାଯାଇଥିଲା । ପରେ ଏହାକୁ ହିନ୍ଦୀରେ ମଧ୍ୟ ରିମେକ କରାଯାଇଥିଲା। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link