Rose Day: ଗୋଲାପର ରଙ୍ଗ କହିବ ଆପଣଙ୍କ ମନର କଥା, ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କ’ଣ କୁହେ
Valentine week 2033: ଆଉ ଆଜିଠାରୁ ଆରମ୍ଭ ହୋଇଛି ପ୍ରେମର ସପ୍ତାହ। ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡ଼େ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀ ଯୁଗଳ ମାନେ ପରସ୍ପରକୁ ଗୋଲାପ ଦେଇ ନିଜ ମନର କଥା କହିଥାଆନ୍ତି ।
)
ଲାଲ ଗୋଲାପ- ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡ଼େ ଭାବେ ପାଳନ କରାଯାଏ | ଲାଲ ରଙ୍ଗର ଗୋଲାପକୁ ପ୍ରେମ ଓ ପ୍ୟାସନ (Passion)ର ପ୍ରତୀକ କୁହାଯାଏ । ଏହି କାରଣରୁ ରେଜ ଡ଼େରେ ଏହି ରଙ୍ଗର ଗୋଲାପ ଅଧିକ ବିକ୍ରି ହୋଇଥାଏ । ଯଦି ଆପଣ କାହାକୁ ନିଜ ମନର କଥା କହିବାକୁ ଚାହୁଁଛନ୍ତି ତ ଏହି ଲାଲ ଗୋଲାପ ଆପଣଙ୍କ କାମ ସହଜ କରିଦେବ । ଯଦି ଆପଣ କାହାକୁ “ଆଇ ଲଭ ୟୁ” କହିବାକୁ ଚାହୁଁଛନ୍ତି ତ ତାହାଲେ ତାଙ୍କୁ ତିନୋଟି ଗୋଲାପ ଫୁଲ ଦିଅନ୍ତୁ । ନାଲି ଗୋଲାପ ଦେବାର ଅର୍ଥ ହେଉଛି “ ମୁଁ ପ୍ରଥମ ଦେଖାରେ ତୁମ ପ୍ରେମରେ ପଡି଼ଛି” ।
)
ହଳଦୀଆ ଗୋଲାପ- ହଳଦୀଆ ରଙ୍ଗର ଗୋଲାପକୁ ବନ୍ଧୁତ୍ୱ ଓ ଖୁସିର ପ୍ରତୀକ ବୋଲି କୁହାଯାଏ । ଯଦି ଆପଣଙ୍କର କେହି ପ୍ରିୟ ବନ୍ଧୁ ଦୂରରେ ଅଛନ୍ତି ତାହାଲେ ଆପଣ ତାଙ୍କୁ ହଳଦୀଆ ରଙ୍ଗର ଗୋଲାପ ପଠାଇ ସରପ୍ରାଇଜ ଦେଇପାରିବେ ।
)
ଧଳା ଗୋଲାପ- ଧଳା ରଙ୍ଗର ଗୋଲାପ ବିନମ୍ରତା ଓ ସମ୍ପର୍କରେ ଶୁଦ୍ଧତାକୁ ଦର୍ଶାଇଥାଏ । ଯଦି କେହି ଆପଣଙ୍କୁ ବିପଦରେ ପଡ଼ିଥିବା ସମୟରେ ସାହାଯ୍ୟ କରିଛନ୍ତି, ଅବା ଆପଣ କାହାକୁ ଆର୍ଦଶ ମାନୁଛନ୍ତି ତାହାଲେ ଆପଣ ତାଙ୍କୁ ଧଳା ରଙ୍ଗର ଗୋଲାପ ଦେଇ ଧନ୍ୟବାଦ ଜଣାଇପାରିବେ ।
କମଳା ଗୋଲାପ- କମଳା ରଙ୍ଗର ଗୋଲାପ ଆପଣ ତାଙ୍କୁ ଦେଇପାରିବେ ଯିଏ ଆପଣଙ୍କ ଜୀବନରେ ରଙ୍ଗ ଭରିବା ସହ ଖୁସି ଆଣିଦେଇଥାଏ । ଯାହାକୁ ଖୁସିରେ ଦେଖିଲେ ଆପଣ ମଧ୍ୟ ଖୁସି ହେଉଥିବେ ।
ଗୋଲାପୀ ଗୋଲାପ- ଗୋଲାପୀ ରଙ୍ଗର ଗୋଲାପ ପ୍ରସଂଶା ଓ କୃତଜ୍ଞତାର ପ୍ରତୀକ ଅଟେ । ଯଦି ଆପଣଙ୍କ ସାଥ ଦେଇଥିବା କୌଣସି ନିଜର ଲୋକଙ୍କୁ ଯଦି ଆପଣ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ତାହାଲେ ଆଜିର ଦିନରେ ଏକ ଗୋଲାପୀ ରଙ୍ଗର ଗୋଲାପ ଦେଇ ତାଙ୍କୁ “ଥାଙ୍କ ୟୁ” କହିପାରିବେ ।