Lucky Zodiac Sign: ଜୁଲାଇ ୨ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 2nd July 2024: ଆଜି ଜୁଲାଇ ୨ ମଙ୍ଗଳବାର। ଆଜି ଚନ୍ଦ୍ର ମେଷ ଉପରାନ୍ତ ବୃଷ ରାଶିରେ ଚଳନ କରିବେ। ଏହା ସହିତ ଆଜି ଆଷାଢ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି। ଏହି ଦିନ ଯୋଗିନୀ ଏକାଦଶୀ ବ୍ରତ ମଧ୍ୟ ପାଳନ କରାଯାଉଛି। ଏହି ଯୋଗିନୀ ଏକାଦଶୀ ସର୍ବତ୍ର ସିଦ୍ଧି ଯୋଗ, ତ୍ରିପୁଷ୍କର ଯୋଗ ଓ କୃତିକା ନକ୍ଷତ୍ର ଯୋଗର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।

Prabhudatta Moharana Mon, 01 Jul 2024-10:46 pm,
1/5

ବୃଷ ରାଶି: ଆଜି ୨ ଜୁଲାଇ ମଙ୍ଗଳବାର, ବୃଷ ରାଶିଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଭାଗ୍ୟ ଧିରେଧିରେ ଉଦୟ ହେବ। ଆସୁଥିବା ଆର୍ଥିକ ସଂକଟରୁ ମୁକ୍ତି ମିଳିବ। ଛୋଟ ମୋଟ ବ୍ୟବସାୟ କିମ୍ବା ପାର୍ଟ ଟାଇମ ଜବ ପାଇଁ ଏହି ସମୟ ବେଶ ଉତ୍କୃଷ୍ଟ ରହିଛି। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି। ସହକର୍ମଚାରୀଙ୍କ ପାଇଁ ସମ୍ପର୍କ ବେଶ ମଜବୁତ ହେବ। ବ୍ୟବସାୟିଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ନିବେଶକଙ୍କୁ ପ୍ରଚୁର ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। 

2/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଦମଦାର ରହିବ। ହସଖୁସିରେ ଦିନଟି ବିତିବ। ସମସ୍ତ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ରହିଛି। ପରିଶ୍ରମ ସଫଳତା ଆଣିବ। ସମସ୍ତ ସଂକଟ ଦୂର ହେବ। ଅଟକି ରହିଥିବା ଧନରାଶି ଫେରିପାଇବେ। ପରିବାର ସହିତ ସମୟ ଅତିବାହିତ କରିବେ। ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବ। ବ୍ୟବସାୟିକ ସମ୍ମାନ ମଧ୍ୟ ମିଳିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କର ପଦୋନ୍ନତି ସହିତ ଆୟ ବୃଦ୍ଧି ଘଟିବ। ପରିବାରରେ ସୁଖଶାନ୍ତି ମିଳିବ। 

3/5

ମକର ରାଶି ମକର ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଖୁସିରେ ବିତିବ। ଏହି ରାଶିର ବ୍ୟକ୍ତିମାନେ ପ୍ରତିଟି ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବେ। ଘର, ଜମି କିମ୍ବା କୌଣସି କ୍ଷେତ୍ରରେ ନିବେଶ ପାଇଁ ସମୟ ବେଶ ଉପଯୋଗୀ ରହିଛି। ଆଜି ଆପଣ ନିଜ ପାଇଁ ସମୟ ଅତିବାହିତ କରିପାରନ୍ତି। ଏଥି ସହିତ, ବ୍ୟବସାୟୀମାନେ ଆସନ୍ତାକାଲି ସେମାନଙ୍କ ପ୍ରତିଯୋଗୀଙ୍କୁ ଦୃଢ ପ୍ରତିଯୋଗିତା ଉପସ୍ଥାପନ କରିବେ। ଲାଭାନ୍ୱିତ ହେବେ। ପରିବାରରେ ବିବାଦ ଚାଲିଥିଲେ ସେଥିରେ ପୂର୍ଣ୍ଣଛେଦ ପଡ଼ିବ। 

4/5

କୁମ୍ଭ ରାଶି: ଆଜି ଦିନଟି କୁମ୍ଭ ରାଶିଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ଜୀବନର ପ୍ରତିଟି ପାହାଚରେ ଖୁସି ମିଳିବ। ଧନପ୍ରାପ୍ତି ହେବେ। ସଫଳତା ମିଳିବ। ଶରୀର ବେଶ ସୁସ୍ଥ ରହିବ। ଦିନଟି ଖୁସିରେ ବିତିବ। ବ୍ୟବସାୟ ସହିତ ଜଡ଼ିତ ଥିବା ଲୋକଙ୍କ ପାଇଁ ନୂଆ ସୁଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ନିବେଶ କରିପାରନ୍ତି। କ୍ୟାରିୟରରେ ସଫଳତା ମିଳିବ। ସମସ୍ତ ଇଚ୍ଛା ପୂରଣ ହେବ। ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ହେବ। ସନ୍ତାନଙ୍କ ପାଇଁ ଗୌରବାନ୍ୱିତ ହେବେ। 

5/5

ମୀନ ରାଶି: ମୀନ ରାଶିର ଲୋକଙ୍କ ପାଇଁ ଦିନଟି ବେଶ ଭଲ ରହିବ। ମୀନ ରାଶିର ଲୋକଙ୍କୁ ପରିଶ୍ରମର ସଫଳତା ମିଳିବ। ବ୍ୟବସାୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ମଜବୁତ ହେବ। ବିଦ୍ୟାର୍ଥୀ ସହଯୋଗ ମିଳିବ। ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକୁ ତୁମେ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବ ଏବଂ ତୁମର ଦୃଢ ସ୍ଥିତି ବଜାୟ ରଖିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ପ୍ରତ୍ୟେକ ପଦକ୍ଷେପରେ ତୁମର ଜୀବନସାଥୀଙ୍କଠାରୁ ମଧ୍ୟ ସମର୍ଥନ ପାଇବ। ଧାର୍ମିକ କାର୍ଯ୍ୟକଳାପରେ ମନଦେବେ। ଦାନ କାର୍ଯ୍ୟରେ ମଧ୍ୟ କିଛି ଟଙ୍କା ଖର୍ଚ୍ଚ କରିବେ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link