Lucky Zodiac Sign: ସେପ୍ଟେମ୍ବର ୧୫ରେ ୱେଶି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 15 september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରବିବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Sun, 15 Sep 2024-12:29 am,
1/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ମିଥୁନ ରାଶିର ବ୍ୟକ୍ତି ବିଶେଷ ରବିବାର ଧନଲାଭର ଯୋଗ ରହିଛି। ଏହା ସହିତ ସମାଜରେ ପ୍ରତିଷ୍ଠା ଲାଭ କରିବେ। ଛୁଟି ଦିନ ହେତୁ ପରିବାର ସହିତ ସମୟ ଅତିବାହିତ କରିବ। ଭ୍ରମଣ ଯୋଗ ରହିଛି। ମହାଦେବଙ୍କ କୃପାରୁ ସମସ୍ତ ସଂକଟ ଦୂର ହେବ। ବ୍ୟବସାୟୀମାନେ ମୋଟା ଅଙ୍କର ଆୟ କରିବେ। ନିବେଶ ପାଇଁ ଯୋଜନା କରିପାରନ୍ତି। ଶ୍ୱଶୁର ଘର ପକ୍ଷରୁ ବିବାଦର ଅନ୍ତ ଘଟିବ। 

 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସଫଳତାର ଦିନ ହେବ। ପ୍ରଦୋଷ ବ୍ରତ ହେତୁ ସିଂହ ରାଶିର ବ୍ୟକ୍ତି ବିଶେଷ ବେଶ ଲାଭରେ ରହିବେଷ ମହାଦେବଙ୍କ କୃପାରୁ ମାନ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ମାମଲା ସହିତ ଜଡ଼ିତ ପ୍ରସଂଗରେ ଅତ୍ୟଧିକ ଚିନ୍ତା କରିବେ ନାହିଁ। ଯାନବାହନ କିମ୍ବା ସମ୍ପତ୍ତି କିଣିବାର ଯୋଗ ରହିଛି। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ରୋଜଗାର କରିବେ। ଆପଣଙ୍କର ଚତୁରତା ଓ ତୁଣ୍ଡ ପାଇଁ ସମାଜରେ ପ୍ରଶଂସାର ପାତ୍ର ହେବେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଥିବା ଚିନ୍ତା ଦୂର ହେବ। 

3/5

ତୁଳା ରାଶି ପ୍ରଦୋଷ ବ୍ରତ ହେତୁ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଲାଭଦାୟକ ହେବ। ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି। ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ପରିବାର କିମ୍ବା ସମ୍ପର୍କିୟଙ୍କ ଠାରୁ ଶୁଭ ଖବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ସନ୍ତାନ ସନ୍ତତିମାନଙ୍କ ଉନ୍ନତି ଦେଖି ମନ ଖୁସି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ବିବାଦ ଦୂର ହେବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସମୟ ଅତିବାହିତ କରିବେ। 

4/5

ଧନୁ ରାଶି ପ୍ରଦୋଷ ବ୍ରତ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ହାଲୁକାଫୁଲକା ଦିନ ହେବ। ଆନନ୍ଦିତ ରହିବେ। ବାହାରକୁ ଭ୍ରମଣ ଯୋଗ ରହିଛି। ଶିକ୍ଷା କିମ୍ବା ଚାକିରି କ୍ଷେତ୍ରରେ ବିଦେଶ ଗସ୍ତ କରିପାରନ୍ତି। ପ୍ରେମ ଜୀବନର ଭରପୁର ଆନନ୍ଦ ନେଇ ପାରନ୍ତି। ପାରିବାରିକ ବ୍ୟବସାୟରୁ ଲାଭ ମିଳିପାରେ। ବ୍ୟବସାୟ ବୃଦ୍ଧି ପାଇଁ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି। ସନ୍ଧ୍ୟାରେ ଘରକୁ ଅତିଥିଙ୍କ ଆଗମନ ହୋଇ ପାରେ। 

5/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ହେବ। ଅନ୍ୟର ସେବାରେ ଦିନଟି ଅତିବାହିତ ହେବ। ରବିବାର ଛୁଟି କାରଣରୁ ଘରେ ଅତିଥିମାନଙ୍କର ଆଗମନ ହୋଇପାରେ। ଘରେ ପିଲାମାନଙ୍କ ଗହଳି ଚହଳି ଲାଗି ରହିବ। ଅତ୍ୟନ୍ତ ଭଲ ସମୟ ଅତିବାହିତ କରିବେ।ଜୀବନସାଥୀଙ୍କ ସହିତ ମିଶି ଭବିଷ୍ୟତ ପାଇଁ ଯୋଜନା କରିବେ। ବ୍ୟବସାୟୀମାନେ ମୋଟାଙ୍କର ଲାଭ କମାଇବେ। ମାତାପିତାଙ୍କ ପାଇଁ ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି। ସନ୍ଧ୍ୟାରେ କିଣାକିଣିରେ ବ୍ୟସ୍ତ ରହିପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link