Bollywood Celebs: ପ୍ରଥମ ବିବାହ ଫେଲ୍, ଦ୍ବିତୀୟ ବିବାହରେ ଖୁସ୍ ଅଛନ୍ତି ଏମାନେ

Bollywood Celebs: ବଲିଉଡ୍ ସେଲିବ୍ରେଟିଙ୍କ ଲାଇଫଷ୍ଟାଇଲ ସାଧାରଣ ଲୋକଙ୍କ ଠାରୁ ସମ୍ପୁର୍ଣ୍ଣ ଭିନ୍ନ ଥାଏ । କେବେବେଳେ କାହା ସହ ଡେଟିଂ ଆରମ୍ଭ ହୁଏ ତ ଆଉ କାହା ସହ ବିବାହ । ତେବେ, ଏଭଳି କିଛି ସେଲିବ୍ରଟି ଅଛନ୍ତି ଯେଉଁମାନେ ଦ୍ବିତୀୟ ବିବାହରେ ବେଶ୍ ଖୁସି ଅଛନ୍ତି ।

Sat, 07 Jan 2023-6:14 pm,
1/6

ମଲାଇକା ଆରୋରା: ଅରବାଜ ଖାନ ଏବଂ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ୧୯୯୮ ମସିହାରେ ମଲାଇକା ଏବଂ ଅରବାଜଙ୍କ ପ୍ରେମ ବିବାହ ହୋଇଥିଲା।  ସେତେବେଳେ ମଲାଇକା ବଲିଉଡରେ ନୂଆ କରି ପାଦ ଥାପିଥିଲେ । କିନ୍ତୁ ସେ ନିଜ କ୍ୟାରିୟର ଅପେକ୍ଷା ପରିବାରକୁ ଅଧିକ ସମୟ ଦେଉଥିଲେ।  ସେହି ସମୟରେ ଦୁହେଁ ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ଥିଲେ। କିନ୍ତୁ ୧୯ ବର୍ଷ ବିବାହ ପରେ ଅର୍ଥାତ ୨୦୧୭ରେ ମଲାଇକା ଅରବାଜଙ୍କ ଠାରୁ ଛାଡପତ୍ର ନେଇଥିଲେ। ଏହା ପରେ ହିଁ ତାଙ୍କ ନାଁ ଅର୍ଜୁନ କପୁରଙ୍କ ସହ ଯୋଡି ହୋଇ ଯାଇଥିଲା ।  ସେବେଠାରୁ ଦୁହେଁ ପରସ୍ପରକୁ ପାଗଳ କରି ପ୍ରେମ କରନ୍ତି । ଆଉ ଖୁବଶିଘ୍ର ଏହି ଲବ୍ ବାର୍ଡ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । 

2/6

ସୈଫ୍ ଅଲ୍ଲୀ ଖାନ୍ : ସୈଫ୍ ଅଲ୍ଲୀ ଖାନ୍ ପ୍ରଥମେ ଅମୃତା ସିଂହଙ୍କୁ ବିବାହ କରିଥିଲେ ।ଯାହାଙ୍କ ସହ ସୈଫ୍ ୧୩ ବର୍ଷ ଧରି ଘର ସଂସାର କରିଥିଲେ। ହେଲେ ପରେ ଦୁହେଁ ଅଲାଗା ହୋଇ ଯାଇଥିଲେ। ଏବଂ ୧୬ ଅକ୍ଟୋବର ୨୦୧୨ରେ କରୀନାଙ୍କୁ ବିବାହ କରିଥିଲେ ସୈଫ୍ । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । 

3/6

ବିପାଶା ବସୁ: ବିପାଶା ବସୁ ଏବଂ ଜନ୍ ଆବ୍ରାହମ୍ । ଉଭୟ ଦିର୍ଘ ଦିନ ଧରି ଅର୍ଥାତ୍ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ଉଭୟ ଲିଭିଂ ରିଲେସନସିପରେ ଥିଲେ। ଏବଂ ସେମାନଙ୍କ ବିବାହ ମଧ୍ୟ ହୋଇଥାନ୍ତା କିନ୍ତୁ ୨୦୧୪ରେ ଉଭୟ ପରପ୍ପର ଠାରୁ ଆଲଗା ହୋଇଯାଇଥିଲେ। ଏବଂ ବିପାଶା ୨୦୧୬, ଏପ୍ରିଲ ୩୦ରେ ସେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ।

4/6

ଅର୍ଜୁନ ରାମପାଲ: ଅର୍ଜୁନ ରାମପାଲ ପ୍ରଥମେ ମୈହର ଜେସିଆ(Maihar Jesia,)ଙ୍କୁ ବିବାହ କରିଥିଲେ,ପରେ ସେ ଦୁଇ ଝିଅର ବାପା ମଧ୍ୟ ହୋଇଥିଲେ। ବିବାହର ୨୧ ବର୍ଷ ପରେ, ଦୁହେଁଙ୍କ ଛାଡପତ୍ର ହୋଇଥିଲେ ଏବଂ ପରେ ଅର୍ଜୁନ ମଡେଲ ଗାବ୍ରିଏଲା(model Gabriela)ଙ୍କ ସହ ସମ୍ପର୍କରେ ଆସିଥିଲେ। ଦୁହେଁ, ଲିଭିଂର ରୁହନ୍ତି  ଏବଂ ସେମାନଙ୍କର ଏକ ସେମାନଙ୍କର ଏକ ପୁଅ ମଧ୍ୟ ଅଛି। 

 

5/6

ହ୍ରିତିକ ରୋଶନ: ହ୍ରିତିକ ତାଙ୍କର ପ୍ରଥମ ପତ୍ନୀ ସୁସାନ ଖାନ(Sussanne Khan) ଙ୍କୁ ବିବାହର ୧୪ ବର୍ଷ ପରେ ଛାଡପତ୍ର ଦେଇଥିଲେ। ଏହା ପରେ ହ୍ରିତିକ ଗତ ଏକ ବର୍ଷ ଧରି ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ଖୁବ୍ ଶିଘ୍ର ହ୍ରିତିକ୍ ସବାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

6/6

ଫରହାନ୍ ଅଖତର: ଫରହାନ୍ ପ୍ରଥମେ ଅଦୁନାଙ୍କୁ ବିବାହ କରିଥିଲେ, କିଛି ବର୍ଷ ମଧ୍ୟରେ ଏ ସମ୍ପର୍କ ଭାଙ୍ଗି ଯାଇଥିଲା । ବିବାହ ଭାଙ୍ଗିବା ମାତ୍ରେ ଫରହାନ ଶିବାନୀ ଦାଣ୍ଡେକରଙ୍କ ସହ  ଡେଟ  ଆରମ୍ଭ କରିଥିଲେ । ଏବଂ ପରେ ଦୁହେଁ ବିବାହ କରିଥିଲେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link