କିସମିସ ଓ ମହୁ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

Benefits of Raisin and Honey: କିସମିସ ଓ ମହୁ ଖାଇବା ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଯୌନ ହରମୋନ୍ ଟେଷ୍ଟୋଷ୍ଟେରନ୍ (Testosterone) ବଢିଥାଏ । ଏହା ବ୍ୟତୀତ ମହୁ ଓ କିସମିସ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ଲାଭ ପହଞ୍ଚାଇବ । ବିବାହିତ ପୁରୁଷମାନେ କିସମିସ ଓ ମହୁ ମିଶାଇ ଖାଇବା ଦ୍ୱାରା ଅନେକ ଲାଭ ପାଆନ୍ତି ।

ଜୀ ଓଡ଼ିଶା ଡେସ୍କ Mon, 26 Sep 2022-9:46 am,
1/5

ନୂଆଦିଲ୍ଲୀ: Benefits of Raisin and Honey: ଦୈନିକ ମହୁ ଓ କିସମିସ  (Honey and Raisins) ଖାଇବା ଅନେକ ସମସ୍ୟାର ରାମବାଣ ଚିକିତ୍ସା ହୋଇଥାଏ । କିସମିସ ଓ ମହୁ ଖାଇବା ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଯୌନ ହରମୋନ୍ ଟେଷ୍ଟୋଷ୍ଟେରନ୍ (Testosterone) ବଢିଥାଏ । ଏହା ବ୍ୟତୀତ ମହୁ ଓ କିସମିସ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ଲାଭ ପହଞ୍ଚାଇବ । ବିବାହିତ ପୁରୁଷମାନେ କିସମିସ ଓ ମହୁ ମିଶାଇ ଖାଇବା ଦ୍ୱାରା ଅନେକ ଲାଭ ପାଆନ୍ତି ।

2/5

ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରେ

ପୁରୁଷମାନଙ୍କ ଶୁକ୍ରାଣୁ କମ୍ ସମସ୍ୟା (low sperm count) ରେ ମହୁ ଓ କିସମିସ (Honey and Raisins) ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ମହୁ ଓ କିସମିସ୍ ଖାଇବା ଦ୍ୱାରା ଶୁକ୍ରାଣୁ ସଂଖ୍ୟାରେ ଉନ୍ନତି ହୋଇଥାଏ । ମହୁ ଓ କିସମିସରେ ଏପରି ଅନେକ ଗୁଣ ଅଛି ଯାହା ଶୁକ୍ରାଣୁ ଗୁଣରେ ଉନ୍ନତି ଆଣେ । ଏହାର ବ୍ୟବହାର ବିବାହିତ ପୁରୁଷମାନଙ୍କ ଦୁର୍ବଳତାର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

3/5

ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା କମ୍ ହେବ

ମହୁ ଓ କିସମିସ ନିୟମିତ ଖାଇବା ଦ୍ୱାରା ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ମଧ୍ୟ କମିଯାଏ । ଏକ ଅଧ୍ୟୟନ ଅନୁଯାୟୀ, ଉଭୟ ମହୁ ଓ କିସମିସରେ କର୍କଟ ବିରୋଧୀ ଉପାଦାନ ମିଳିଥାଏ । ଏହା କୌଣସି ଅଙ୍ଗରେ କର୍କଟ କୋଷକୁ ବଢ଼ିବା ବନ୍ଦ କରନ୍ତି ।

ଅଧିକ ପଢ଼ନ୍ତୁ:-୯୦ରୁ ଅଧିକ ବିଧାୟକଙ୍କ ଇସ୍ତଫା, ଭାଙ୍ଗି ଯିବ ଗେହଲୋଟ ସରକାର! ଜାଣନ୍ତୁ ସଂପୂର୍ଣ୍ଣ ଗେମ୍ ପ୍ଲାନ୍

ଅଧିକ ପଢ଼ନ୍ତୁ:-କିଙ୍ଗ ଜୋଙ୍ଗ ଉନଙ୍କ ଅପେକ୍ଷା ଅଧିକ ଖତରନାକ 'ଏକଛତ୍ରବାଦୀ' ସି ଜିନପିଙ୍ଗ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦେଉଛନ୍ତି ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ'ଣ ରହିଛି କାରଣ

4/5

ଶରୀରର ଗ୍ରୋଥ୍ ପାଇଁ ଜରୁରୀ

ମାଂସପେଶୀ ଓ କୋଷକୁ ମଜବୁତ କରିବା ପାଇଁ ସୁସ୍ଥ ଖାଦ୍ୟ ଆବଶ୍ୟକ । ମହୁ ଓ କିସମିସରେ ମହଜୁଦ ଥିବା ଟେଷ୍ଟୋଷ୍ଟେରନ୍ ହରମୋନ୍ ବଢାଇବା ଗୁଣ ଶରୀରରେ ବୃଦ୍ଧି ଘଟାଏ ।

5/5

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ

ମହୁ ଓ କିସମିସରେ ମ୍ୟାଗ୍ନେସିୟମ୍ ଥାଏ, ଯାହା ଉଚ୍ଚ ରକ୍ତଚାପ ସମସ୍ୟାରେ ରକ୍ତଚାପ (blood pressure) କୁ ନିୟନ୍ତ୍ରଣ କରିଥାଏ । ପ୍ରତିଦିନ କିସମିସ ଓ ମହୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହେବ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link