Mithun Mother Died: ମିଥୁନଙ୍କ ହାତ ଛାଡ଼ି ଚାଲିଗଲେ ମା`, ଏମିତି ଥିଲା ମିଥୁନଙ୍କ ସଂଘର୍ଷମୟ କାହାଣୀ

Mithun Chakraborty Birthday: ୧୯୮୫ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗୁଲାମି’ରେ ମିଥୁନ ଚକ୍ରବର୍ତ୍ତୀଙ୍କ ତକିଆ-କଲାମକୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି । ବଲିଉଡରେ ଡିସ୍କୋ ଡ଼ାନ୍ସର ଓ ଦାଦା ଭାବେ ଜଣାଶୁଣା ମିଥୁନ ଚକ୍ରବର୍ତ୍ତୀ ଆଜି ୭୩ ବର୍ଷରେ ପର୍ଦାପଣ କରିଛନ୍ତି । ତେବେ ଜନ୍ମ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

Fri, 07 Jul 2023-6:43 pm,
1/7

ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତା ଶାନ୍ତିରାନୀ ଚକ୍ରବର୍ତ୍ତୀଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନାମଶି ଚକ୍ରବର୍ତ୍ତୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ପରଦାରେ ସେ ପ୍ରାୟ ୩୫୦ ଚଳଚ୍ଚିତ୍ରରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଗତକାଲି ତାଙ୍କ ମାଙ୍କର ଦେହାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।

2/7

ଯେତେବେଳେ ପୋଲିସ ନକ୍ସଲମାନଙ୍କୁ ଧରିବା ଲାଗି ପ୍ରୟାସ କରିଥିଲେ ସେ ସମୟରେ ମିଥୁନ ତାଙ୍କ ସହଯୋଗୀଙ୍କ ସହ ଏକ ଅଣ୍ଡରଗ୍ରାଉଣ୍ଡରେ ଅନେକ ମାସ ପର୍ଯ୍ୟନ୍ତ ଲୁଚି ରହିଥିଲେ।

3/7

 

ଦିନ ଶ୍ୟାମଳ ରଙ୍ଗ ପାଇଁ ରିଜେକ୍ଟ ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ଏମିତି ଜଣେ ଅଭିନେତା ଅଟନ୍ତି ଯିଏ ପ୍ରଥମ ସିନେମା ପରେ ପରେ ହିଁ ଜାତୀୟ ପୁରସ୍କାର ପାଇଥିଲେ ।

4/7

୧୯୭୯ରେ ଅଭିନେତା ହେଲେନ୍ ଲୁକଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବାହାଘର ମାତ୍ର ୪ ମାସ ତିଷ୍ଠି ପାରିଥିଲା । ପ୍ରଥମ ପତ୍ନୀଙ୍କ ସହ ଛାଡିବା ପରେ ମିଥୁନ ସେହି ବର୍ଷ ଯୋଗୀତା ବାଲିଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ପୁତ୍ର ମିମୋହ, ନମାଶି, ଉସମେହ ରହିଛନ୍ତି । ଏହାଛଡ଼ା ମିଥୁନ ଏକ ଅଳିଆ ଗଦାରୁ ପାଇଥିବା ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯାହାଙ୍କ ନାମ ଦିଶାନୀ ଅଟେ।

5/7

୧୯୮୨ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମିଥୁନଙ୍କ କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ୍ ଥିଲା । ୧୦୦ କୋଟି ରୋଜଗାର କରିଥାଏ ଏହା ହେଉଛି ପ୍ରଥମ ହିନ୍ଦୀ ସିନେମା । ଯଦିଓ ଭାରତ ଅପେକ୍ଷା ସୋଭିଏତ୍ ୟୁନିଅନରେ ଏହି ଚଳଚ୍ଚିତ୍ର ଅଧିକ ରୋଜଗାର କରିଥିଲା । ନନ୍ ଡ଼ାନ୍ସର ମିଥୁନ ଯେତେବେଳେ ଫିଲ୍ମର ଆବଶ୍ୟକତା ଲାଗି ନାଚିଲେ, ସେତେବେଳେ ତାଙ୍କର ଏହି ଡ଼ିସ୍କୋ ଡ଼ାନ୍ସ ସ୍ଟେପ୍ ସାରା ଦେଶରେ ବେଶ ଲୋକପ୍ରିୟ ହୋଇଥିଲା 

6/7

୧୯୮୯ ମସିହାରେ ଏକା ସଙ୍ଗେ ତାଙ୍କର ୧୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଯେଉଁଥିରେ ‘ଇଲାକା’, ‘ମୁଜରିମ୍’, ‘ଗୁରୁ’ ଓ ‘ବିସ୍ ସାଲ ବାଦ୍’ ଭଳି ଅନେକ ଚଳଚ୍ଚିତ୍ର ସାମିଲ ରହିଛି।

7/7

ମିଥୁନ ଚକ୍ରବର୍ତ୍ତୀଙ୍କ ଘରେ ପ୍ରାୟ ୩୮ ଟି କୁକୁର ଥିବାବେଳେ, ଉଟିରେ ଥିବା ଘରେ ସେ ୭୮ଟି କୁକୁର ପାଳିଛନ୍ତି। ସେଠାରେ ଥିବା ନାମୀ ହୋଟେଲ ମୋନାର୍କ ମିଥୁନ ଚକ୍ରବର୍ତ୍ତୀଙ୍କର ଅଟେ । ଏଥି ସହିତ, ମାସିନାଗୁଡିରେ ତାଙ୍କର ୧୬ଟି ବଙ୍ଗଳା ଓ କଟେଜ୍ ମଧ୍ଯ ରହିଛି  । ସେହିପରି ମସୁରରେ ତାଙ୍କର ୧୮ଟି କଟେଜ୍ ଓ ଅନେକ ରେଷ୍ଟୁରାଣ୍ଟ ଅଛି । ଚଳଚ୍ଚିତ୍ର ଓ ବ୍ୟବସାୟ ବ୍ୟତୀତ୍ ମିଥୁନ ୨୦୧୪ ଠାରୁ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link