Mobile Charging Tips: ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କଲେ ବ୍ୟାଟେରୀ ଖରାପ ହୋଇଯାଏ କି? ଜାଣନ୍ତୁ ଏହା ପଛର ସତ୍ୟତା

Phone using while Charging: ଯଦି ଆପଣ ଚାର୍ଜ କରିବା ସମୟରେ ଫୋନ୍ ମଧ୍ୟ ଚାଲୁ ରଖନ୍ତି, ତେବେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ । ଆସନ୍ତୁ ଏହା କରିବାକୁ କାହିଁକି ମନା କରାଯାଇଥାଏ ।

Jagdish Barik Aug 02, 2023, 20:02 PM IST
1/6

Charging While Using Phone: ଯେତେବେଳେ ଫୋନର ବ୍ୟାଟେରୀ ସରିବା ଆରମ୍ଭ ହୁଏ, ସେତେବେଳେ ହୃଦସ୍ପନ୍ଦନ ବଢିବାକୁ ଲାଗେ, ବର୍ତ୍ତମାନ କଣ କରିବେ । ଯଦି ଆପଣ ଘରେ ରୁହନ୍ତି, ତେବେ ଆପଣ ଏହାକୁ ତୁରନ୍ତ ଚାର୍ଜରେ ରଖିପାରିବେ, କିନ୍ତୁ ଏହା ବାହାରେ ସମ୍ଭବ ହୋଇନଥାଏ । କିନ୍ତୁ ଯେଉଁମାନେ ଏହାକୁ ଘରେ ଚାର୍ଜ କରନ୍ତି, କିମ୍ବା ଅଫିସରେ ଚାର୍ଜ କରନ୍ତି, ସେତେବେଳେ ତାଙ୍କ ଅଭ୍ୟାସ ଥାଏ ଯେ ଫୋନକୁ ଚାର୍ଜରେ ଲଗାଇ ଏହାକୁ ବ୍ୟବହାର କରିବା ।

 

 

2/6

ଏଭଳି ପରିସ୍ଥିତିରେ, ଅନେକ ଥର ଆମେ ଭାବିଥାଉ କି ଏହା କରିବା ଠିକ୍ ନା ଭୂଲ? ଫୋନକୁ ଚାର୍ଜିଂରେ ରଖି ଏହାକୁ ବ୍ୟବହାର କରାଯାଇପାରିବ କି? କ'ଣ ଏହା କରିବା ଦ୍ୱାରା ବ୍ୟାଟେରୀରେ ସମସ୍ୟା ଦେଖା ଦେଇଥାଏ? ଆସନ୍ତୁ ଜାଣିବା ଏହା ପଛର ସତ୍ୟତା କ’ଣ...

 

3/6

ଚାର୍ଜ କରିବା ସମୟରେ ଆପଣଙ୍କ ଫୋନ୍ ବ୍ୟବହାର କରିବା ଦ୍ୱାରା ବହୁତ ମନ୍ଥର ଗତିରେ ଚାର୍ଜ ହୁଏ । ଏହାର କାରଣ ହେଉଛି ଗୋଟିଏ ପଟେ ଆପଣ ବ୍ୟାଟେରୀରୁ ପାୱାର ସାରିଥାନ୍ତି ଓ ଅନ୍ୟ ପଟେ ଆପଣ ଏହାକୁ ଚାର୍ଜ କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି ।

4/6

ଯେଉଁମାନେ କୁହନ୍ତି ଯେ ସେମାନଙ୍କ ଫୋନ୍ ଧୀରେ ଧୀରେ ଚାର୍ଜ ହେଉଛି, ତେବେ ଏହା ପଛର ଗୋଟିଏ କାରଣ ହେଉଛି ଚାର୍ଜ କରିବା ସମୟରେ ମଧ୍ୟ ସେ ମୋବାଇଲକୁ ଅଧିକ ବ୍ୟବବାର କରିଥାନ୍ତି ।

 

5/6

ଚାର୍ଜ କରିବା ସମୟରେ ଫୋନର ବ୍ୟବହାର ଅନ୍ୟମାନଙ୍କ ତୁଳନାରେ ଲିଥିୟମ୍ ଆଇନ୍ ବ୍ୟାଟେରୀକୁ ଶୀଘ୍ର ଖରାପ କରିପାରେ । ଏହାର କାରଣ ହେଉଛି ଯେତେବେଳେ ଆପଣ ନିଜ ଫୋନ୍ ବ୍ୟବହାର କରୁଛନ୍ତି ଓ ସେତେବେଳେ ଏହା ଚାର୍ଜ ହୋଇଥାଏ ଓ ବ୍ୟାଟେରୀ ଗରମ ହୋଇଯାଏ ।

6/6

ଯେତେବେଳେ ଆପଣ ଉଭୟକୁ ଏକାସାଙ୍ଗରେ ବ୍ୟବହାର କରନ୍ତି, ସେତେବେଳେ ବ୍ୟାଟେରୀ ଗରମ ହୁଏ ଓ ଏହା ଉପରେ ବହୁତ ଷ୍ଟ୍ରେନ୍ ଲଗାଏ । ଯଦି ଆପଣ ଏହାକୁ ବାରମ୍ବାର କରନ୍ତି, ବ୍ୟାଟେରୀର କାର୍ଯ୍ୟଦକ୍ଷତା ଉପରେ ସମସ୍ତ ଉତ୍ତାପ ଖରାପ ପ୍ରଭାବ ପକାଇଥାଏ ଓ ଫୋନକୁ ସମ୍ପୂର୍ଣ୍ଣ ଚାର୍ଜ କରିବା କଷ୍ଟକର ହୋଇପାରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link