Health Tips: ବର୍ଷା ଦିନେ ସୁସ୍ଥ ରହିବା ପାଇଁ କରନ୍ତୁ ଏହି ୫ଟି କାମ...

Health Tips: ବର୍ଷା ପାଗରେ ଗରମ ଗରମ ପକୁଡି଼ ଓ ଚା’କୁ କିଏ ବା ମନେ ନ ପକାଏ? ବର୍ଷାରେ ଓଦା ହୋଇ ବାହାରେ ଫାଷ୍ଟଫୁଡ଼ ଖାଇବା ପାଇଁ ଅନେକ ପସନ୍ଦ କରିଥାଆନ୍ତି। ତେବେ ଏସବୁ କରିବା ଆଗରୁ ଥରେ ଚିନ୍ତା କରିନେବେ। ନହେଲେ କିଛି ସମୟର ଆନନ୍ଦ ଉପଭୋଗ ପାଇଁ ଆପଣଙ୍କୁ ଗମ୍ଭୀର ସମସ୍ୟା ଭୋଗିବାକୁ ପଡି଼ପାରେ। ତେବେ କିଛି ପଦକ୍ଷେପ ଗ୍ରହଣ କରି ଆପଣ ବର୍ଷା ଦିନେ ନିଜକୁ ସୁସ୍ଥ ରଖି ପାରିବେ।

Sun, 25 Jun 2023-4:14 pm,
1/5

ପାଣି ଫୁଟାଇ କରି ପିଅନ୍ତୁ- ବର୍ଷା ଦିନରେ ପାଣିରେ ଅନେକ ପ୍ରକାର ଜୀବାଣୁ ଜନ୍ମ ନେଇ ଥାଆନ୍ତି। ତେଣୁ ବର୍ଷା ଦିନେ ପାଣିକୁ ଫୁଟେଇକି ପିଇବା ଉଚିତ୍। ପାଣି ଗରମ କରିବା ଦ୍ୱାରା ଏଥିରେ ଥିବା ସମସ୍ତ ପ୍ରକାରର ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଏହା ଦ୍ୱାରା ଡାଇରିଆ ପରି ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ।

2/5

କଞ୍ଚା ଖାଇବା ଅନୁଚିତ୍- ବର୍ଷା ଋତୁରେ ଆମର ପାଚନ ଶକ୍ତି କମିଯାଏ। ଫଳରେ ଖାଦ୍ୟ ହଜମ ହେବାରେ ଡେରି ହୋଇଥାଏ। ତେଣୁ ଏହି ସମୟରେ କଞ୍ଚା ଖାଇବାରୁ ନିବୃତ୍ତ ରୁହନ୍ତୁ। ବଜାରରେ ମିଳୁଥିବା ସାଲାଡ଼ କିମ୍ବା ଜୁସ୍ ସମ୍ପୂର୍ଣ୍ଣ ଭାବେ ବର୍ଜନ କରନ୍ତୁ।

3/5

ଥଣ୍ଡା ଜିନିଷ ଖାଇବା କମ୍ କରନ୍ତୁ- ଏହି ଋତୁରେ ଥଣ୍ଡା ପାନୀୟ ଯଥା- ଜୁସ୍ , ବିଭିନ୍ନ ପ୍ରକାର ସେକ୍ ଓ ଆଇସ୍କ୍ରିମ୍ ଖାଇବା ଉଚିତ୍ ନୁହେଁ। କାରଣ ଏହି ସମୟରେ ଗଳାରେ ଇନ୍‌ଫେକ୍ସନ ହେବାର ସମ୍ଭାବନା ଅଧିକ ରହିଥାଏ। ଖଟା ଜିନିଷ ଦ୍ୱାରା ମଧ୍ୟ ଗଳା ଖରାପ ହୋଇପାରେ। ତେଣୁ ବର୍ଷା ଦିନେ ଖଟା ଖାଦ୍ୟ ଖାଇବା କମ୍ କରିବା ଉଚିତ୍।

4/5

ମିଲେଟ ଜାତୀୟ ଖାଦ୍ୟ ଖାଆନ୍ତୁ- ବର୍ଷା ଦିନରେ କମ୍ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ଦେହ ଶୀଘ୍ର ଖରାପ ହୋଇଥାଏ। ତେଣୁ ଏହି ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମିଲେଟ୍ ଜାତୀୟ ଖାଦ୍ୟ ଯଥା- ଗହମ, ବାଜରା, ମାଣ୍ଡିଆ ଆଦି ଖାଇବା ଉଚିତ୍।

5/5

ଫାଷ୍ଟଫୁଡ଼ କରନ୍ତୁ ନାଁ- ରାସ୍ତା କଡ଼ରେ ମିଳୁଥିବା ଫାଷ୍ଟଫୁଡ ସ୍ୱାସ୍ଥ୍ୟ ଉପୋଯୋଗୀ ହୋଇନଥାଏ । ଏହାକୁ ତିଆରି କରିବା ସମୟରେ ଦୋକାନୀ ମାନେ ହାଇଜିନ୍ ପ୍ରତି ଗୁରୁତ୍ୱ ଦେଇନଥାନ୍ତି। ବର୍ଷା ଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଗମ୍ଭୀର ସମସ୍ୟା ଦେଖା ଦେଇପାରେ। ତେଣୁ ବର୍ଷା ଦିନେ ଫାଷ୍ଟଫୁଡ଼ ଖାଇବାରୁ ନିବୃତ୍ତ ରୁହନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link