HMPV Symptoms: ମିଡିଆ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୨ ଜଣ ପିଲାଙ୍କ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ଭାରତରେ HMPV ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି।
Trending Photos
HMPV Symptoms: ମାରାତ୍ମକ କୋଭିଡ୍-୧୯ ମହାମାରୀ ବ୍ୟାପିବାର ପାଞ୍ଚ ବର୍ଷ ପରେ ଚୀନ ରେ ଆଉ ଏକ ଭୂତାଣୁ ପ୍ରବେଶ କରିଛି। ଏହାକୁ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ ବା HMPV ବୋଲି କୁହାଯାଉଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଠାରେ ଶ୍ୱାସକ୍ରିୟାରେ ଅସୁବିଧା ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି । ବର୍ତ୍ତମାନ ଦିଲ୍ଲୀର ମେଡିକାଲ ଅଫିସରମାନେ ଭୂତାଣୁ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡ.ବନ୍ଦନା ବଗ୍ଗା ରବିବାର ଦିନ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଆଇଡିଏସପିର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀଙ୍କ ସହ ଏକ ବୈଠକ କରି ଦିଲ୍ଲୀରେ ଶ୍ୱାସରୋଗର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।
ସୁପାରିସ ଅନୁଯାୟୀ, ଆଇଏଚ୍ଆଇପି ପୋର୍ଟାଲ ମାଧ୍ୟମରେ ଇନ୍ଫ୍ଲୁଏଞ୍ଜା ଭଳି ରୋଗ (ଆଇଏଲ୍ଆଇ) ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇନଫେକ୍ସନ (ଏସ୍ଏଆରଆଇ) ମାମଲାକୁ ତୁରନ୍ତ ରିପୋର୍ଟ କରିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ରୋଗୀଙ୍କ ପାଇଁ କଠୋର ଆଇସୋଲେସନ୍ ପ୍ରୋଟୋକଲ୍ ଏବଂ ସତର୍କତା ଅବଲମ୍ବନ ବାଧ୍ୟତାମୂଳକ କରାଯାଇଛି। ସଠିକ ତଦାରଖ ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାଗୁଡ଼ିକ ଏସଏଆରଆଇ ମାମଲା ଏବଂ ଲ୍ୟାବ-ନିଶ୍ଚିତ ଇନ୍ଫ୍ଲୁଏଞ୍ଜା ମାମଲାର ଉପଯୁକ୍ତ ଦସ୍ତାବିଜ ରଖିବା ଆବଶ୍ୟକ । ଅମ୍ଳଜାନ ବଜାୟ ରଖିବା ସହ ସାମାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ପାରାସିଟାମୋଲ, ଆଣ୍ଟିହିଷ୍ଟାମିନ, ବ୍ରୋଙ୍କୋଡିଲେଟର ଓ କଫ ସିରପ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚୀନରେ HMPV ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଭାଇରସ ଚୀନରୁ ଭାରତରେ ପହଞ୍ଚିଛି । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୨ ଜଣ ପିଲାଙ୍କ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏହି ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ଭାରତରେ HMPV ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ଚୀନରେ ଶ୍ୱାସରୋଗ ସଂଖ୍ୟା ବୃଦ୍ଧି ପାଉଥିବା ଖବର ଆସିବା ପରେ ଏହି ସୁପାରିସ କରାଯାଇଛି । ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (IDSP), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ୨୦୨୫ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଅପଡେଟ୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଶ୍ୱାସକ୍ରିୟା ଜନିତ ରୋଗରେ ବିଶେଷ ବୃଦ୍ଧି ଘଟିନାହିଁ।
ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (HMPV) କ'ଣ?
ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (HMPV) ହେଉଛି ଏକ ଭୂତାଣୁ ଯାହାର ଲକ୍ଷଣ ସାଧାରଣ ଥଣ୍ଡା ସହିତ ବହୁତ ସମାନ । ସାଧାରଣ କ୍ଷେତ୍ରରେ ଏହା ଗଳାରେ କାଶ ବା ବାନ୍ତି, ନାକରୁ ପାଣି ବାହାରିବା କିମ୍ବା ଗଳା ଯନ୍ତ୍ରଣା ସୃଷ୍ଟି କରିଥାଏ। ଛୋଟ ପିଲା ଏବଂ ବୟସ୍କଙ୍କ ଠାରେ, ଏଚଏମପିଭି ସଂକ୍ରମଣ ଗମ୍ଭୀର ହୋଇପାରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଗମ୍ଭୀର ରୋଗ ସୃଷ୍ଟି କରିପାରେ ।
ହ୍ୟୁମାନ ମେଟାପ୍ୟୁମୋଭାଇରସ୍ ବା HMPV ଲକ୍ଷଣ କ'ଣ?
ସାଧାରଣତଃ ଶିଶୁ ମାନଙ୍କୁ ବେଶ୍ ଆକ୍ରାନ୍ତ କରିଥାଏ। ୧୪ ବର୍ଷରୁ କମ ଏହା ସହ ୫ ବର୍ଷରୁ କମ୍ ବୟସ ପିଲାଙ୍କ ଠାରେ ଦେଖାଦେଉଛି। ଆକ୍ରାନ୍ତ ଶିଶୁ ଠାରେ ଜ୍ୱର, କାଶ, ଥଣ୍ଡା, ଛିଙ୍କ, ଧଇଁସଇଁ ହେବା, ଛାତିରେ ଯନ୍ତ୍ରଣା ହେବା, ଶିଶୁର ରଙ୍ଗରେ ପରିବର୍ତ୍ତନ ଦେଖାଦେଇଥାଏ। ତେବେ ପ୍ରାଥମିକ ଭାବେ ଏହି ଭୂତାଣୁ ଏକ ଭାଇରାଲ ନିମୋନିଆ ଭାବେ ବିବେଚନା କରାଯାଉଛି। ଯାହା ଶ୍ୱାସନଳୀକୁ ପ୍ରଭାବିତ କରିଥାଏ ଯାହା ଛାତି ଉପରେ ଓ ନିଶ୍ୱାସ ପ୍ରଶ୍ୱାସ ଉପରେ ବେଶି ପ୍ରଭାବ ପକାଏ।
ଏଚଏମପିଭି କୋଭିଡ୍ -୧୯ ସହିତ ସମାନ କି?
ଏଚଏମପିଭି ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିଥାଏ । ଏହି ଭୂତାଣୁ ସାଧାରଣତଃ ଉପର ଶ୍ୱାସନଳୀକୁ ପ୍ରଭାବିତ କରିଥାଏ କିନ୍ତୁ ବେଳେବେଳେ ଶ୍ୱାସନଳୀର ତଳ ଭାଗରେ ସଂକ୍ରମଣ ସୃଷ୍ଟି କରିପାରେ । ଶୀତ ଋତୁ ଓ ବସନ୍ତ ଋତୁର ପ୍ରାରମ୍ଭରେ ଏଚଏମପିଭି ସଂକ୍ରମଣ ଅଧିକ ଦେଖାଯାଏ । ଏଚଏମପିଭି ଏବଂ SARS-COV-2 ସହ ସମାନତା ରହିଛି । ଉଭୟ ଭୂତାଣୁ ମୁଖ୍ୟତଃ ମାନବ ଶ୍ୱାସ କ୍ରିୟାକୁ ଟାର୍ଗେଟ କରି ସାମାନ୍ୟରୁ ଗୁରୁତର ସଂକ୍ରମଣ ସୃଷ୍ଟି କରିଥାଏ ।
Also Read: OFD Recruitment 2025: ଓଡ଼ିଶା ଫରେଷ୍ଟ ଡିପାର୍ଟମେଣ୍ଟରେ ବମ୍ପର ନିଯୁକ୍ତି, ଦରମା ୬୫ ହଜାର
Also Read: OTO Recruitment 2025: ଓଡ଼ିଶା ତହସିଲ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଜାନୁଆରୀ ୧୬ ଶେଷ ତାରିଖ