September Financial Horoscope: ନୂଆ ଚାକିରି ମିଳିବା ସହ ମିଳିବ ସବୁ କ୍ଷେତ୍ରରେ ସଫଳତା, ରହିବନି ଟଙ୍କାର ଅଭାବ !

Monthly Finance Horoscope September 2024: ମାସିକ ଆର୍ଥିକ ରାଶିର ଏହି ଭାଗରେ ଆମେ ୧ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସମସ୍ତ ରାଶିର ଆର୍ଥିକ ରାଶିଫଳ ଆସନ୍ତୁ ଜାଣିବା । ମାସିକ ରାଶିଫଳରେ କୁହାଯାଇଛି ଯେ ଆସନ୍ତା ମାସରେ କିଛି ରାଶି ଆର୍ଥିକ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ । ସେହିପରି କିଛି ରାଶିକୁ ଏହି ମାସରେ ଅର୍ଥନୈତିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ। ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ଆର୍ଥିକ ରାଶିଫଳ।

Rashmita Sahoo Thu, 29 Aug 2024-3:35 pm,
1/12

ମେଷ ରାଶି-

ଆର୍ଥିକ ଦୃଷ୍ଟିରୁ ସେପ୍ଟେମ୍ବର ମାସ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ଅଟକି ରହିଥିବା ଟଙ୍କା ପାଇପାରନ୍ତି ଏବଂ ଆପଣ ବ୍ୟବସାୟରେ ଏକ ବଡ଼ ଭାଗିଦାରୀର ଅଂଶ ହୋଇପାରନ୍ତି । ଯାହା ଦ୍ୱାରା ରୋଜଗାର ବୃଦ୍ଧି ପାଇବ । ଏହି ମାସରେ ଆପଣ ନିଜର କାମ ଆରମ୍ଭ କରିପାରନ୍ତି, ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । 

2/12

ବୃଷ ରାଶି- ଆଗାମୀ ମାସ ସେପ୍ଟେମ୍ବରରେ ବ୍ୟବସାୟରେ କିଛି ଉତ୍ଥାନ-ପତନ ଆସିବ। କିନ୍ତୁ ଆପଣ ନିଜର ବୁଝାମଣା ଓ ପାରସ୍ପରିକ ସହଯୋଗ ରେ ଏହି ପରିସ୍ଥିତିକୁ ଅତିକ୍ରମ କରିବାରେ ସକ୍ଷମ ହେବେ । ଏହି ମାସରେ କାହାକୁ ଅଧିକ ପରିମାଣର ଟଙ୍କା ଋଣ ଦେବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଷ୍ଟକ ମାର୍କେଟ ଇତ୍ୟାଦିରେ ଚିନ୍ତାକରି ଟଙ୍କା ଖର୍ଚ୍ଚ କରନ୍ତୁ ।

3/12

ମିଥୁନ ରାଶି-

ସେପ୍ଟେମ୍ବର ମାସରେ ଆପଣ ଆର୍ଥିକ ସ୍ତରରେ ଅନେକ ସମସ୍ୟା ଅନୁଭବ କରିବେ। ଠିକ୍ ସମୟରେ ଋଣ ଟଙ୍କା ନ ମିଳିବା କାରଣରୁ ଆପଣ ବଡ଼ ଆର୍ଥିକ ସଙ୍କଟ ଭିତରକୁ ଯାଇପାରନ୍ତି। ଏହି ମାସରେ କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବାରୁ ଦୂରେଇ ରୁହନ୍ତୁ। ମାସର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କ ହାତରେ ଏକ ବଡ଼ ଭାଗିଦାରୀ ହୋଇପାରେ, ଯାହା ଫଳରେ ଆର୍ଥିକ ସ୍ଥିତି ସ୍ୱାଭାବିକ ଦେଖାଯିବ ।

4/12

କର୍କଟ ରାଶି- 

ସେପ୍ଟେମ୍ବର ମାସରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି ବଡ଼ ପାର୍ଟନରସିପ୍ ମିଳିପାରେ। କର୍ମକ୍ଷେତ୍ରରେ ସହାୟକ ଶ୍ରେଣୀର ସହଯୋଗ ପାଇବେ। ଚାକିରି ଇତ୍ୟାଦିରେ ଆପଣଙ୍କ ଆଚରଣରେ ଅଧିକାରୀମାନେ ଖୁସି ରହିବେ। ପଦୋନ୍ନତି ମଧ୍ୟ ମିଳିପାରେ। ଆର୍ଥିକ ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଭଲ ରହିବ ।

5/12

ସିଂହ ରାଶି-

ସେପ୍ଟେମ୍ବର ମାସରେ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ବଡ଼ ଲାଭ ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଷ୍ଟକ ମାର୍କେଟ ଇତ୍ୟାଦିରେ ନିବେଶ କରିବା ଆପଣଙ୍କ ପାଇଁ ଭଲ ରହିବ । ଏହି ମାସରେ ଆପଣ କିଛି ନୂଆ ଯୋଜନା କରିପାରନ୍ତି। ଯେଉଁଥିରେ ଆପଣଙ୍କୁ ଆର୍ଥିକ ସହାୟତା ମିଳିବ । ଏଥିସହିତ ଆପଣ ନିଜର ଭବିଷ୍ୟତ ପାଇଁ ସମ୍ପତ୍ତି ଇତ୍ୟାଦିରେ ନିବେଶ କରିପାରିବେ।

6/12

କନ୍ୟା ରାଶି-

ସେପ୍ଟେମ୍ବର ମାସରେ ଆପଣଙ୍କୁ ଚାକିରି କ୍ଷେତ୍ରରେ କିଛି ବଡ଼ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଜରିଆରେ ବଡ଼ ଚୁକ୍ତି ହୋଇପାରେ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ। ଯଦି ଆପଣ ନିଜେ କୌଣସି କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ମାସରେ ସେହି କାମର ଯୋଜନା ହୋଇପାରେ । ରୋଜଗାରର ନୂଆ ଉତ୍ସ ପାଇବେ।

7/12

ତୂଳା ରାଶି- ଏହି ସେପ୍ଟେମ୍ବର ମାସରେ ଆପଣ ନିଜର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିପାରନ୍ତି। ଏହା ସମ୍ଭବ ଯେ ଆପଣ ଯେଉଁ ସ୍ଥାନରେ କାମ କରୁଛନ୍ତି ସେହି ସ୍ଥାନକୁ ଭୁଲିଯାଇପାରନ୍ତି, ଯେଉଁକାରଣରୁ ଆପଣଙ୍କର ସମସ୍ୟା ହୋଇପାରେ । ସ୍ୱାସ୍ଥ୍ୟଗତ କାରଣ ମଧ୍ୟ ଏହି ସପ୍ତାହରେ ଆପଣଙ୍କ ବଜେଟ୍ କୁ ଖରାପ କରିପାରେ । ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ବିରୋଧୀ ବର୍ଗଠାରୁ ସାବଧାନ ରୁହନ୍ତୁ। ଜୀବନସାଥୀଙ୍କ ସହ ବ୍ୟବସାୟରେ ପ୍ରତାରିତ ହୋଇପାରନ୍ତି।

8/12

ବିଛା ରାଶି- ସେପ୍ଟେମ୍ବର ମାସରେ ଆପଣଙ୍କୁ ଆର୍ଥିକ ସ୍ଥିତିରେ ବହୁତ ଅବନତି ଦେଖିବାକୁ ମିଳିବ, ଯାହାର ଏକ ବଡ କାରଣ ସ୍ୱାସ୍ଥ୍ୟ ହୋଇପାରେ । ଏଥିସହିତ ପୁରୁଣା ବ୍ୟବସାୟରେ ଆପଣଙ୍କ ପାର୍ଟନର ଆପଣଙ୍କ ସାଥ୍ ଛାଡି ପାରନ୍ତି, ଯେଉଁକାରଣରୁ କ୍ଷତିର ପରିସ୍ଥିତି ସୃଷ୍ଟି ହେବ । ଏହି ସପ୍ତାହରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆଣିବା ଆପଣଙ୍କ ସ୍ୱାର୍ଥରେ ନାହିଁ। ଗୋଟିଏ ସପ୍ତାହ ପରେ ଦ୍ୱିତୀୟାର୍ଦ୍ଧରେ କୌଣସି ସ୍ଥାନରୁ ବିଶେଷ ଆର୍ଥିକ ସହାୟତା ମିଳିବା ରୁ ଆପଣଙ୍କ ଅଟକି ରହିଥିବା କାମ ପୂରା ହୋଇଯିବ ।

9/12

ଧନୁ ରାଶି- ଆର୍ଥିକ ଦୃଷ୍ଟିକୋଣରୁ ସେପ୍ଟେମ୍ବପ ମାସ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆପଣ ଏକ ବଡ଼ ଭାଗିଦାରୀ ଚୁକ୍ତିର ଅଂଶ ହୋଇପାରନ୍ତି, ଯାହା ଆର୍ଥିକ ପରିସ୍ଥିତିରେ ପ୍ରଚୁର ଲାଭ ଦେଖିବ । ଏଥିସହିତ ଆପଣ ନିଜର କୌଣସି ବ୍ୟକ୍ତିଗତ କାମ ଆରମ୍ଭ କରିପାରିବେ। ରୋଜଗାରର ବାଟ ଖୋଲିବ ଏବଂ ଆର୍ଥିକ ସ୍ଥିତିରେ ଲାଭ ମିଳିବ।

10/12

ମକର ରାଶି- ଆର୍ଥିକ ଦୃଷ୍ଟିରୁ ସେପ୍ଟେମ୍ବର ମାସ ଆପଣଙ୍କ ପାଇଁ ଲାଭଦାୟକ ରହିବ। କୌଣସି ବଡ଼ ପ୍ରୋଜେକ୍ଟ କିମ୍ବା ଡିଲ୍ ଆପଣଙ୍କ ସପକ୍ଷରେ ଆସିପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏଥିସହ ଯଦି ଆପଣ କିଛି ଦିନ ହେବ ନିଜର କୌଣସି କାମ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ମାସରେ ଆପଣଙ୍କୁ ଏଥିରେ ସଫଳତା ମିଳିପାରେ । ସେୟାର ମାର୍କେଟରେ ନିବେଶ କରନ୍ତୁ । ଆପଣଙ୍କୁ ଲାଭ ମିଳିବ। ଏଥିସହିତ ଏହି ମାସରେ ଆପଣ ଶାରୀରିକ ଆରାମ ପାଇଁ ନୂଆ କୋଠା କିମ୍ବା ଗାଡି ଇତ୍ୟାଦି କିଣିପାରିବେ ।

11/12

କୁମ୍ଭ ରାଶି- ସେପ୍ଟେମ୍ବର ମାସ ରେ ଆପଣଙ୍କୁ ଆର୍ଥିକ ସ୍ଥିତିରେ ବହୁତ ଅବନତି ଦେଖିବାକୁ ମିଳିବ, ଯାହାର ଏକ ବଡ କାରଣ ସ୍ୱାସ୍ଥ୍ୟ ହୋଇପାରେ । ଏଥିସହିତ ପୁରୁଣା ବ୍ୟବସାୟରେ ଆପଣଙ୍କ ପାର୍ଟନର ଆପଣଙ୍କୁ ଛାଡି ପାରନ୍ତି, ଯେଉଁକାରଣରୁ କ୍ଷତିର ପରିସ୍ଥିତି ସୃଷ୍ଟି ହେବ । 

12/12

ମୀନ ରାଶି- ସେପ୍ଟେମ୍ବର ମାସରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କ ଅଟକି ରହିଥିବା କାମ ପୁଣି ଆରମ୍ଭ ହୋଇପାରେ। ଏହାବ୍ୟତୀତ ଆପଣ କୌଣସି ନୂଆ ଏବଂ ବଡ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link