Mumbai Attack 15 Years: ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ, ଫଟୋରେ ଦେଖନ୍ତୁ ସେଦିନର କିଛି ଭୟଙ୍କର ଚିତ୍ର

Mumbai Attack 15 Years: ମନେ ରହିବ ଆଉ ରହିଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା (Mumbai Terrorist Attack)। ଆଜିବି ସେହି ଦିନ କଥା ମନେ ପଡିଲେ ଛାତି ଥରି ଉଠେ ।

ଜୀ ଓଡ଼ିଶା ଡେସ୍କ Sun, 26 Nov 2023-8:28 am,
1/5

୨୦୦୮ ମସିହା ୨୬ ନଭେମ୍ବର ସଂନ୍ଧ୍ୟା ସମୟ।  ଏହି ସମୟରେ ମୁମ୍ବାଇ ମାଟିରେ ପାଦ ରଖିଥିଲେ ପାକିସ୍ତାନର ୧୦ ଆତଙ୍କବାଦୀ। ଆଉ ରଚିଥିଲେ ମୃତ୍ୟୁର ତାଣ୍ତବ। ସହରର ଛାତି ଉପରେ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ।  ଘଟଣା ଏତେ ଭୟଙ୍କର ହେବ ବୋଲି କେହି କେବ ସ୍ବପ୍ନରେ ସୁଧା ଭାବି ନଥିଲେ। 

 

2/5

ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର -ଏ- ତୋଏବାର ଆତଙ୍କବାଦୀମାନେ ପାଖାପାଖି ୪ ଦିନ ଧରି ଭୟଙ୍କର ୧୨ଟି ଆକ୍ରମଣ ସହରରେ କରିଥିଲେ। ମୁମ୍ବାଇର ତାଜ୍ ମହଲ୍ ହୋଟେଲ ପ୍ୟାଲେସ୍, ନରୀମନ୍ ହାଉସ୍, ମେଟ୍ରୋ ସିନେମା ଓ ଛତ୍ରପତି ଶିବାଜୀ ଟର୍ମିନାଲ୍ ସମେତ କେତେକ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। 

 

3/5

ତେବେ, ଏହି ୧୦ ଜଣ ଆତଙ୍କବାଦୀ ପାକିସ୍ତାନରୁ ସମୁଦ୍ର ପଥ ଦେଇ ଭାରତକୁ ଆସିଥିଲେ। ଡଙ୍ଗା ସାହାର୍ଯ୍ୟରେ ପାକିସ୍ତାନ କରାଚିରୁ ମୁମ୍ବାଇରେ ପହଞ୍ଚିଥିଲେ। ଏବଂ ରାତି ପ୍ରାୟ  ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ପରେ ସେଠାରୁ ସମସ୍ତ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଆକ୍ରମଣ ଯୋଜନାକୁ ରୂପ ଦେଇଥିଲେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। 

 

4/5

ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା।  ତାକୁ ୨୦୧୨, ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା। 

5/5

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଜମାତ-ଉଦ-ଦାଓ୍ବା ମୁଖ୍ୟ ହାଫିଜ୍ ସଉଦଙ୍କ ନେତୃତ୍ବରେ ଲସ୍କର ଇ ତୋଏବା ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣ କରିଥିଲା। ଆକ୍ରମଣର ମାଷ୍ଟର ମାଇଣ୍ତ ଥିଲା ଜମାତ୍।  ଲସ୍କର ଇ ତୋଏବାର ଟପ୍ କମାଣ୍ତର ଜକିଉର ରହେମନ୍ ଲଖବୀକୁ ଏହି ଆକ୍ରମଣ ମାମାଲରେ ୧୫ ବର୍ଷ ଜେଲ ଦଣ୍ତାଦେଷ ହୋଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link