OTT Mystery Film: ଓଟିଟିରେ ଟ୍ରେଣ୍ଡ କରୁଛି ଏହି ୫ଟି କ୍ରାଇମ ଥ୍ରିଲର ଫିଲ୍ମ, ଆଜି ହିଁ ଦେଖନ୍ତୁ

OTT Mystery Film: ଯଦି ଆପଣ ମୁଭି କିମ୍ବା ସିରିଜ ଲଭର ତେବେ ଆପଣଙ୍କୁ ଓଟିଟି ଖୁବ ଭଲ ରେସପନ୍ସ ଦେବ। ତେବେ ରହସ୍ୟ ଏବଂ ରୋମାନ୍ସରେ ପରିପୂର୍ଣ୍ଣ କିଛିଟା ମୁଭି ଓଟିଟିରେ ରିଲିଜ ହୋଇଛି । ଏହି ମୁଭି ଗୁଡିକ ଆପଣଙ୍କୁ ମୂଳରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ । ଏହି ଫିଲ୍ମରେ ରୋମାନ୍ସ, କ୍ରାଇମ, ଥ୍ରିଲ, କାହାଣୀ ସହ ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଆକ୍ଟିଂ ଆପଣଙ୍କୁ ଖୁବ ମନୋରଞ୍ଜନର ଖୋରାକ ଯୋଗାଇବ। ତେବେ ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ ସବୁ କିଛି...

ରଶ୍ମିତା ସାହୁ Fri, 12 Jan 2024-3:32 pm,
1/5

ଗତବର୍ଷ ୨୦୨୩ ରେ ମୁକ୍ତିଲାଭ କରିଥିବା କରୀନା କପୁରଙ୍କ OTT ଡେବ୍ୟୁ ଚଳଚ୍ଚିତ୍ର 'ଜାନେ ଜାଁ' ଏକ ଆକର୍ଷଣୀୟ ମର୍ଡର ମିଷ୍ଟ୍ରି ଚଳଚ୍ଚିତ୍ର ଅଟେ । କରୀନାଙ୍କ ବ୍ୟତୀତ ସୁଜୋୟ ଘୋଷଙ୍କ ଏହି ସିନେମାରେ ଜୟଦୀପ ଅହଲୱାତ ଏବଂ ବିଜୟ ବର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

 

2/5

ସସପେନ୍ସରେ ପରିପୂର୍ଣ୍ଣ ତ୍ରିପ୍ତି ଡିମ୍ରିଙ୍କ ଫିଲ୍ମ 'ବୁଲବୁଲ'ର କାହାଣୀ ଆପଣଙ୍କ ହୋସ୍ ଉଡାଇ ଦେବ । ଏହି ଫିଲ୍ମରେ 'ଆନିମଲ୍' ଅଭିନେତ୍ରୀ ଜଣେ ବଙ୍ଗୀୟ ବୋହୂ ଭୂମିକାରେ ଅଭିନୟ କରିଛନ୍ତି, ଯାହାକି ଅତ୍ୟନ୍ତ ରହସ୍ୟମୟ ଅଟେ।

 

3/5

କାର୍ତ୍ତିକ ଆର୍ୟନଙ୍କ ଅଭିନୀତ 'ଫ୍ରିଡି'ଏକ ଜବରଦସ୍ତ ଥ୍ରୀଲର ଏବଂ ସସପେନ୍ସ ଫିଲ୍ମ। ଏଥିରେ ଆର୍ୟନଙ୍କ ଆକ୍ଟିଂ ଜବରଦସ୍ତ ଥିଲା। 

 

4/5

ତାପସୀ ପନ୍ନୁଙ୍କ 'ହସିନା ଦିଲରୁବା' ମଧ୍ୟ ଏକ ସସପେନ୍ସ ଥ୍ରୀଲର ଫିଲ୍ମ । ଫିଲ୍ମରେ ଲଭ୍, ଧୋକା ଏବଂ ରହସ୍ୟରେ ଭରା ତଡକା ଥିଲା। ତାପସୀଙ୍କ ବ୍ୟତୀତ ବିକ୍ରାନ୍ତ ମେସି ଏବଂ ହର୍ଷବର୍ଦ୍ଧନ ରାଣେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି।

 

5/5

ହତ୍ୟା ରହସ୍ୟ ଉପରେ ଆଧାରିତ ଅଜୟ ଦେବଗନଙ୍କ 'ଦ୍ରିଶ୍ୟମ୍' ଏକ ସୁପରହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଆଜି ବି ଦର୍ଶକମାନେ ଏହି ଫିଲ୍ମକୁ ବହୁତ ଆଗ୍ରହରେ ଦେଖନ୍ତି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link