Navjot Singh Sidhu: ଆସନ୍ତାକାଲି ମୁକୁଳିବେ ସିଦ୍ଧୁ! ହତ୍ୟା ମାମଲାରେ କାଟୁଛନ୍ତି ସଜା

Navjot Singh Sidhu: ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା (Congress Leader)ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ (Navjot Singh Sidhu)। ଏ ନେଇ ସିଦ୍ଧୁଙ୍କ (Navjot Sidhu)ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି। ଆସନ୍ତକାଲି ଅର୍ଥାତ ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ(Navjot Singh Sidhu) ମୁକୁଳିବେ।

Mar 31, 2023, 17:33 PM IST
1/5

ଏହା ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ସିଦ୍ଧୁଙ୍କୁ ସେହି ୫୦ ଜଣ କଏଦୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ ଯାହାଙ୍କୁ ଗଣତନ୍ତ୍ର ଦିବସରେ ବିଶେଷ ଭାବେ ଜେଲ୍‌ ଦଣ୍ଡ କୋହଳ କରାଯାଇ ମୁକ୍ତ କରାଯାଇଥିଲା। କିନ୍ତୁ ସିଦ୍ଧୁଙ୍କୁ ସେହି ସମୟରେ ମୁକ୍ତ କରାଯାଇ ନ ଥିଲା।

 

2/5

କଂଗ୍ରେସର ପଞ୍ଜାବ ୟୁନିଟ୍ ର ଅନେକ ନେତା ପଟିଆଲା ଜେଲରୁ ସମୟ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କୁ ମୁକ୍ତ ନକରବାକୁ ନେଇ ରାଜ୍ୟରେ ଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି।

3/5

ଉଲ୍ଲେଖଯୋଗ୍ୟ କି ୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

4/5

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। 

5/5

ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠୁ ସିଦ୍ଧୁ ଜେଲରେ ରହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link