Naxal Attack: IED ବ୍ଲାଷ୍ଟରେ ଥରିଲା ଦାନ୍ତେୱାଡା, ଫଟୋରେ ଦେଖନ୍ତୁ ନକ୍ସଲଙ୍କ କ୍ରୁରତା

Naxal Attack News In Odia: ଏପ୍ରିଲ ୨୬ ତାରିଖ ବୁଧବାର ହୋଇଥିବା ମାଓ ଆକ୍ରମଣରେ ଥରିଉଠିଛି ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା। ବୁଧବାର ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ ଯବାନ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଅର୍ଥାତ DRG ବୋଲି ଜଣାପଡ଼ିଛି। ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଛିନଛତ୍ର ହୋଇଯାଇଥିଲା।

Wed, 26 Apr 2023-8:39 pm,
1/5

ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାର ଆର୍ନାପୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ମାଓ ଦମନ ଅଭିଯାନ। 

2/5

ଏହି ଅପରେସନ ସାରି ଫେରିବା ବେଳେ ମାଓବାଦୀଙ୍କ ପକ୍ଷରୁ ହୋଇଥିଲା ଆଇଇଡ଼ି ବିସ୍ଫୋରଣ। ଏନେଇ ମିଳିଥିବା ସୂଚନା ମୁତାବକ ଆଇଇଡ଼ି ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକ ରାସ୍ତାରେ ଲଗାଯାଇଥିଲା।

3/5

ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ, ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି । ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ କରାଯିବ ।

4/5

ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଦାନ୍ତେୱାଡା ଜିଲ୍ଲାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ଆଲୋଚନା ହୋଇଛି।

5/5

ରାଜ୍ୟରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ଛତିଶଗଡ ପୋଲିସ ବସ୍ତର ରେଞ୍ଜ ଆଇଡି ପି.ସୁନ୍ଦରରାଜ କହିଛନ୍ତି ଯେ, ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଆଇଇଡ଼ି ବିସ୍ଫୋରଣ କରିଛନ୍ତି। ଯେଉଁଥିରେ ୧୦ ଡିଆରଜି ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link