Photos: ୫ ଜଣ ଭାରତୀୟ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଫଟୋରେ ଦେଖନ୍ତୁ ଏହାର ଭୟାନକ ଦୃଶ୍ୟ

Jan 15, 2023, 15:47 PM IST
1/6

Nepal Plane Crash: ରବିବାର ଦିନ ନେପାଳର ପୋଖରା ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୭୨ ଜଣ ଲୋକ ଥିଲେ । ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN) କହିଛି ଯେ ୟେଟି ଏୟାରଲାଇନ୍ସର 9N-ANC ATR-72 ବିମାନ କାଠମାଣ୍ଡୁୀରୁ ସକାଳ ୧୦.୩୩ ରେ ଉଡ଼ାଣ ଭରିଥିଲା ।

2/6

ଖବର ଅନୁଯାୟୀ, ପୋଖରା ବିମାନ ବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ପୁରୁଣା ବିମାନବନ୍ଦର ଓ ନୂତନ ବିମାନବନ୍ଦର ମଧ୍ୟରେ ଥିବା ସେତୀ ନଦୀ କୂଳରେ ଖସିପଡିଥିଲା । ବିମାନରେ ୬୮ ଜଣ ଯାତ୍ରୀ ଓ ଚାରିଜଣ କ୍ରୁ ସଦସ୍ୟ ଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହଛି ।

 

3/6

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଓ ଭିଡିଓଗୁଡିକ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ଧୂଆଁ ବାହାରୁଥିବା ଦେଖାଯାଇଛି । କିଛି ଲୋକ ଦୁର୍ଘଟଣା ସମୟରେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ଏହାପରେ ବିମାନରେ ନିଆଁ ଲାଗିଯାଇଥିବା କୁହାଯାଉଛି ।

 

4/6

ପୋଖରା ବିମାନ ବନ୍ଦରରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପରେ ନେପାଳ ସରକାର ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ପୁଷ୍ପା କଲ ଦହଲ ପ୍ରଚଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ସେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦାୟିତ୍ବ ସମ୍ଭଳିଛି ।

5/6

ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ବୋଲି କୁହାଯାଉଛି । ଯଦି ଉଦ୍ଧାର ଓ ରିଲିଫରେ ନିୟୋଜିତ ଥିବା ଲୋକଙ୍କୁ ବିଶ୍ୱାସ କରାଯାଏ ତେବେ ଦୁର୍ଘଟଣାରେ କାହାର ବଞ୍ଚିବାର ଆଶା କମ୍ ଅଛି ।

6/6

ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଯାଇଥିଲା । ତେଣୁ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କହିବା ଠିକ୍ ହେବ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link