No Fly Zone Area: ବିଶ୍ୱର ସେହି ସ୍ଥାନ ଯେଉଁଠି ଉଡିନଥାଏ ବିମାନ, ଦେଖନ୍ତୁ ତାଲିକା

No Fly Zone: ଦୁନିଆର ଅନେକ ସ୍ଥାନରେ ସାମୟିକ ଭାବେ ନୋ ଫ୍ଲାଏ ଜୋନ ନିୟମ ଲାଗୁ କରାଯାଇ ଥାଏ। ଯେଉଁ ଅଞ୍ଚଳରେ ନୋ ଫ୍ଲାଏ ଜୋନ ନିୟମ ଲାଗୁ କରାଯାଇଥାଏ, ସେଠାରେ କୌଣସି ପ୍ରକାର ବିମାନ ଯଥା ଯୁଦ୍ଧ ବିମାନ କିମ୍ବା ଯାତ୍ରୀ ବିମାନ ଏବଂ ହେଲିକପ୍ଟର ଉଡ଼ି ପାରେନାହିଁ।

Sat, 11 Feb 2023-11:33 pm,
1/8

୧. ନୋ ଫ୍ଲାଏ ଜୋନ୍ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ରୂପେ ଦୁଇ ପ୍ରକାରେ ହୋଇଥାଏ। କୌଣସି ଜାତୀୟ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ସରକାର ସେହି ସ୍ଥାନକୁ କିଛି ସମୟ ପାଇଁ ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିପାରନ୍ତି। ବେଳେବେଳେ ଯୁଦ୍ଧ କ୍ଷେତ୍ରକୁ ମଧ୍ୟ ନୋ ଫ୍ଲାଏ ଜୋନ୍ ଭାବରେ ଘୋଷଣା କରାଯାଇଥାଏ। ହେଲେ ଏହା ସତ୍ତ୍ୱେ ବିଶ୍ୱରେ ଏଭଳି କିଛି ସ୍ଥାନ ଅଛି ଯାହାକୁ ସ୍ଥାୟୀ ରୂପେ ନୋ ଫ୍ଲାଏ ଜୋନ୍ ଭାବେ ଘୋଷଣା କରାଯାଇଛି। 

 

2/8

୨. କାଲିଫର୍ଣ୍ଣିଆ ଠାରେ ଅବସ୍ଥିତ ଡିଜନି ପାର୍କ ସମଗ୍ରରେ ବହୁତ ପ୍ରସିଦ୍ଧ। ହେଲେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ କାଲିଫର୍ଣ୍ଣିଆ ଠାରେ ଅବସ୍ଥିତ ଡିଜନି ପାର୍କ ଉପରେ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୯/୧୧ ଆକ୍ରମଣ ପରେ ଡିଜନି ପାର୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

3/8

୩. ତିବ୍ଦତ ମାଳଭୂମି ପୃଥିବୀର ଛାତ ଭାବେ ବିବେଚନା କରାଯାଏ। ଏହି ଅଞ୍ଚଳର ହାରାହାରି ଉଚ୍ଚତା ୧୬ ହଜାର ଫୁଟ ଠାରୁ ଅଧିକ। ଏହାର ସୀମା ମଧ୍ୟରେ ଅବସ୍ଥିତ ଉଚ୍ଚ ପର୍ବତ ହେତୁ ଏହି ସୁନ୍ଦର ସ୍ଥାନରେ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସ୍ଥାନ ନୋ ଫ୍ଲାଏ ଜୋନ୍ ତାଲିକାରେ ସାମିଲ ହୋଇଛି। 

 

4/8

୪. ଲାଟିନ ଆମେରିକୀୟ ଦେଶ ପେରୁ ଠାରେ ଅବସ୍ଥିତ ମାଚୁ ପିଚୁ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ। ହେଲେ ମାଚୁ ପିଚୁ ଯେଉଁଠାରେ ଅବସ୍ଥିତ ସେହି ଅଞ୍ଚଳ ନୋ ଫ୍ଲାଏ ଜୋନ୍ ମଧ୍ୟରେ ଆସୁଛି। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ। ଯାହାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସିଥାନ୍ତି। ମାଚୁ ପିଚୁ ଉରୁବାମ୍ବା ଉପତ୍ୟକା ଉପରେ ଏକ ପାହାଡ ଉପରେ ସମୁଦ୍ର ପତ୍ତନ ଠାରୁ ୨୪୩୦ ମିଟର ଉଚ୍ଚରେ ଅବସ୍ଥିତ। ଏହି ସ୍ଥାନ ଏହାର ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ପାଇଁ ପ୍ରସିଦ୍ଧ। ଏଠାରେ ଅନେକ ପ୍ରକାର ବିରଳ ବନ୍ୟଜନ୍ତୁ ଏବଂ ଉଦ୍ଭିଦ ଦେଖାଯାଇଥାନ୍ତି। 

 

5/8

୫. ସାଉଦି ଆରବ ସ୍ଥିତ ମକ୍କା ଇସଲାମ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବୋଲି ବିବେଚନା କରାଯାଏ। କୌଣସି ପ୍ରକାର ବିମାନ ମକ୍କା ଏବଂ ବିଶେଷ କରି ପବିତ୍ର କାବା ଉପରେ ଉଡ଼ିନତାଏ। ହଜ୍ ତୀର୍ଥଯାତ୍ରାର ଶେଷ ଗନ୍ତବ୍ୟସ୍ଥଳ ଏବଂ ଇସଲାମ ଧର୍ମର କେନ୍ଦ୍ର ଭାବେ ମକା ପ୍ରସିଦ୍ଧ।

 

6/8

୬. ଭାରତରେ ଅବସ୍ଥିତ ତାଜମହଲ ଦୁନିଆର ସ୍ଥାପତ୍ୟର ସବୁଠାରୁ ସମ୍ମାନଜନକ ଏବଂ ସୁନ୍ଦର ଐତିହ୍ୟ ମଧ୍ୟରୁ ଅନ୍ୟତମ। ତାଜମହଲ ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହାକୁ ୧୯୮୩ ମସିହାରେ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ନାମିତ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ବିମାନ ତାଜମହଲ ଉଡିପାରିବ ନାହିଁ। ଖବର ଅନୁଯାୟୀ, ତାଜମହଲ ଏବଂ ଏହାକୁ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା କାରଣରୁ ଭାରତ ସରକାର ଗତ ୨୦୦୬ ବର୍ଷରେ ଏହାକୁ ନୋ-ଫ୍ଲାଏ ଜୋନ୍ ଭାବେ ଘୋଷଣା କରିଥିଲେ।

7/8

୭. ବ୍ରିଟେନ ସ୍ଥିତ ବକିଂହାମ୍ ପ୍ୟାଲେସ୍ ନୋ ପ୍ଲାଏ ଜୋନ୍ ଅଞ୍ଚଳ ମଧ୍ୟରେ ଆସୁଛି। ଏହା ବ୍ରିଟେନ ରାଜ ପରିବାରର କାର୍ଯ୍ୟାଳୟ ଭାବେ ଜଣାଶୁଣା। ବ୍ରିଟେନ ରାଜା କିମ୍ବା ରାଣୀ ଏଠାରେ ଅବସ୍ତାନ କରିଥାନ୍ତି। ରାଜପ୍ରାସାଦ ଏବଂ ରାଜ ପରିବାରର ସୁରକ୍ଷା ନିଶ୍ଚିତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦିଓ ବର୍ତ୍ତମାନ ବ୍ରିଟେନସ୍ଥିତ ଅନ୍ୟାନ୍ୟ ସ୍ଥାନ ମଧ୍ୟ ନୋ ଫ୍ଲାଏ ଜୋନ ମଧ୍ୟରେ ଅନ୍ତର୍ଭୂକ୍ତ ରହିଛି। ଏହା ମଧ୍ୟରେ ରହିଛି ୧୦ ଡାଉନ୍ ଷ୍ଟ୍ରିଟ୍, ବ୍ରିଟେନ ସଂସଦ ଭବନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ।

8/8

୮. ପର୍ତ୍ତୁଗାଲ ବାର୍ସିଲୋନାସ୍ଥିତ ଗାଭା ଭିତ୍ତିକ କ୍ଷେତ୍ରର ଏକ ଅଞ୍ଚଳକୁ ପରିବେଶ ଦୃଷ୍ଟିକୋଣରୁ ନୋ-ଫ୍ଲାଏ ଜୋନ୍ ଭାବେ ଘୋଷିତ ହୋଇଛି। ଏଠାରେ ରହିଥିବା ଉଦ୍ଭିଦ ଏବଂ ଜୀବଜନ୍ତୁ ବହୁତ କ୍ୱଚିତ୍ ଦେଖାଯାଇଥାନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଚାହୁଁ ନାହାଁନ୍ତି ଯେ ସେଠାରେ ବାୟୁ ପ୍ରଦୂଷିତ ହେଉ। ଏକ ମଜାଦାର ତଥ୍ୟ ମଧ୍ୟ କୁହାଯାଇଛି ଯେ ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଘର ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link