Helicopter Headphones: କେବଳ ପାଇଲଟ ନୁହେଁ ହେଲିକ୍ୟାପ୍ଟର ଯାତ୍ରୀ ମଧ୍ୟ ପିନ୍ଧିଥାନ୍ତି ହେଡଫୋନ୍, ଜାଣନ୍ତୁ କାରଣ

Helicopter Headset: ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଯାତ୍ରା ବେଳେ ବିମାନ ଚାଳକ ହେଡ଼ଫୋନ ଲଗାଇଥାନ୍ତି। ମାତ୍ର ବିମାନ ଯାତ୍ରୀ ଯାତ୍ରା କରିବା ସମୟରେ ହେଡଫୋନ୍ ପିନ୍ଧନ୍ତି ନାହିଁ। ହେଲେ ହେଲିକପ୍ଟର ଯୋଗେ ଯାତ୍ରା କରିବା ବେଳେ ଚାଳକଙ୍କ ସମେତ ଯାତ୍ରୀ ମଧ୍ୟ ହେଡଫୋନ୍ ମଧ୍ୟ ପିନ୍ଧଥାନ୍ତି।

Wed, 20 Sep 2023-1:21 am,
1/5

ବିମାନ ଚାଳକଙ୍କ ପାଇଁ ହେଡଫୋନ୍ ପିନ୍ଧିବା ବାଧ୍ୟତାମୂଳକ ହୋଇଥାଏ। କାରଣ ସେମାନଙ୍କୁ ବିମାନ ବନ୍ଦରରେ ରହିଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ନିରନ୍ତର ସମ୍ପର୍କରେ ରହିବାକୁ ପଡିଥାଏ।

 

2/5

ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଚାଳଙ୍କୁ ବିମାନ ଉଡ଼ାଇବା ସମ୍ପର୍କରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥାଏ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ନିର୍ଦ୍ଦେଶ ଅନୁଯାୟୀ ଚାଳକ ବିମାନ ଉଡ଼ାଇଥାନ୍ତି। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ନିର୍ଦ୍ଦେଶ ବିନା ବିମାନ ଉଡ଼ିପାରିବ ନାହିଁ କିମ୍ବା ସୁରକ୍ଷିତ ଭାବରେ ଅବତରଣ କରିପାରିବ ନାହିଁ।

3/5

ଜରୁରୀକାଳୀନ ପରିସ୍ଥିତିରେ ବିମାନ ଚାଳକଙ୍କୁ ଯାତ୍ରୀଙ୍କୁ ଆବଶ୍ୟକୀୟ ସୂଚନା ଦେବାକୁ ହୋଇଥାଏ। ଯାହାକୁ ବିମାନ ଯାତ୍ରୀ ସେଣ୍ଟ୍ରାଲ ଅଡିଓ ସିଷ୍ଟମ ମାଧ୍ୟମରେ ଶୁଣିପାରନ୍ତି। କାରଣ ବିମାନ ମଧ୍ୟରେ ବହୁତ ନୀରବତା ରହିଥାଏ। ଏହି କାରଣରୁ ବିମାନ ଯାତ୍ରୀଙ୍କୁ ଯାତ୍ରା ବେଳେ ହେଡଫୋନ୍ ବ୍ୟବହାର କରିବାକୁ ପଡ଼େନାହିଁ।

4/5

ଯେହେତୁ ବିମାନ ଚାଳକଙ୍କୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ନିରନ୍ତର ଯୋଗାଯୋଗରେ ରହିବାକୁ ହୋଇଥାଏ, ସେଥିପାଇଁ ସେମାନଙ୍କୁ ହେଡଫୋନ୍ ପିନ୍ଧିବାକୁ ହୋଇଥାଏ। ହେଡଫୋନ ମାଧ୍ୟମରେ ବିମାନ ଚାଳକଙ୍କୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପାଖରୁ ଆସୁଥିବା ନିର୍ଦ୍ଦେଶ ସମ୍ପର୍କରେ ଅବଗତ ହୋଇପାରନ୍ତି।

5/5

ମାତ୍ର ହେଲିକ୍ୟାପ୍ଟର କ୍ଷେତ୍ରରେ ଏପରି ହୋଇନଥାଏ। କାରଣ ହେଲିକ୍ୟାପ୍ଟର ବହୁତ ଶବ୍ଦ ନିର୍ଗତ କରିଥାଏ। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ହେଡଫୋନ୍ ପିନ୍ଧିବାକୁ ହୋଇଥାଏ। ଅର୍ଥାତ କେବଳ ପାଇଲଟ ନୁହେଁ ବରଂ ହେଲିକ୍ୟାପ୍ଟର ଯାତ୍ରୀଙ୍କୁ ହେଡଫୋନ୍ ପିନ୍ଧିବାକୁ ହୋଇଥାଏ। କାରଣ ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିବା ଲୋକ ପରସ୍ପରର କଥାବାର୍ତ୍ତାକୁ ସ୍ପଷ୍ଟ ଭାବରେ ବୁଝିପାରିବେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link