October 14 Financial Horoscope: ସପ୍ତାହର ପ୍ରଥମ ଦିନ କେମିତି ରହିବ ଆର୍ଥିକ ସ୍ଥିତି, ଜାଣନ୍ତୁ ରାଶିଫଳ

October 14 Financial Horoscope: ଅକ୍ଟୋବର ୧୪ ତାରିଖ ସୋମବାର ଦିନ ବିଧି ଯୋଗରେ ଭଗବାନ ଶିବଙ୍କ ଆଶୀର୍ବାଦ ରେ କର୍କଟ ଓ ତୁଳା ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ। ଆପଣ ବହୁତ ଉନ୍ନତି କରିବେ ଏବଂ ଅର୍ଥ କ୍ଷେତ୍ରରେ ଯୋଜନା ସଫଳ ହେବ । ଅଟକି ରହିଥିବା ଟଙ୍କା କେଉଁଠୁ ହେଲେ ବି ନିଶ୍ଚିତ ପାଇବେ ଏବଂ ଧନ ଦୃଷ୍ଟିରୁ ଆପଣଙ୍କ ଦିନଟି ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ମୋଟାମୋଟି ଭାବେ ଆର୍ଥିକ କ୍ଷେତ୍ରରେ ଦିନଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ। ଜାଣନ୍ତୁ ଏହି ୫ ରାଶିର ସୋମବାର ଦିନ କେମିତି କଟିବ।

Rashmita Sahoo Sun, 13 Oct 2024-8:23 pm,
1/5

ବୃଷ ରାଶିର ଲୋକଙ୍କୁ ଭାଗ୍ୟ ପ୍ରାପ୍ତି ହେବ, ଯେଉଁ କାମ ଆପଣ ପୂରା ଉତ୍ସାହର ସହ କରିବେ ସେଥିରେ ନିଶ୍ଚୟ ସଫଳତା ପାଇବେ। ଅପରାହ୍ନରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରେ। ମନ ପ୍ରସନ୍ନ ରହିବ ଏବଂ ବିନା ବାଧାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଅଟକି ରହିଥିବା ଅର୍ଥ ପାଇ ମନ ପ୍ରସନ୍ନ ରହିବ ଓ ଦିନଟି ଆନନ୍ଦରେ କଟିବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ନିଜ କାମରେ ଧ୍ୟାନ ଦିଅନ୍ତୁ।

2/5

କର୍କଟ ରାଶିର ଦିନଟି କ୍ୟାରିୟର କ୍ଷେତ୍ରରେ ସଫଳତା ଆଣିବ। ପୁରୁଣା ଅଧୁରା କାମ ପୂରା କରିବାରେ ବ୍ୟୟ ହେବ ଓ ଏଥିରେ ସଫଳତା ପାଇବେ। କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିପାରନ୍ତି। ବୌଦ୍ଧିକ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ସର୍ତ୍ତରେ ଏକ ନୂଆ ଡିଲ୍ ଚୂଡ଼ାନ୍ତ ହୋଇପାରେ, ଯାହା ଭବିଷ୍ୟତରେ ଆପଣଙ୍କୁ ଫାଇଦା ଦେବ। ବ୍ୟବସାୟରେ ଉନ୍ନତି ଘଟିଲେ ଖୁସି ରହିବେ।

3/5

ତୁଳା ରାଶିର ଲୋକଙ୍କୁ ଭାଗ୍ୟ ସହଯୋଗ କରିବ, ସୋମବାର ମନରେ ଶାନ୍ତି ଓ ସ୍ଥିରତା ରହିବ। ସଫଳତା ପ୍ରାପ୍ତି ହେବ ଏବଂ ବିନା ବାଧାରେ ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ଅଫିସରେ ନିଜ କର୍ମଚାରୀ ଓ ସହକର୍ମୀଙ୍କ ଉପରେ ନଜର ରଖନ୍ତୁ, ନିଜର ଭଲ ଆଚରଣ ଦ୍ୱାରା ସେମାନଙ୍କ ହୃଦୟ ଜିତିବାରେ ସକ୍ଷମ ହେବେ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ପ୍ରାପ୍ତି ହେବ। ବିଭିନ୍ନ ଉତ୍ସରୁ ଟଙ୍କା ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। 

4/5

ମକର ରାଶିର କ୍ୟାରିୟର କ୍ଷେତ୍ରରେ ଭାଗ୍ୟ ପ୍ରାପ୍ତି ହେବ। ଦିନର ଅଧିକାଂଶ ସମୟ କାମ ଓ ଦୌଡ଼ରେ ବିତିଯିବ କିନ୍ତୁ ଗୋଟିଏ ପରେ ଗୋଟିଏ କାମ ସମାପ୍ତ ହେବା ପରେ ଶେଷରେ ବହୁତ ସନ୍ତୋଷ ମିଳିବ। ସୋମବାର ଦିନଟି ଆପଣଙ୍କ ପାଇଁ ସଫଳତା ଭରା ରହିବ। ଆଇନଗତ ଦସ୍ତାବିଜରେ ଦସ୍ତଖତ କରିବା ପୂର୍ବରୁ ସାବଧାନ ରୁହନ୍ତୁ, ନଚେତ୍ ଆପଣ ଠକେଇର ଶିକାର ହୋଇପାରନ୍ତି ।

5/5

କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ସକାଳୁ କୌଣସି ଶୁଭ ଖବରକୁ ଅପେକ୍ଷା କରିବେ। ଆପଣଙ୍କୁ ନିକଟରେ ଯାତ୍ରା କରିବାକୁ ପଡିପାରେ । ନୂଆ ଲୋକଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସୋମବାର ବ୍ୟବସାୟରେ କୌଣସି ନୂଆ ଡିଲ୍ ମିଳିପାରେ। ଧନ ସମ୍ପତ୍ତିରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କ ଭାଗ୍ୟ ଆପଣଙ୍କୁ ଦେବ ଏବଂ ଯୋଜନା ସଫଳ ହେବ ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link