October 15 Financial Horoscope: ଆୟ ଠାରୁ ବ୍ୟୟ ଅଧିକ, ଜାଣନ୍ତୁ କେମିତି କଟିବ ମଙ୍ଗଳବାରର ଆର୍ଥିକ ସ୍ଥିତି?

October 15 Financial Horoscope: ଅକ୍ଟୋବର ୧୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ବ୍ରଦ୍ଧି ଯୋଗ ସହିତ ଧ୍ରୁବ ଯୋଗର ଶୁଭ ସଂଯୋଗ ଦେଖିବାକୁ ମିଳୁଛି। ଏହି ଶୁଭ ସୌଭାଗ୍ୟରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରେ କିଛି ରାଶି ସମେତ ୫ଟି ରାଶିର ଲୋକ ବ୍ୟବସାୟରେ ଉନ୍ନତି କରିବେ ସତ ହେଲେ ଖର୍ଚ୍ଚାନ୍ତ ବି ହେବେ। ସେହିପରି ଏହି ଯୋଗରୁ ଅନ୍ୟ ରାଶି ମାନେ ଭାଗ୍ୟର ସମର୍ଥନ ପାଇବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର କେମିତି ରହିବ ଆର୍ଥିକ ସ୍ଥିତି।

Rashmita Sahoo Mon, 14 Oct 2024-7:32 pm,
1/5

ମିଥୁନ ରାଶିର ବ୍ୟକ୍ତିମାନେ କ୍ୟାରିୟର କ୍ଷେତ୍ରରେ ଲାଭବାନ ହେବେ। ହେଲେ କ୍ୟାରିୟର ନିଷ୍ପତ୍ତି ସତର୍କତାର ସହ ନେବା ଉଚିତ। କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ସନ୍ତାନର ପାଠପଢ଼ାରେ ସଫଳତା ପାଇବେ, ଯାହା ଆପଣଙ୍କୁ ଖୁସି ଦେବ। ମୂଲ୍ୟବାନ ଜିନିଷ ହରାଇବା କିମ୍ବା ଚୋରି କରିବାକୁ ଭୟ କରିପାରନ୍ତି। ଅଟକି ରହିଥିବା କୌଣସି କାମ ପୂରା ହେବନି। ଧନ ପ୍ରବାହରେ ବାଧା ଉପୁଜିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ନଚେତ୍ ଖର୍ଚ୍ଚାନ୍ତ ହେବେ। 

2/5

ତୁଳା ରାଶିର ଲୋକମାନେ ଆଜି କ୍ଷତି ସହିବେ ଓ ମାନସିକ ଅଶାନ୍ତି ଦେଖାଦେବ। ଆପଣଙ୍କ ଆଖପାଖରେ ବାତାବରଣ ଆନନ୍ଦଦାୟକ ରହିବ ସତ ହେଲେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେବ। ଦୀର୍ଘଦିନଧରି ଲାଗି ରହିଥିବା ଆର୍ଥିକ ସମସ୍ୟାର ସମାଧାନ ହେବନାହିଁ ସମୟ ଲାଗିବ। ବିରୋଧୀଙ୍କ ଅନ୍ତ ଘଟିବ। ଭ୍ରମଣ କାର୍ଯ୍ୟକ୍ରମ ସ୍ଥଗିତ ହୋଇପାରେ। ଆପଣଙ୍କୁ କୌଣସି ସ୍ଥାନକୁ ଭ୍ରମଣରେ ଯିବାକୁ ପଡିପାରେ ଏବଂ ଆପଣଙ୍କ ଯୋଜନା ସଫଳ ହେବ ।

3/5

ଧନୁ ରାଶିର ଲୋକମାନେ ଲାଭବାନ ହେବେ ଏବଂ କ୍ୟାରିୟରରେ ଭାଗ୍ୟର ସାଥ୍ ପାଇବେ। ସରକାର ଓ ଶାସକ ଦଳ ଲାଭବାନ ହେବେ। ଶ୍ୱଶୁରଘର ଲୋକଙ୍କଠାରୁ ଧନ ଲାଭ ହୋଇପାରେ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ସମ୍ଭାବନା ରହିବ ଏବଂ ଅଫିସ ଲୋକଙ୍କ ଠାରୁ ପ୍ରଶଂସା ପାଇବେ । ଦୂରଯାତ୍ରା କରିପାରନ୍ତି। ସପିଂ ଓ ମୁଭିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ।

4/5

କୁମ୍ଭ ରାଶିର ଲୋକମାନେ କ୍ଷତି ସହିବେ। ବିନା କାରଣରେ ଶତ୍ରୁତା ଦେଖାଦେଇପାରେ। କେବଳ ବୁଦ୍ଧି ବଳରେ କରାଯାଇଥିବା କାର୍ଯ୍ୟ ହିଁ କ୍ଷତି ପହଞ୍ଚାଇପାରେ। କୌଣସି କ୍ଷେତ୍ରରେ ନୈରଶଜନକ ଖବର ମିଳିପାରେ, ଯାହା ଆପଣଙ୍କ ମନକୁ ଦୁଃଖିତ କରିବ। ଆପଣଙ୍କୁ ହଠାତ୍ ଭ୍ରମଣରେ ଯିବାକୁ ପଡିପାରେ । ତେଣୁ ସାବଧାନ ରୁହନ୍ତୁ ଓ ଝଗଡ଼ାରୁ ଦୂରେଇ ରୁହନ୍ତୁ। କାହା ସହ କାରବାର କରନ୍ତୁ ନାହିଁ। 

5/5

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସମସ୍ୟାଭରା ରହିବ। କିଛି ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ପରିବାର ଲୋକଙ୍କ ସହ କାରବାର କରନ୍ତୁ ନାହିଁ, ସମ୍ପର୍କ ଖରାପ ହୋଇପାରେ। ଧାର୍ମିକ ଯାତ୍ରା ଏବଂ ପୁଣ୍ୟ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ଚୋରି ହୋଇପାରେ କୌଣସି ମୂଲ୍ୟବାନ ଜିନିଷ, ସାବଧାନ ରୁହନ୍ତୁ ।       (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link