October 26 Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ କେମିତି କଟିବ ଶନିବାର?

October 26 Financial Horoscope: ୨୬ ଅକ୍ଟୋବର ଶନିବାର ମେଷ ଓ ମିଥୁନ ରାଶି ସମେତ ୫ଟି ରାଶିକୁ ଶନିଦେବଙ୍କ କୃପାର ସର୍ବାଧିକ ଲାଭ ମିଳିବ। ଶାଶ ରାଜଯୋଗ ପ୍ରଭାବରେ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ଆପଣ ଯାହା ବି କାମ କରିବେ ସେଥିରେ ଆପଣ ଆଗ୍ରହୀ ରହିବେ ଏବଂ ଆପଣ ଏଥିରେ ଉନ୍ନତ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂରା ସମର୍ଥନ କରିବ ଏବଂ ଆପଣ ବ୍ୟବସାୟରେ ବହୁତ ଟଙ୍କା ରୋଜଗାର କରିବେ । ଆସନ୍ତୁ ଜାଣିବା ଏହି ୫ଟି ରାଶି ବିଷୟରେ ସବୁକିଛି...

Rashmita Sahoo Fri, 25 Oct 2024-8:40 pm,
1/5

ମେଷ ରାଶିର ଲୋକମାନେ ଭାଗ୍ୟର ସହଯୋଗ ପାଇବେ ଏବଂ ଆପଣଙ୍କ ପାଇଁ ଉନ୍ନତିର ନୂଆ ବାଟ ଖୋଲିବ । ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ ଓ ଯୋଜନା ସଫଳ ହେବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ଭାଗ ନେବେ ଏବଂ ଆପଣଙ୍କଦିନ ସଫଳତାରେ କଟିବ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କ ବ୍ୟବସାୟରେ କିଛି ନୂଆ ପରିବର୍ତ୍ତନ ଆସିବ, ଯାହାପରେ ଆପଣଙ୍କୁ ଫାଇଦା ମିଳିବ । ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବ୍ୟବସାୟରେ ଭଲ ଲାଭ ପାଇବେ।

 

Also Read: Triparsha Yog 2024: ୧୦୦ ବର୍ଷ ପରେ ଏକାଦଶୀରେ ଘଟିଲା ତ୍ରିପର୍ଶା ଯୋଗ, ୫ରାଶିର ଭାଗ୍ୟ ଉଜ୍ଜ୍ୱଳ

2/5

ମିଥୁନ ରାଶିର ଲୋକମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ଏବଂ ଆପଣଙ୍କର ସମସ୍ତ ଅଟକି ରହିଥିବା କାମ ପୂରା ହେବ। ଯଦି ଆପଣ କୌଣସି କାମରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ କରିପାରିବେ, ପରେ ଆପଣଙ୍କୁ ଫାଇଦା ମିଳିବ । ପରିବାରରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହେବ। ସନ୍ଧ୍ୟାରେ ଗାଡି ଖରାପ ହେବା ଦ୍ୱାରା ଆପଣଙ୍କ ଖର୍ଚ୍ଚ ବଢିପାରେ । ହଠାତ୍ ଖର୍ଚ୍ଚ ବଢ଼ିବ। ଏହି ସମୟରେ ଧୈର୍ଯ୍ୟର ସହ କାମ କରିବା ଉଚିତ କାରଣ ତରବରିଆ ଭାବେ କ୍ଷତି ହୋଇପାରେ ।

3/5

ସିଂହ ରାଶିର ଲୋକଙ୍କ ପାଇଁ ଦିନଟି ବହୁତ ଭାଗ୍ୟଶାଳୀ ଏବଂ ମୂଲ୍ୟବାନ ଜିନିଷ ପାଇ ଖୁସି ହେବେ । ଆପଣ ନିଜର ପରିଶ୍ରମ ପାଇଁ ଅର୍ଥ ଖର୍ଚ୍ଚ କରିବେ ଏବଂ ଗରିବଙ୍କୁ ସାହାଯ୍ୟ କରି ଆପଣ ଲାଭବାନ ହେବେ । ଆପଣ ନିଜର ବକ୍ତୃତା ଏବଂ କାର୍ଯ୍ୟ ଦକ୍ଷତା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ଧର୍ମ ଓ ଆଧ୍ୟାତ୍ମିକତା ରେ ଆପଣଙ୍କ ଆଗ୍ରହ ରହିବ ଓ ମନ ପ୍ରସନ୍ନ ରହିବ।

4/5

ତୁଳା ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ବ୍ୟସ୍ତବହୁଳ ରହିବ, ଅଫିସ୍ ଓ ସମାଜରୁ ଆଶାନୁରୂପ ସହଯୋଗ ପାଇବେ, ପରିବାରରୁ ମଧ୍ୟ ଶୁଭ ଖବର ମିଳିବାର ସଙ୍କେତ ମିଳିବ। ଚାକିରି କଲେ ଆପଣଙ୍କ ଅଧିକାର ବଢ଼ିବ ଓ ଉତ୍ତରଦାୟିତ୍ୱ ବଢ଼ିବ । ଆପଣଙ୍କ ସାହସ ଓ ବୀରତ୍ୱକୁ ସମସ୍ତେ ପ୍ରଶଂସା କରିବେ। ଆପଣଙ୍କ ଯୋଜନା ସଫଳ ହେବ ଏବଂ ଆପଣ କାମ କରିବାକୁ ମନ କରିବେ ।

5/5

ଧନୁ ରାଶିର ଲୋକମାନଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଲାଭ ଓ ସଫଳତାର ଦିନଟିଏ ଏବଂ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଆପଣଙ୍କୁ କିଛି ସମୟ ପାଇଁ ସାମାଜିକ କାର୍ଯ୍ୟକଳାପରେ ମଧ୍ୟ ଅଂଶଗ୍ରହଣ କରିବାକୁ ପଡିପାରେ । ଶାରୀରିକ ଆରାମରେ କିଛି ହ୍ରାସ ଘଟିପାରେ। ଅଟକି ରହିଥିବା ଟଙ୍କା ମିଳିପାରେ। ଅଧିକ ମାନସିକ ଚାପ ନେବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଖାଦ୍ୟ ପାନୀୟରେ ସ୍ୱତନ୍ତ୍ର ନିୟନ୍ତ୍ରଣ କରି ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ରଖନ୍ତୁ। ଉନ୍ନତି ର ନୂଆ ବାଟ ଖୋଲିବ।          (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link