October Weekly Horoscope 7 To 13: କେମିତି କଟିବ ଆଗାମୀ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

October Weekly Horoscope 7 To 13: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଗାମୀ ସପ୍ତାହ କେଉଁ ରାଶିର ଲୋକଙ୍କ ପାଇଁ ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...ଆଗାମୀ ସପ୍ତାହ ଅର୍ଥାତ୍ ଅକ୍ଟୋବର ୭ରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା ସବିଶେଷ...

Rashmita Sahoo Fri, 04 Oct 2024-5:40 pm,
1/11

ମେଷ ରାଶି: ଅନିଚ୍ଛା ସତ୍ତ୍ୱେ ଆଗାମୀ ସପ୍ତାହରେ ଆପଣଙ୍କୁ ଲମ୍ବା ଯାତ୍ରାରେ ଯିବାକୁ ପଡିପାରେ। ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ କିଛି ନା କିଛି ଭଲ କାମ କରିବେ। ଛାତ୍ରଛାତ୍ରୀ ପାଇଁ ସଫଳତାର ଦିନ ହେବ। ସକାଳେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ବଜରଙ୍ଗ ବାଣ ପାଠ କରନ୍ତୁ। ଶୁଦ୍ଧ ଖାଦ୍ୟ ସହ ଶୁଦ୍ଧ ବସ୍ତ୍ର ପରିଧାନ କରନ୍ତୁ

2/11

ବୃଷ ରାଶି: ଆଗାମୀ ସପ୍ତାହ ବିଶେଷ ଭାବେ ମନ ଅଶାନ୍ତ ରହିବ। ଧନ ହାନୀ ହେବାର ଆଶଙ୍କା ବି ରହିଛି। ପରିବାର ସହିତ ସମୟ ଅତିବାହିତ କରିବେ ସତ ହେଲେ ଜଗିରଖି କଥାବାର୍ତ୍ତା କରିବା ଭଲ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବାର ଯୋଗ ରହିଛି । ଗରିବ ଓ କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ। ସୂର୍ଯ୍ୟ ଦେବଙ୍କୁ ହଳଦି ମିଶା ଚାଉଳ ସହିତ ଜଳ ଅର୍ପଣ କରନ୍ତୁ। ଶୁଭ ଫଳ ପ୍ରାପ୍ତ ହେବ।

3/11

ମିଥୁନ ରାଶି: ରଚନାତ୍ମକ ତଥା ସୃଜନାତ୍ମକ କ୍ଷେତ୍ରରେ ଅଧିକ ଧ୍ୟାନ ଦେବେ। ଆଗାମୀ ସପ୍ତାହରେ ଧନ ହାନି ହେବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ସୁଖଦ ସମୟ ଅତିବାହିତ କରିବେ। ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବେ। ସୂର୍ଯ୍ୟଦେବଙ୍କୁ ଚାଉଳ ଅର୍ପଣ କରନ୍ତୁ। ଶନିବାର ଦେଖି ଶନିଦେବଙ୍କ ପୂଜା କରନ୍ତୁ। 

4/11

ସିଂହ ରାଶି: ଆଗାମୀ ସପ୍ତାହରେ ସମ୍ପର୍କ ମଜବୁତ ହେବ। ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି ହେଲେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ। ପରିବାର ମଧ୍ୟରେ ଏକ ଭଲ ସମୟ ଅତିବାହିତ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ସୂର୍ଯ୍ୟ ବୀଜ ମନ୍ତ୍ର ଜପ କରନ୍ତୁ ଓ ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

5/11

କନ୍ୟା ରାଶି: ଆଗାମୀ ସପ୍ତାହରେ ଅଚାନକ ଉପହାର ମିଳିବାର ସମ୍ଭାବନା ରହିଛି। ଆର୍ଥିକ ମାମଲାରେ ସୁଧାର ଆସିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଅଚାନକ ଆର୍ଥିକ ଲାଭର ଯୋଗ ରହିଛି। ଗାଈଙ୍କୁ ସବୁଜ ଘାସ କିମ୍ବା ଚାରା ଖାଇବାକୁ ଦିଅନ୍ତୁ। ମହାଦେବଙ୍କୁ ପୂଜା କରନ୍ତୁ।

6/11

ତୁଳା ରାଶି: ଆଗାମୀ ସପ୍ତାହରେ ମହିଳା ଅଧିକାରୀମାନେ ଚିନ୍ତାଗ୍ରସ୍ତ ରହିବେ। ରାଜନୀତିରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଚିନ୍ତାଗ୍ରସ୍ତ ରହିବ। ଆର୍ଥିକ ସମସ୍ୟା ଲାଗି ରହିବ। ମନ ଅଶାନ୍ତ ରହିବ। ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ନିକଟରୁ ଆପଣଙ୍କୁ ସହଯୋଗ ମିଳିପାରେ। ସକାଳେ ଛୋଟ ପିଲାଙ୍କୁ ଖାଇବାକୁ ପ୍ରଦାନ କରନ୍ତୁ। ଶୁକ୍ର ବୀଜ ମନ୍ତ୍ର ଜପ କରନ୍ତୁ। ସନ୍ତୋଷୀ ମାତାଙ୍କ ପୂଜା କରନ୍ତି।

7/11

ବିଛା ରାଶି: ଆଗାମୀ ସପ୍ତାହରେ ଆତ୍ମବିଶ୍ୱାସ ବଢିବ। ସମ୍ମାନରେ ବୃଦ୍ଧି ହେବ। ବିଦ୍ୟାର୍ଥିଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ସଫଳତାର ରଙ୍ଗ ଆଣିବ। ସକାଳେ ହନୁମାନ ଚାଳିଶା ପାଠ କରନ୍ତୁ। ମାଙ୍କଡ଼କୁ ଗୁଡ ଓ ଚଣା କିମ୍ବା କଦଳୀ ଖାଇବାକୁ ଦେଇ ମୁଣ୍ଡିଆ ମାରନ୍ତୁ। ଏହାଦ୍ୱାରା ପୂରା ସପ୍ତାହ ଶୁଭ ରହିବ।

8/11

ଧନୁ ରାଶି: ଆଗାମୀ ସପ୍ତାହରେ ମାତା ଦୁର୍ଗାଙ୍କ କୃପାରୁ ସମ୍ପର୍କରେ ମଜବୁତ ଆସିବ। ଆର୍ଥିକ ମାମଲାରେ ସୁଧାର ଆସିବ। ପାରିବାରିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। କୌଣସି ମହିଳା ବନ୍ଧୁଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ମିଳିପାରେ। ସକାଳେ ଗାଈକୁ ଚାରୋଟି ରୁଟି ହଳଦୀ ଲଗାଇ ଖାଇବାକୁ ଦିଅନ୍ତୁ। ବୃହସ୍ପତି ମନ୍ତ୍ର ଜପ କରନ୍ତୁ। 

9/11

ମକର ରାଶି: ଆଗାମୀ ସପ୍ତାହ ଏତେ ଲାଭ ପ୍ରଦ ରହିବ ନାହିଁ। ମନ ଏକ ଅଜଣା ଭୟରେ ଘାରିହେବ। ସାମାଜିକ ପ୍ରତିଷ୍ଠା ବଢିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବିନା କାରଣରୁ କୌଣସି ଯୁକ୍ତି କରନ୍ତୁ ନାହିଁ। ନଚେତ ସମସ୍ୟା ବୃଦ୍ଧି ହୋଇପାରେ। କୌଣସି ଏକ ଲମ୍ବା ଯାତ୍ରାରେ ଯାଇପାରନ୍ତି। ସକାଳେ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଶନୀ ମନ୍ତ୍ର ଜପ କରନ୍ତୁ। 

10/11

କୁମ୍ଭ ରାଶି: ଆଗାମୀ ସପ୍ତାହରେ ଅଯଥା ସମସ୍ୟା ଲାଗି ରହିବ। ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ପରିବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରେ। ଯାହା ଫଳରେ ଆପଣ ବ୍ୟସ୍ତ ରହିପାରନ୍ତି। ଆହତ ପଶୁଙ୍କ ଉପଚାର କରନ୍ତୁ। 

11/11

ମୀନ ରାଶି: ଜୀବିକା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସଫଳ ହେବ। ଅର୍ଥନୈତିକ ପ୍ରସଙ୍ଗରେ ଅଗ୍ରଗତି ହେବ। ପାରିବାରିକ ସମୃଦ୍ଧତା ହେତୁ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ। ଗାଈକୁ ଚାରିଟି ରୁଟି ଦିଅନ୍ତୁ ଏବଂ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ସୂର୍ଯ୍ୟଦେବଙ୍କୁ ପ୍ରାତଃରୁ ଜଳଅର୍ପଣ କରନ୍ତୁ।       Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link