Naveen Patnaik: ଦୁର୍ଗାପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାଇରାଲ ହେଉଛି ସୁନ୍ଦର ଫଟୋ

Naveen Patnaik: ପୂଜା ମଣ୍ଡପ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାରଦୀୟ ଦୂର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ନବୀନ ମଧ୍ୟ ଏ ଖୁସିର ମାହୋଲରେ ନିଜକୁ ସାମିଲ କରିଛନ୍ତି । ପୂର୍ବରୁ ଗଣେଶ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ପଟ୍ଟନାୟକ। ଆଉ ସେତେବେଳେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନବୀନ ନବୀନ ନାରାରେ କମ୍ପିଥିଲା ପୂରା ସହର। ତେବେ ଆଜି ସେ ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଛନ୍ତି ଯାହାର ବହୁତ ସୁନ୍ଦର ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି।

Rashmita Sahoo Fri, 11 Oct 2024-3:54 pm,
1/5

ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

 

Also Read: Puri Durga Puja: ଝଲସୁଛି ଶ୍ରୀକ୍ଷେତ୍ର, ଗୋଟିଏ କ୍ଲିକ୍ ରେ ବୁଲନ୍ତୁ ସବୁ ଦୁର୍ଗାପୂଜା ମଣ୍ଡପ

 

Also Read: Venus Transit 2024 Scorpio: ବିଛାରାଶିରେ ଶୁକ୍ରଙ୍କ ଚଳନ, ସମସପ୍ତକ ଯୋଗରୁ ୫ ରାଶି ହେବେ ମାଲାମାଲ୍

2/5

ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାବେଳେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଜା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। 

3/5

ସେହିପରି ପୂର୍ବାହ୍ଣ ୧୧ଟାରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି  ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ ପଟ୍ଟନାୟକ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇଯାଇଥିଲେ ସାଧାରଣ ଜନତା । 

4/5

ସେହିପରି ସାଢେ ୧୧ଟାରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ନିଆରା ଢଙ୍ଗରେ ଦେଖିବାକୁ ମିଳିଥିଲେ ଏହି ମହାନ ଜନନାୟକ। 

5/5

ପୂଜା ମଣ୍ଡପ ବୁଲିବା ସମୟରେ ଛୋଟପିଲାଙ୍କ ସହ କିଛି ସମୟ ବିତାଇଥିଲେ ନବୀନ। ଯାହାର ଏକ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link