ଯୁବ ବର୍ଗଙ୍କ ପାଇଁ ଖୁସି ଖବର ! ବିନା ସୁଧରେ ମିଳିବ ଋଣ, ସୁଝିବା ପାଇଁ ମିଳିବ ୪ ବର୍ଷର ସମୟ

ରାଜ୍ୟ ସରକାର ଆଜି ଯୁବ ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବେକାର ଯୁବକ ଯୁବତୀଙ୍କ ପାଇଁ ସ୍ଵୟଂ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 12 Feb 2024-9:25 pm,
1/5

ରାଜ୍ୟ ସରକାର ଆଜି ଯୁବ ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବେକାର ଯୁବକ ଯୁବତୀଙ୍କ ପାଇଁ ସ୍ଵୟଂ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

2/5

ଏହି ଯୋଜନା ଅଧିନରେ ଯୁବଗୋଷ୍ଠୀଙ୍କୁ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ୧୮ ରୁ ୩୫ ବର୍ଷୀୟ ଗ୍ରାମୀଣ ଯୁବକ ଯୁବତୀ ଏହି ଯୋଜନାର ଲାଭ ପାଇବେ। ଏନେଇ କ୍ୟାବିନେଟରେ ଘୋଷଣା କରାଯାଇଛି।

3/5

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଯୁବଗୋଷ୍ଠୀ ୪୦ ବର୍ଷ ପର୍ଯ୍ୟନ୍ତ  ଏହି ଲାଭ ପାଇବେ।

4/5

୧୪ ଟି ବିଭାଗର ୨୭ ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର। ବ୍ୟବସାୟ ପାଇଁ ସ୍ବୟଂ ଯୋଜନାରେ ବିନା ସୁଧରେ ଏହି ଋଣ ମିଳିବ।

5/5

ରାସନ କାର୍ଡ ଥିଲେ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ମିଳିବ। ସେମାନଙ୍କ ସୁଗମ ଜୀବିକା ନିର୍ବାହ ନିମନ୍ତେ ୨ ଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍ ସହ ୧୦୦୦ ଟଙ୍କା ଦେବେ ରାଜ୍ୟ ସରକାର । ୩୫ ଲକ୍ଷ ୯୦ ହଜାର ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ ଡିଫଲ୍ଟର ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link