Weather Report: ମାଘରେ ନାହିଁ ବାଘ ପରି ଶୀତ, ଏବେଠୁ ହେଲାଣି ମୁଣ୍ଡଫଟା ତାତି

Weather Report: ଚଳିତ ବର୍ଷ ଶୀତକୁ ଲାଗିଲା ନଜର । ଏକଥା କହିବାର ଅର୍ଥ ବର୍ତ୍ତମାନ ଚାଲିଛି ମାଘ ମାସ। କଥାରେ ଅଛି ମାଘ ମାସରେ ବାଘ ପରି ଶୀତ! କିନ୍ତୁ ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଏବଂ ବଢ଼ି ଚାଲିଛି ତାତି। ମାଘ ପରେ ଫାଲଗୁନ। ଫାଲଗୁନରେ ମଳୟ ବହିବା କଥା। କିନ୍ତୁ, ମଳୟ ଏବେ ସାତ ସପନ!ବସନ୍ତ ଅନୁଭବ ସହ ମଳୟ ବଦଳରେ ବହିଲାଣି ଝାଞ୍ ପବନଜି। ରାଜ୍ୟରେ ସମସ୍ତଙ୍କୁ ଜଣା ସାଧାରଣତଃ ପଣା ସଂକ୍ରାନ୍ତି ଅର୍ଥାତ୍ ଅପ୍ରେଲ ୧୫ ପରେ ରାଜ୍ୟରେ ଉତ୍ତାପ ଅନୁଭୂତ ହୁଏ । ହେଲେ ଏବେ ରାଶି ପୁରା ଓଲଟା ଚାଲିଛି। ଅର୍ଥାତ୍ ରାଜ୍ୟରେ ପାରା ଏବେ ଉପରମୁହାଁ।

Fri, 27 Jan 2023-7:51 pm,
1/5

ଚଳିତ ବର୍ଷ ଏବେ ଠାରୁ ରାଜ୍ୟରେ ତାତି ଆରମ୍ଭ ହୋଇଯିବା ଘଟଣା ରାଜ୍ୟର ପାଣିପାଗ ବିଶେଷଜ୍ଞ ମାନଙ୍କୁ ଚକିତ କରିଛି। ଏପରି ସ୍ଥିତିରେ ଯଦି ଏବେ ଠାରୁ ସ୍ଥିତି ଏମିତି ତେବେ ଆଗକୁ ଅପ୍ରେଲ ଓ ମଇରେ ଅବସ୍ଥା କ’ଣ ହେବ, ସେଇ ଚିନ୍ତାରେ ରାଜ୍ୟବାସୀ । 

2/5

ଲୋକମାନେ କମ୍ବଳ ଛାଡ଼ି ଫ୍ୟାନ ଲଗାଇ ଶୋଇଲେଣି । ଜାନୁଆରୀ ମାସ ଶେଷ ବେଳକୁ ପାଣିପାଗର ଏପରି ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି। ରିପୋର୍ଟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। 

3/5

ଯାହାକି ଜାନୁୟାରୀ ମାସରେ ଭୁବନେଶ୍ୱରର ନବମ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ଜାନୁଆରି ମାସରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ୩୫.୮ ଡିଗ୍ରି ସେଲସିୟସ ୩୧ ଜାନୁୟାରୀ ୨୦୦୭ରେ ରେକର୍ଡ ହୋଇଥିଲା।

4/5

ସେପଟେ ଯଦି ଦେଶର ତାପମାତ୍ରା ଉପରେ ନଜର ପକାଇବା, ପୁଣି ଥରେ ଉତ୍ତର ଭାରତକୁ ଥଣ୍ଡା ଫେରିଛି । ଆଜି ସକାଳେ ଦିଲ୍ଲୀ ସମେତ ଉତ୍ତର ଭାରତରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ତେବେ ଗତ କିଛି ଦିନ ହେବ ରାଜ୍ୟର ଅନେକ ରାଜ୍ୟରେ ସାମାନ୍ୟ ତାତି ବଢିଥିଲା। 

 

5/5

ଖରା ବଢିବା କାରଣରୁ ଲୋକମାନେ ଥଣ୍ଡାରୁ କିଛି ମାତ୍ରାରେ ଆଶ୍ୱସ୍ତି ପାଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ପୁଣି ଥରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଥଣ୍ଡାକୁ ପୁଣି ସାମ୍ନା କରିବାକୁ ପଡିପାରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link