Ollywood Actress Archita Sahu: ଜାଣନ୍ତୁ ଅର୍ଚ୍ଚିତାଙ୍କ ବିଷୟରେ କିଛି ରୋଚକ କଥା...

Ollywood Actress Archita Sahu: ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ (Ollywood Actress Archita Sahoo) । ନିଖୁଣ ଅଭିନୟ ଯୋଗୁଁ ଓଡିଆ ସିନେ ଜଗତର ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।

Sun, 02 Jul 2023-1:53 pm,
1/5

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । 

 

2/5

ସେ 'ଓ ମାଇଁ ଲଭ', 'ବାବୁ ଆଇ ଲଭ ୟୁ',  'ତୋବିନା ମୋ କାହାଣୀ ଅଧା', 'ଲୋଫର' ଓ 'ଥକୁଲ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 

 

3/5

ତାଙ୍କ ଅଭିନୀତ ଫିଲ୍ମ 'ଚକ୍‌ଲେଟ୍‌' ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । 

4/5

ସେହିପରି 'କେବେ ତମେ ନାହଁ କେବେ ମୁଁ ନାହିଁ', 'ରାଜା ଝିଅ ସଙ୍ଗେ ହେଇଗଲା ଭାବ', 'ଏସିପି ସାଗରିକା' ଏବଂ 'ମୁଁ ଏକା ତୁମର' ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ଅର୍ଚ୍ଚିତା । 

5/5

ପରେ ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିଥିଲେ ସବ୍ୟସାଚୀ- ଅର୍ଚ୍ଚିତା । ୨୦୨୧, ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନର ଜୟପୁରରେ ଅର୍ଚ୍ଚିତାଙ୍କୁ  ବିବାହ କରିଥିଲେ ସବ୍ୟସାଚୀ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link