Varsha Priyadarshini: ଜାଣନ୍ତୁ ବର୍ଷାଙ୍କ ବିଷୟରେ ଏପରି କିଛି ଖାସ୍ କଥା...
Varsha Priyadarshini: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini)। ଓଡିଆ ସିନେ ଜଗତର ଆଗଧାଢିର ଜଣେ ଆଗଧାଢିର ଅଭିନେତ୍ରୀ ହେଉଛନ୍ତି ସେ।
ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର 'ଜୋର୍' ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ । ୨୦୦୩ ମସିହାରେ ସେ 'ଏ ଯୁଗର କୃଷ୍ଣ ସୁଦାମା ' କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ 'ମା' ଏବଂ 'ଗୋଲାମଗିରି' ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।
ଏହାପରେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଧାରାବାହିକ 'ପଣତକାନି'ରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ । ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ବର୍ଷା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ୮ ଫେବୃଆରୀ ,୨୦୧୪ରେ ବିବାହ କରିଥିଲେ । ବେଶ ଧୁମଧାମରେ ହୋଇଥିଲା ଉଭୟଙ୍କ ବିବାହ । ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାରିବାରିକ ବିବାଦ । ୨୦୨୧ , ନଭେମ୍ବର ୧୩ରେ ଫିଲ୍ମ 'ବିଜୟିନୀ'ରେ ନଜର ଆସିଥିଲେ ବର୍ଷା ।