ଏହି ସ୍ଥାନରେ ପଡ଼ିବ ପରିଣୀତି ଓ ରାଘବଙ୍କ ହାତଗଣ୍ଠି, ଜାଣନ୍ତୁ କେତେ ରହିଛି ଗୋଟିଏ ରୁମ୍ ର ଦାମ୍

Parineeti and Raghav chadha Marriage: ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାସଂଦ ରାଘବ ଚଢା। ତେବେ ଏନେଇ ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏମିତି କି ବିବାହ ଲାଗି ଉଭୟ ସ୍ଥାନ ମଧ୍ଯ ଚୟନ କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁଠି ହେବ ବିବାହ ।

Sat, 10 Jun 2023-4:59 pm,
1/6

ନିକଟରେ ଦିଲ୍ଲୀ କପୁରଥାଲା ହାଉସରେ ବେଶ ଧୁମଧାମରେ ହୋଇଥିଲା ପରିଣୀତି ଓ ରାଘବଙ୍କ ନିର୍ବନ୍ଧ।

2/6

ଚଳିତ ବର୍ଷ ଶେଷ ସୁଦ୍ଧା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ସେଲିବ୍ରେଟିଙ୍କ ଲାଗି ବର୍ତ୍ତମାନ ହଟ୍ ଡ଼େଷ୍ଟିନେସନ୍ ଭେନ୍ୟୁ ପାଲଟିଛି ରାଜସ୍ଥାନ ।

3/6

ରାଘବ ଓ ପରିଣୀତି ମଧ୍ଯ ବିବାହ ଲାଗି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରିଥିବା ଜଣାପଡିଛି।

4/6

ରାଜସ୍ଥାନ ସ୍ଥିତ ଓବରୟ ଉଦୟ ଭିଲ୍ଲାସ୍ ହୋଟେଲରେ ବିବାହ କରିବେ ଏହି କପଲ୍ । ଏହି ହୋଟେଲଟି ପିଛୋଲା ହ୍ରଦ କୂଳରେ ଅବସ୍ଥିତ।

5/6

ଏହା ରାଜସ୍ଥାନର ଏକ ଲକ୍‌ଜରୀ ହୋଟେଲ ଅଟେ। ଏହାକୁ ଦେଖିଲେ ଏକ ରାଜପ୍ରାସାଦ ପରି ମନେହୁଏ।

6/6

ଏହି ହୋଟେଲରେ ଗୋଟିଏ ରୁମ୍ ର ମୂଲ୍ୟ ପ୍ରାୟ ୩୫, ୦୦୦ ଟଙ୍କା ଅଟେ । ସେହିପରି ଗୋଟିଏ ରାତି ପାଇଁ ଏହାର କୋହିନୋର ସୁଟ୍ ର ମୂଲ୍ୟ ରହିଛି ପ୍ରାୟ ୧୧ ଲକ୍ଷ ଟଙ୍କା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link