Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!

Raghav Chaddha Vs Parineeti Chopra Net Worth News In Odia: ଆପ ସାଂସଦ ରାଘବ ଚଢା (AAP Mp Raghav Chaddha)। ବୃତ୍ତିରେ ଜଣେ ରାଜନେତା । ତେବେ, ଏହି ରାଜନେତାଙ୍କ ନାଁ ବଲିଉଡର ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ(Parineeti Chopra) ସହ ଯୋଡି ହୋଇଛି । ଖୁବ ଶିଘ୍ର ଏମାନେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ଏନେଇ ଦୁହେଁ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାଁନ୍ତି ।

Fri, 12 May 2023-4:18 pm,
1/5

MyNeta.info ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ​​ନାମାଙ୍କନ ପତ୍ର ଦାଖଲ ସମୟରେ ରାଘବ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ରହିଛି ସେନେଇ ବିବରଣୀ ପ୍ରଦାନ କରିଥିଲେ।  ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ପ୍ରାୟ ୩୭ ଲକ୍ଷ ଟଙ୍କା ସମ୍ପତ୍ତି ଅଛି  । 

2/5

ରାଘବ ଚଢାଙ୍କ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ମୋଟ ଚଳନ ସମ୍ପତ୍ତି ୩୬,୯୯,୪୭୧ ଟଙ୍କା ରହିଛି। ଏହା ଆଶ୍ଚର୍ଯ୍ୟ  ଯେ, ରାଘବଙ୍କର କୈଣସି ପ୍ରକାର ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ । ଯେପରିକି ଜମି ଓ ଘର । 

3/5

ରାଘବଙ୍କର କେବଳ ଗୋଟିଏ ମାରୁତି ସ୍ବିଫ୍ଟ କାର ରହିଛି । ଏବଂ ୯୦ ଗ୍ରାମର ସୁନା ଅଳଙ୍କାର ରହିଛି। ଯାହାର ମୂଲ୍ୟ ୪,୯୫,୦୦୦ ଟଙ୍କା । 

 

4/5

ଏଥି ସହିତ ରାଘବ ଚଢା ତାଙ୍କ ଆଫିଡେଭିଟରେ ଦର୍ଶାଇଥିଲେ ଯେ, ବ୍ୟାଙ୍କରେ ତାଙ୍କର ମୋଟ ଜମା ୧୪,୫୭,୮୦୬ ଟଙ୍କା ରହିଛି।  ସେହି ସମୟରେ ତାଙ୍କ ପାଖରେ ୩୦,୦୦୦ ଟଙ୍କା ନଗଦ ରହିଛି ।

5/5

ଏ-ହା ବ୍ୟତୀତ, ସେ ଅନ୍ୟ ସମ୍ପତ୍ତିରୁ ଦାବି ଏବଂ ସୁଧ ଭାବରେ  ୮,୯୬,୩୮୯ ଟଙ୍କା ତାଙ୍କ ପାଖରେ ରହିଛି । ରାଘବଙ୍କର ଏକ ଜୀବନ ବୀମା ପଲିସି ମଧ୍ୟ ରହିଛି । ୫୨ ହଜାର ୮୩୯ ଟଙ୍କା ଜୀବନ ବୀମା ପଲିସି  ତାଙ୍କ ନାଁରେ ରହିଛି । ରାଘବଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link