Pathaan Budget: `ପଠାନ`ରେ ଖର୍ଚ୍ଚ ହୋଇଛି କୋଟି କୋଟି, ହୋସ ଉଡ଼ାଇଦେବ ଶାହରୁଖ ଓ ଦୀପିକାଙ୍କ Fees

Pathaan Budget: ଜାନୁଆରୀ ୨୫ରେ ଫିଲ୍ମ ହଲରେ `ପଠାନ୍` ରିଲିଜ୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଟ୍ରୋଲର ଶିକାର ହୋଇଆସିଛି। ଏହି ଚଳଚ୍ଚିତ୍ରର ରିଲିଜ ହୋଇଥିବା ପ୍ରଥମ ଗୀତ `ବେସରମ ରଙ୍ଗ` ଗୀତ ହୁଏତ ବିବାଦୀୟ ହୋଇଥାଇପାରେ, କିନ୍ତୁ ଏହାର ଟ୍ରେଲର ରିଲିଜ୍ ହେବା ମାତ୍ରେ ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଆକ୍ସନ୍ ଦେଖି ପୂରା ପାଗଳ ହୋଇଯାଇଛନ୍ତି।

Tue, 17 Jan 2023-7:42 pm,
1/5

ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ପାଇଁ ଆନ୍ତର୍ଜାତୀୟ କୋରିଓଗ୍ରାଫରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ବ୍ୟତୀତ ଫିଲ୍ମର VFX ରେ ମଧ୍ୟ ପାଣି ପରି ଖର୍ଚ୍ଚ ହୋଇଛି । ଏହି କାରଣରୁ ଫିଲ୍ମର ବଜେଟ୍ କୋଟି କୋଟି ଟଙ୍କା ଉପରେ ରହିଛି।  ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାଣରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

2/5

ଆଡଭାନ୍ସ ବୁକିଂ ରିପୋର୍ଟ ମାମଲାରେ ଏହି ଫିଲ୍ମକୁ ବିଦେଶରେ ବହୁତ ରେସପନ୍ସ ମିଳିଛି। ସେହିପରି ଭାରତର କଥା ଯଦି କହିବା ପ୍ରଥମ ଦିନରେ ଫିଲ୍ମଟି ୩୦ ରୁ ୩୫ କୋଟି ଟଙ୍କା ଇନକମ କରିପାରେ।

3/5

ଯଦି ମିଡିଆ ରିପୋର୍ଟ ଦେଖିବା ତେବେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କୁ ସବୁଠାରୁ ଅଧିକ ଟଙ୍କା ମିଳିଛି। କୁହାଯାଉଛି ଯେ, ଏହି ଫିଲ୍ମ ପାଇଁ କିଙ୍ଗଖାନ ପାଖାପାଖି ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି।

4/5

ସେହିପରି ହିରୋଇନ ଦୀପିକା ପାଦୁକୋନ ଏହି ଫିଲ୍ମରେ ସ୍ପାଏ ରୋଲ କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ବୋଲ୍ଡ ଲୁକ ଦେଖିବାକୁ ମିଳିଛି । ଏହି ଫିଲ୍ମ ପାଇଁ ସେ ୧୫ କୋଟି ଚାର୍ଜ କରିଥିବା ଜଣାପଡ଼ିଛି।

5/5

ସେହିପରି ପଠାନରେ ଜନ ଆବ୍ରାହମ ଏକ ଭୟଙ୍କର ଭିଲେନ୍ ରୋଲରେ ଦେଖିବାକୁ ମିଳିବେ । ଟ୍ରେଲରରେ ତାଙ୍କର ଅବତାର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ତେବେ ଏହି ଫିଲ୍ମ ପାଇଁ ଜନ୍ ୧୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link