Television Celebrities: ଦୀର୍ଘ ବର୍ଷ ଧରି ବିବାହକୁ ଲୁଚାଇଥିଲେ ଏହି ୫ ସେଲିବ୍ରେଟି, ପଛରେ ଥିଲା ଏହି କାରଣ

Television Celebrities Who hide Marriage: ଆଜି ଟିଭି ଓ ଚଳଚ୍ଚିତ୍ର ଜଗତର ଅଧିକାଂଶ ଜଣାଶୁଣା ତାରକା ବିବାହିତ ଅଟନ୍ତି । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ କ୍ୟାରିୟରର ଶିଖରରେ ଥିବାବେଳେ ବିବାହକୁ ପସନ୍ଦ କରୁନଥିଲେ। ଯେଉଁ ସେଲିବ୍ରେଟି ମାନେ ବିବାହ କରିଥିଲେ, ସେମାନେ କାମ ପାଇବା ଆଶାରେ ବିବାହକୁ ଦୁନିଆରୁ ଲୁଚାଇ ରଖୁଥିଲେ ।

Fri, 12 May 2023-3:48 pm,
1/5

ଏହି ତାଲିକାର ସବୁଠୁ ପ୍ରଥମ ନାମ ହେଉଛି ଟିଭିର ଜଣାଶୁଣା ଅଭିନେତା ଜୟ ଭାନୁଶାଲି (Jay bhanushali )। ଏହି ଅଭିନେତା ଚଳଚ୍ଚିତ୍ରରେ ମଧ୍ଯ କାମ କରିସାରିଛନ୍ତି । ଜୟ ୨୭ ବର୍ଷ ବୟସରେ ଅଭିନେତ୍ରୀ ମାହି ବିଜଙ୍କୁ (mahhi vij) ବିବାହ କରିଥିଲେ । କିନ୍ତୁ କାମ ନ ମିଳିବା କାରଣରୁ ସେ ତାଙ୍କ ବିବାହକୁ ବର୍ଷ ବର୍ଷ ଧରି ଲୁଚାଇ ରଖିଥିଲେ ।

2/5

ଟିଭିର 'ଯୋଦ୍ଧା' ପରିଧି ଶର୍ମା (Paridhi Sharma) “ଯୋଦ୍ଧା ଅକବର” ଅଭିନୟ କାମ କରିବା ସମୟରେ ସେ ବିବାହିତ ଥିଲେ । କିନ୍ତୁ ଏ କଥା ସେ ପ୍ରଶଂସକଙ୍କଠାରୁ ଲୁଚାଇ ରଖିଥିଲେ । ପ୍ରଡକ୍ସନ୍ ହାଉସ ପକ୍ଷରୁ ଏହାକୁ ଲୁଚାଇ ରଖିବା ନେଇ ନିର୍ଦ୍ଦେଶ ଥିବା ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଥିଲେ ।

3/5

ଏହି ତାଲିକାରେ ଅର୍ଚ୍ଚନା ପୁରଣ ସିଂଙ୍କ (Archana puran singh) ନାମ ମଧ୍ୟ ରହିଛି। ଅର୍ଚ୍ଚନା ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ବିବାହକୁ ଲୁଚାଇ ରଖିଥିଲେ। କିନ୍ତୁ ବିବାହ ଲୁଚେଇବା ଲାଗି ଅଭିନେତ୍ରୀଙ୍କ କାରଣ ଭିନ୍ନ ଥିଲା। ବାସ୍ତବରେ, ଅଭିନେତ୍ରୀଙ୍କ ସ୍ୱାମୀଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହକୁ ବିରୋଧ କରିଥିଲେ, ଏହି କାରଣ ବିବାହିତ ହୋଇ ମଧ୍ଯ ଉଭୟେ ଏହାକୁ ଲୁଚାଇ  ରଖିଥିଲେ ।  

4/5

'ଛୋଟି ସରଦରନୀ' ଷ୍ଟାର ଅବିନେଶ ରେଖୀ (Avinesh Rekhi) ମଧ୍ୟ ବର୍ଷ ବର୍ଷ ଧରି ନିଜ ବିବାହକୁ ଲୁଚାଇ ରଖିଥିଲେ । ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ମୁହଁ ଖୋଲନ୍ତି ନାହିଁ।

5/5

ସିରିଏଲ 'ଭାବି ଜୀ ଘର ପର ହୈ'ରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ବିଦିଶା ଶ୍ରୀବାସ୍ତବ (Vidisha Srivastava) ମଧ୍ୟ ତାଙ୍କ ବିବାହକୁ ଗୁପ୍ତ ରଖିଥିଲେ। ଏନେଇ ଅଭିନେତ୍ରୀ କହିଥିଲେ ଯେ, ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ଆଦୌ ପସନ୍ଦ ନୁହେଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link