Odisha Election 2024: ଭୁବନେଶ୍ୱରରେ ପହଞ୍ଚିଲେ ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଲିନୀ
Advertisement
Article Detail0/zeeodisha/odisha2251715

Odisha Election 2024: ଭୁବନେଶ୍ୱରରେ ପହଞ୍ଚିଲେ ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଲିନୀ

Odisha Election 2024:  ଆଉ କିଛି ସମୟ ପରେ ସାଲିଆ ସାହିରେ ଆରମ୍ଭ ହେବ ତାଙ୍କ ରୋଡ୍‍ ଶୋ’। ଏହା ଭୁବନେଶ୍ୱର ଉତ୍ତର ୟବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଛି। ଏହି ସମୟରେ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ।  ଭୁବନେଶ୍ୱରର ସାଲିଆ ସାହିରେ ରୋଡ୍‍ ଶୋ ପରେ ସେ କଟକର କିଶୋର ନଗର ଯିବେ। 

Odisha Election 2024: ଭୁବନେଶ୍ୱରରେ ପହଞ୍ଚିଲେ ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଲିନୀ

Odisha Election 2024:  ଆଉ କିଛି ସମୟ ପରେ ସାଲିଆ ସାହିରେ ଆରମ୍ଭ ହେବ ତାଙ୍କ ରୋଡ୍‍ ଶୋ’। ଏହା ଭୁବନେଶ୍ୱର ଉତ୍ତର ୟବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଛି। ଏହି ସମୟରେ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ।  ଭୁବନେଶ୍ୱରର ସାଲିଆ ସାହିରେ ରୋଡ୍‍ ଶୋ ପରେ ସେ କଟକର କିଶୋର ନଗର ଯିବେ। ସେଠାରୁ ଫେରିଲା ପରେ ସେ ପିପିଲିଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ। ସନ୍ଧ୍ୟାରେ ସେ ପିପିଲିଠାରେ ରୋଡ ଶୋ’ କରିବେ।

ଏହା ପ୍ରଥମ ଗସ୍ତ ନୁହେଁ। ଅନେକଥର ଓଡ଼ିଶା ଆସିଛି। ଏଠାରେ କଳାର ପ୍ରଚାର ତଥା ଗୁରୁ କେଳୁଚରଣ ମହାପାତ୍ର ଏବଂ ଅନ୍ୟ ନୃତ୍ୟଗୁରୁଙ୍କୁ ଭେଟିବା ଲାଗି ଆସିଛି। ଏଥର ବିଜେପିର ପ୍ରଚାର ପାଇଁ ଆସିଛି। ବିଜେପି ଅନେକ ଅଛନ୍ତି କିନ୍ତୁ ତାହାର କିଛି ପ୍ରଭାବ ପଡ଼ିବ ନାହିଁ। ଓଡ଼ିଶାରେ ସରକାର ପରିବର୍ତ୍ତନର ସମୟ ଆସିଛି। ଏଠାରେ ଡବଲ ଇଞ୍ଜିନ ସରକାର ହେବ। ପଦ୍ମଫୁଲରେ ଆପଣ ଭୋଟ ଦିଅନ୍ତୁ। ଏହାଦ୍ୱାରା ମୋଦୀ ତୃତୀୟଥର ପ୍ରଧାନମନ୍ତ୍ରୀ ହେବେ।

ଭୁବନେଶ୍ୱର ବିମାନ ବନ୍ଦରରେ ସେ ପହିଞ୍ଚିବା ପରେ  ରାଜ୍ୟ ବିଜେପି ନେତୃତ୍ୱ ତାଙ୍କୁ ସ୍ୱାଗତ କରିଥିଲେ। ତା’ ପରେ ସେ ସିଧାସଳଖ ସାଲିଆ ସାହିଆଡ଼କୁ ଗସ୍ତ କରିଛନ୍ତି। ସେଠାରେ କାର୍ଯ୍ରମରେ ଯୋଗ ଦେବେ। ମଥୁରାରୁ ହେମାମାଳିନୀ  ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି।ମୋଦୀଙ୍କ ନେତୃତ୍ୱରେ ସାରା ଦେଶ ଭଲ ପ୍ରଦର୍ଶନ କରୁଛି କିନ୍ତୁ ଓଡ଼ିଶାରେ ତାହାର କୌଣସି ପ୍ରଭାବ ପଡ଼ି ନାହିଁ ବୋ କହିଛନ୍ତି ହେମା ମାଳିନୀ। ସାଲିଆ ସାହିରେ ଏହି ପରିପ୍ରେକ୍ଷୀରେ ଏକ ଆଶୀର୍ବାଦ ସମାବେଶ ହୋଇଛି। ଏଠାରେ ଶହ ଶହ ସଂଖ୍ୟାରେ ଅପେକ୍ଷାର୍ଥୀ ରହିଛନ୍ତି।