Richest Footballers: ସମ୍ପତ୍ତି ତାଲିକାରେ ୧ ନମ୍ବର ସ୍ଥାନରେ ଅଛନ୍ତି ଏହି ଫୁଟବଲ ଖେଳାଳି

Richest Football player: ଫୁଟବଲ୍ ସମଗ୍ର ବିଶ୍ୱରେ ଖେଳାଯାଉଥିବା ଏକ ପ୍ରସିଦ୍ଧ ଖେଳ ଅଟେ । ତେବେ ଏହି ଖେଳାଳିକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି । ତେବେ ଆଜି ଆସନ୍ତୁ ଜାଣିବା ସମ୍ପତ୍ତି ତାଲିକାରେ ଟପ୍ ୫ ଫୁଟବଲ ଖେଳାଳିଙ୍କ ବିଷୟରେ ।

Thu, 04 May 2023-6:49 pm,
1/5

୨୦ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱର ସବୁଠାରୁ ଧନୀ ଫୁଟବଲ ଖେଳାଳି ହେଉଛନ୍ତି ଫେକ ବୋଲକିୟା। ମାସାଚ୍ୟୁସେଟ୍ସର ନ୍ୟୁବେରୀରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ବର୍ତ୍ତମାନ ଲେସିଷ୍ଟର ସିଟି ପକ୍ଷରୁ ମିଡ୍‌ ଫିଲ୍ଡର ଭାବେ ଖେଳୁଛନ୍ତି ।

2/5

ସମଗ୍ର ବିଶ୍ୱରେ ଜଣେ ଜଣାଶୁଣା ଦକ୍ଷ ଫୁଟବଲ ଖେଳାଳି ଭାବେ ଲିଓନେଲ ମେସି ବେଶ ପରିଚିତ। ତାଙ୍କର ସମ୍ପତ୍ତିର ମୂଲ୍ୟ ୬୦୦ ମିଲିୟନ ଡଲାର ଅଟେ।

3/5

ଧନୀ ଫୁଟବଲ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍‌ଡୋ । ତାଙ୍କର ସମ୍ପତ୍ତି ମୂଲ୍ୟ ୫୦୦ ମିଲିୟନ ଡଲାର ଅଟେ। 

4/5

ନୈମାର ଦା ସିଲ୍‌ଭା ସାଣ୍ଟୋସ୍‌ ବ୍ରାଜିଲର ନାଗରିକ ଅଟନ୍ତି। ବର୍ତ୍ତମାନ ସେ ଲିଗ୍‌ ୱାନ୍‌ କ୍ଲବ ପକ୍ଷରୁ ଖେଳୁଛନ୍ତି। ୨୦୦ ମିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ଧନୀ ଫୁଟବଲ ଖେଳାଳି ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

5/5

ଜ୍ଲାଟାନ୍ ଇବ୍ରାହିମୋବିକ୍ ୩ ଅକ୍ଟୋବର ୧୯୮୧ ମସିହାରେ ସ୍ୱିଡେନର ମାଲମୋଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୦.୦୦ ମିଲିୟନ୍ ସମ୍ପତ୍ତି ସହ ଇବ୍ରାହିମୋବିକ୍ ପଞ୍ଚମ ସ୍ଥାନରେ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link